Donald Trump / ମତ ବଦଳାଇଲେ ଟ୍ରମ୍ପ, କହିଲେ ଆକ୍ରମଣ କରିବେ ନାହିଁ...
·8 months ago·2 min read

Key Points
ନିଜ ବୟାନ ବଦଳାଇଲେ ଆମେରିକା ରାଷ୍ଟ୍ରପତି
ଭେନେଜୁଏଲା ଉପରେ ଆକ୍ରମଣ କରିବ ନାହିଁ ଆମେରିକା

ପୁଣିଥରେ ନିଜ ବୟାନ ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେତେବେଳେ କଣ କହୁଛନ୍ତି, କଣ କରୁଛନ୍ତି ତାହା ତ କେବଳ ସେ ହିଁ ଜାଣିଥିବେ। ବର୍ତ୍ତମାନ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପ, ଯାହା ଶୁଣିବା ପରେ ସବୁଠି ଆଲୋଚନା ହେଉଛି କି ଏମିତି କାହିଁକି କଲେ ଟ୍ରମ୍ପ। ଭେନେଜୁଏଲା ଉପରେ ଆକ୍ରମଣ କରିବ ନାହିଁ ଆମେରିକା। ଶୁକ୍ରବାର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେରବିଆନରେ ଡ୍ରଗ୍ସ ନେଟୱାର୍କକୁ ଟାର୍ଗେଟ କରି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଶୁକ୍ରବାର ଏହି କଥା କହିଛନ୍ତି। ଏନେଇ ସାମ୍ବାଦିକମାନେ ପଚାରିଥିଲେ ଯେ ଏପରି କାର୍ଯ୍ୟାନୁଷ୍ଠାନ ହେବ କି ? ଟ୍ରମ୍ପ ସଂକ୍ଷିପ୍ତରେ ଉତ୍ତର ଦେଲେ "ନା।" ଏହାପୂର୍ବରୁ ଟ୍ରମ୍ପ କହିଥିଲେ କି, ସେ ଭେନେଜୁଏଲା ଉପରେ ଆକ୍ରମଣ କରିବେ। କିନ୍ତୁ ଏବେ ମନା କରୁଛନ୍ତି ଟ୍ରମ୍ପ।
ସେପଟେ ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ନିଶାଦ୍ରବ୍ୟ ଚାଲାଣ ଏବଂ ଦୁର୍ନୀତି କରିବାର ଅଭିଯୋଗ କରୁଛି। ହେଲେ ମାଦୁରୋ ଏହାକୁ ବିରୋଧ କରିବା ସହିତ ଆମେରିକା ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭେନେଜୁଏଲାର ତୈଳ ଭଣ୍ଡାର ଉପରେ ଟ୍ରମ୍ପଙ୍କର ଆଖି ବୋଲି ମାଦୁରୋ କହିଛନ୍ତି।ଭେନେଜୁଏଲା ଜଳସୀମା ନିକଟରେ ଆମେରିକାର ବାୟୁ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ-ଚସଡ଼ା ଜାହାଜକୁ ଧ୍ୱଂସ କରାଯିବାର ସପ୍ତାହ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି, ଯାହା ଦ୍ୱାରା ୱାଶିଂଟନ୍ ଦେଶ ଭିତରେ ଟାର୍ଗେଟକୁ ଏହାର ଅଭିଯାନ ବିସ୍ତାର କରିପାରେ ବୋଲି ଅନୁମାନ କରାଯାଉଛି।
ଏଥିସହ ପଢ଼ନ୍ତୁ: କାହିଁକି ଚାଇନାକୁ ଏମିତି କହିଲା ଆମେରିକା ?
ସପ୍ତାହ ପୂର୍ବରୁ ଆମେରିକା ଭେନେଜୁଏଲା ଜଳସୀମା ନିକଟରେ ଆକାଶ ମାର୍ଗରେ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ ଥିବା ଜାହାଜକୁ ଧ୍ୱଂସ କରିଦେଇଥିଲା। ଆଉ ଆଜି ଟ୍ରମ୍ପ ସପ୍ତାହ ଏଭଳି ମନ୍ତବ୍ୟ ଦେଇଛନ୍ତି। ହେଲେ ପୂର୍ବରୁ ଟ୍ରମ୍ପ ପରାମର୍ଶ ଦେଇଥିଲେ ଯେ ସାମୁଦ୍ରିକ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ସ୍ଥଳ ଭାଗରେ ଆକ୍ରମଣ ଆରମ୍ଭ କରିବାକୁ ଭାବୁଛି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ହେଲେ ଶୁକ୍ରବାର ହଠାତ ଏପରି କରିବାକୁ ମନା କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ସେପଟେ ପରମାଣୁ ପରୀକ୍ଷା କରିବ ଆମେରିକା । ପରମାଣୁ ପରୀକ୍ଷା କରିବାକୁ ଅନୁମତି ଦେଲେ ଡୋନାଲ୍ଡ ଟ୍ରମ୍ପ । 'ଆମେରିକା ପାଖରେ ଅନ୍ୟ ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି । ପ୍ରଚଣ୍ଡ ବିନାଶକାରୀ ଶକ୍ତି ଯୋଗୁଁ, ଏହା କରିବାକୁ ଘୃଣା କରୁଥିଲି କହିଛନ୍ତି ଟ୍ରମ୍ପ । ପରମାଣୁ ଶକ୍ତିରେ ରୁଷ ୨ୟ ଏବଂ ଚୀନ ତୃତୀୟ ସ୍ଥାନରେ ଅଛି । ଅନ୍ୟ ଦେଶରଗୁଡ଼ିକ ପରମାଣୁ ପରୀକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ନିର୍ଦ୍ଦେଶ ଦେଇଛି ।' ଏଭଳି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଖୁବ୍ଶୀଘ୍ର ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବ କହିଲେ ଟ୍ରମ୍ପ । ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ "ଟ୍ରୁଥ୍ ସୋସିଆଲ" ରେ ଏକ ପୋଷ୍ଟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories