Donald Trump / ଇରାନ ଉପରେ ଆମେରିକାର ଦାଦାଗିରି, ଟ୍ରମ୍ପ କହିଲେ ମାଟିରେ ମିଶାଇଦେବୁ
·6 months ago·2 min read

Key Points
ଇରାନକୁ ଟ୍ରମ୍ପଙ୍କ ଧମକ୍
କହିଲେ, ଆମେ ବନ୍ଧୁକ ଧରି ପ୍ରସ୍ତୁତ ଅଛୁ
କହିଲେ, ଆମେ ବନ୍ଧୁକ ଧରି ପ୍ରସ୍ତୁତ ଅଛୁ
ଏବେ ଇରାନ ପଛରେ ପଡ଼ିଛି ଆମେରିକା। ଇରାନକୁ ସିଧା ଟାର୍ଗେଟ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ସେନା ବନ୍ଧୁକ ଧରି ପ୍ରସ୍ତୁତ ରହିଛି। ଯଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ତୁମେ ଗୁଳି କର, ହତ୍ୟା କର ତେବେ ଆମେରିକା ସେନା ପୁରା ଗୋଳାବନ୍ଧୁକ ଧରି ସଜବାଜ ହୋଇ ରହିଛି। ଯିବାକୁ ମଧ୍ୟ ପୁରା ପ୍ରସ୍ତୁତ। ଆମେରିକା ଗୋଟେ ପରେ ଗୋଟେ ଦେଶକୁ ଟାର୍ଗେଟ କରିବାରେ ଲାଗିଛି। ବର୍ତ୍ତମାଳନ ପାଳି ଇରାନର। ଇରାନ ଉପରେ ଦାଦାଗିରି ଦେଖାଇବା ଛାଡ଼ୁ ନାହିଁ ଆମେରିକା। ବର୍ତ୍ତମାନ ଇରାନରେ ଦୁର୍ବଳ ଅର୍ଥନୀତି ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ଦମନ କରିବାକୁ ଚାହୁଁଛନ୍ତି ଖାମେନି ସରକାର। ହେଲେ ଆମେରିକା ସିଧା ଧମକ ଦେଉଛି।
ଏହା ପୂର୍ବରୁ, ଚାରମାହାଲ ଏବଂ ବଖତିଆରି ପ୍ରଦେଶର ଲୋର୍ଡଗାନ ସହରରେ ମଧ୍ୟ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟାନ୍ୟ କିଛି ସହରରେ ମଧ୍ୟ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହେଉଛି। ଇରାନ ସରକାର ସେନା ଓ ପୁଲିସ ଲଗାଇ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରୁଥିବା ରିପୋର୍ଟ ପ୍ରକାଶ ପାଉଛି। ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଟ୍ରୁଥ୍ ଶୋସାଲ୍ରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି “ଯଦି ଇରାନ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗୁଳି କରି ହିଂସାତ୍ମକ ଭାବରେ ହତ୍ୟା କରେ, ଯାହା ସେମାନଙ୍କର ପରମ୍ପରା, ତେବେ ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କୁ ରକ୍ଷା କରିବ। ଆମେ ପୂରା ପ୍ରସ୍ତୁତ ଅଛୁ ଯିବାକୁ। ଏହି ବିଷୟରେ ଆପଣଙ୍କ ଧ୍ୟାନ ପାଇଁ ଧନ୍ୟବାଦ! ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ।”
ଇରାନର ଆର୍ଥିକ ଅବସ୍ଥା ଖରାପ ହେବା ଏବଂ ଡଲାର ମୁକାବିଲାରେ ରିଆଲର ମୂଲ୍ୟରେ ବଡ଼ ହ୍ରାସ ଯୋଗୁ ତିନି ବର୍ଷ ମଧ୍ୟରେ ଇରାନରେ ସବୁଠାରୁ ବଡ଼ ଆନ୍ଦୋଳନ ଦେଖା ଦେଇଛି। ଖୋମେନିଙ୍କର ଇସ୍ଲାମିକ ସରକାର ପତ୍ତନ କରିବାକୁ ଆନ୍ଦୋଳନ କରୁଛନ୍ତି ଦେଶବାସୀ। ଆନ୍ଦୋଳନ ବେଳେ ହିଂସା ଦେଖା ଦେଇଥିବାରୁ ଟ୍ରମ୍ପ ଇରାନକୁ ଏଭଳି ଧମକ ଦେଇଛନ୍ତି। ଇରାନ ମିଡିଆ ଅନୁସାରେ, ଆନ୍ଦୋଳନ ବେଳେ ବିଭିନ୍ନ ରାଜ୍ୟରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନୀ ନ୍ୟୁଜ୍ ଏଜେନ୍ସି କହିଛି ଯେ, ପଶ୍ଚିମ ଲୋରେସ୍ତାନ ପ୍ରଦେଶରେ ପ୍ରଦର୍ଶନକାରୀମାନେ ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବା ପରେ ତିନି ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତ ହୋଇଛନ୍ତି।
ଏଥିସହ ପଢ଼ନ୍ତୁ: ଆତଙ୍କବାଦ ପ୍ରସାର କରୁଛି ପାକିସ୍ତାନ, ଚୁପ୍ ବସିବନି ଭାରତ
"ଦଙ୍ଗାକାରୀମାନେ ପ୍ରାୟ ୧୮୦୦ (ସ୍ଥାନୀୟ ସମୟ) ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ପୋଲିସ ବାହିନୀ ସହିତ ସଂଘର୍ଷ କରିଥିଲେ ଏବଂ ଅନେକ ପୋଲିସ କାର ପୋଡ଼ି ଦେଇଥିଲେ" ଫାର୍ସ ରିପୋର୍ଟ କରିଛି। ଯାହାକୁ ଦୃଷ୍ଟିରେ ରଖି ଆମେରିକା କହିଛି ଯେ, ଆମେ ବି ପ୍ରସ୍ତୁତ ବନ୍ଧୁକ ଧରି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories