Videos
|
International

Typhoon Alert / ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ; ଉପକୂଳ ଛୁଇଁଲା ବାତ୍ୟା 'ଡଲଫିନ୍', ୫୦୦ ବିମାନ ବାତିଲ୍

Sushanta Sahoo
Browse all articles by Sushanta Sahoo
·19 hours ago·2 min read
ଘଣ୍ଟା ପ୍ରତି ୨୧୬ କିମି ବେଗରେ ପବନ; ଉପକୂଳ ଛୁଇଁଲା ବାତ୍ୟା 'ଡଲଫିନ୍', ୫୦୦ ବିମାନ ବାତିଲ୍
Typhoon Dolphin Slams Okinawa at 216 Kmph

Key Points

ସପ୍ତାହରେ ଭୟଙ୍କର ଭୂମିକମ୍ପ ଝଟ୍‌କା ପରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଜାପାନ ଉପକୂଳରେ ମାଡ଼ ହୋଇଛି । ସାମୁଦ୍ରିକ ଝଡ଼ ଟାଇଫୁନ୍ 'ଡଲଫିନ୍' ଜାପାନ ଉପକୂଳ ମୁହାଁ ହୋଇ ତାଣ୍ଡବ ରଚିଛି ।
ନୂଆଦିଲ୍ଲୀ: ମାଡ଼ି ଆସିଲା ଭୀଷଣ ବାତ୍ୟା । ଜୋର୍‌ରେ ବହିଲା ପବନ । ତୁହାକୁ ତୁହା ବର୍ଷା । ଭାରତର ବନ୍ଧୁ ରାଷ୍ଟ୍ର ଜାପାନ ପାଇଁ ପୁଣି ଘନେଇଛି ବିପଦ । ଗତ ସପ୍ତାହରେ ଭୟଙ୍କର ଭୂମିକମ୍ପ ଝଟ୍‌କା ପରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ଜାପାନ ଉପକୂଳରେ ମାଡ଼ ହୋଇଛି ।

ସାମୁଦ୍ରିକ ଝଡ଼ ଟାଇଫୁନ୍ 'ଡଲଫିନ୍' ଜାପାନ ଉପକୂଳ ମୁହାଁ ହୋଇ ତାଣ୍ଡବ ରଚିଛି । ଶକ୍ତିଶାଳୀ ବାତ୍ୟା 'ଡଲଫିନ୍' ଜାପାନରେ ମାଡ଼ ହେବା ସହ ସବୁ ଛାରଖାର୍ କରି ଦେଇଛି । ଦକ୍ଷିଣ-ପଶ୍ଚିମ ଜାପାନର ଓକିନାୱା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଛି ଟାଇଫୁନ୍ 'ଡଲଫିନ୍' ।

ଏଥିସହ ପଢ଼ନ୍ତୁ: 

ଜାପାନର ପାଣିପାଗ ବିଭାଗ ଅନୁସାରେ, ଏହି ଶକ୍ତିଶାଳୀ ବାତ୍ୟା ଶନିବାର ସକାଳ ୫ଟାରେ ଓକିନାୱା ଛୁଇଁଛି । ଫଳରେ ପ୍ରବଳ ବର୍ଷା ସହ ଭୀଷଣ ପବନ ହେଉଛି । ଓକିନାୱା ସହ ଅମାମୀ କ୍ଷେତ୍ରକୁ ବିପଦ ରହିଛି ।

ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତରପଶ୍ଚିମ ଓକିନାୱାର କୁମେଜିମା ଦ୍ଵୀପ ଆଡ଼କୁ ମୁହାଁଇଛି ବାତ୍ୟା 'ଡଲଫିନ୍' । ବାତ୍ୟା ସହ ଘଣ୍ଟାପ୍ରତି ୧୬୨ କିଲୋମିଟର ବେଗରେ ପବନ ବହୁଛି । ବେଳେ ବେଳେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୨୧୬ କିଲୋମିଟର ରହୁଛି ।

ବାତ୍ୟା 'ଡଲଫିନ୍' ପ୍ରଭାରେ ଶୁକ୍ରବାର ଠାରୁ ବର୍ଷା ପବନ ଆରମ୍ଭ ହୋଇ ଯାଇଥିଲା । ଓକିନାୱା ଓ ଅମାମୀର ଅନେକ ଜଳବନ୍ଦୀ ହୋଇ ରହିଛି । ଏଥିସହ ଉଭୟ ଅଞ୍ଚଳରେ ଭୂସ୍ଖଳନ ବିପଦ ରହିଥିବାରୁ ପ୍ରଶାସନ ୪ ନମ୍ବର ବିପଦ ସଂକତ ଜାରି କରିଛି ।

ପ୍ରଶାସନର ଆକଳନ ଅନୁସାରେ, ୨୪ ଘଣ୍ଟାରେ ଶନିବାର ରାତ୍ରୀ ସୁଦ୍ଧା ଅମାମୀରେ ୧୮୦ ମିଲିମିଟର ଏବଂ ଓକିନାୱାରେ ୧୫୦ ମିଲିମଟର ବର୍ଷା ହେବ । ବାତ୍ୟା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଘର ଛାଡ଼ିଲେ ଅଢ଼େଇ ଲକ୍ଷ ଲୋକ

ବାତ୍ୟା 'ଡଲଫିନ୍' ପାଇଁ ଜାପାନର ପାଣିପାଗ ବିଭାଗର ଆଲର୍ଟ ପରେ ଲୋକଙ୍କୁ ସ୍ଥାନାନ୍ତର କରାଯାଛି । ଓକିନାୱା ଓ କାଗୋଶୀମାରୁ ୨ ଲକ୍ଷ ୬୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

୫୦୦ ବିମାନ ବାତିଲ୍

ଟାଇଫୁନ୍ 'ଡଲଫିନ୍' ପାଇଁ ପ୍ରବଳ ପବନ ବହୁଛି । ଫଳରେ ଓକିନାୱାର ମୁଖ୍ୟ ନାହା ବିମାନବନ୍ଦରୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ବାତ୍ୟା ପାଇଁ ଜାପାନରେ ୫୦୦ରୁ ଅଧିକ ଘରୋଇ ଆନ୍ତର୍ଜାତୀୟ ଉଡ଼ାଣ ବାତିଲ୍ କରାଯାଇଛି । ଜାପାନର ଗାଡ଼ି ନିର୍ମାତା ଟୟୋଟାର ତାର ୯ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି ।

ଏଥିସହ ପଢ଼ନ୍ତୁ: 

ଗତ ସପ୍ତାହରେ ଜାପାନରେ ୭.୧ ତୀବ୍ରତାର ଭୂମିକମ୍ପ ଆସିଥିଲା । କୁମାମୋଟୋ ପ୍ରଦେଶରେ ଭୂମିକମ୍ପ ପାଇଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା । ଏବେବି ୬ ହଜାରରୁ ଅଧିକ ଲୋକ ଆଶ୍ରୟ ସ୍ଥଳରେ ଅଛନ୍ତି । ଭୂମିକମ୍ପ ପରେ ପୁଣି ବାତ୍ୟା 'ଡଲଫିନ୍' ଦାଉ ସାଧିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Typhoon Dolphin Hits Japan Coast: 216 Kmph Winds Strike Okinawa | Argus News | Argus News