Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US Military Operation / ଇରାନ ଆକ୍ରମଣର ଭିଡିଓ ସେୟାର କଲା ଆମେରିକା ସେନା

Rashmita Mishra
Browse all articles by Rashmita Mishra
·4 months ago·1 min read
ଇରାନ ଆକ୍ରମଣର ଭିଡିଓ ସେୟାର କଲା ଆମେରିକା ସେନା
US Military Operation

Key Points

ଆକ୍ରମଣର ଭିଡିଓ ରିଲିଜ କରିଛି ଆମେରିକାର ସେଣ୍ଟ୍ରାଲ କମାଣ୍ଡ
ଇରାନ ଆକ୍ରମଣର ଭିଡିଓ ସେୟାର କଲା ଆମେରିକା ସେନା
ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ସେୟାର କରିଛି ସେଣ୍ଟ୍ରାଲ କମାଣ୍ଡ

ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ କେମିତି ହୋଇଥିଲା ଆକ୍ରମଣ ଏହାର ଭିଡିଓ ରିଲିଜ କରିଛି ଆମେରିକାର ସେଣ୍ଟ୍ରାଲ କମାଣ୍ଡ । ଇରାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ହେଉଥିବା ଏୟାର ଷ୍ଟ୍ରାଇକ୍‌ର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ସେୟାର କରିଛି ସେଣ୍ଟ୍ରାଲ କମାଣ୍ଡ ।

ସେଣ୍ଟ୍ରାଲ କମାଣ୍ଡର ବାହିନୀ ଇରାନ ଉପରେ କରିଛି ନିରବଚ୍ଛିନ୍ନ ଆକ୍ରମଣ । ଆକ୍ରମଣର କାରଣ ହେଉଛି ପରମାଣୁ ଆଲୋଚନା ବିଫଳ ହେବା ଏବଂ ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଅଭିଯୋଗ । ଏହି ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରମ୍ପ କହିଛନ୍ତି ଇତିହାସର ସବୁଠାରୁ ଦୁଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ ଖାମେନେଇ ।

ଇରାନ ଏହି ଆକ୍ରମଣର ଜବାବରେ ଇସ୍ରାଏଲ୍‌ର ସହରଗୁଡ଼ିକ ଉପରେ ମିସାଇଲ୍ ମାଡ଼ କରିଛି । ଯାହା ମଧ୍ୟରୁ ଅଧିକାଂଶକୁ ଇସ୍ରାଏଲ୍‌ର ବାୟୁ ପ୍ରତିରକ୍ଷା ପ୍ରଣାଳୀ 'ଆଇରନ୍ ଡୋମ୍'କୁ ନଷ୍ଟ କରିଦେଇଛି । ତେବେ ଇରାନର ମିସାଇଲ୍ ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସକୁ ମଧ୍ୟ ଟାର୍ଗେଟ୍ କରିଛି । ଇରାନ ମିଶାଇଲ ମାଡ଼ରେ ଦୁବାଇର କୃତ୍ରିମ ଦ୍ୱୀପ 'ପାମ୍ ଜୁମେରାରା' ଏବଂ ବିଳାସପୂର୍ଣ୍ଣ ହୋଟେଲ 'ବୁର୍ଜ ଅଲ୍ ଆରବ' ଉପରେ ଆକ୍ରମଣ ହୋଇଛି । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି । ୟୁରୋପୀୟ ସଂଘ ଏବଂ ରୁଷ ମଧ୍ୟ ପରିସ୍ଥିତିକୁ ଶାନ୍ତ କରିବାକୁ ନିବେଦନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored