Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs China / ଭାରତକୁ ଛାଡ଼ି ଏବେ ଚୀନ୍ ପଛରେ ପଡ଼ିଛନ୍ତି ଟ୍ରମ୍ପ, ୧୫୫% ଲଗାଇବେ ଟାରିଫ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଭାରତକୁ ଛାଡ଼ି ଏବେ ଚୀନ୍ ପଛରେ ପଡ଼ିଛନ୍ତି ଟ୍ରମ୍ପ, ୧୫୫% ଲଗାଇବେ ଟାରିଫ !

Key Points

ୟୁକ୍ରେନରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଇଛି ଏବଂ ଆମେରିକାର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୁର୍ବଳ କରିଛି ବୋଲି ଟ୍ରମ୍ପ କହିଛନ୍ତି ।

ପୁଣିଥରେ ଚୀନ୍‌କୁ ଟ୍ରମ୍ପଙ୍କ ଟାରିଫ୍ ଧମକ । ନଭେମ୍ବର ୧ରୁ ଚୀନ୍ ଉପରେ ପ୍ରାୟ ୧୫୫% ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଚୀନ୍ ସହିତ ଆମେରିକାର ଭଲ ସମର୍କ ରଖିବାକୁ ଚାହୁଥିଲେ ମଧ୍ୟ ଗତ କିଛି ବର୍ଷ ଧରି ଚୀନ୍ ଆମେରିକା ପ୍ରତି ବହୁତ କଠୋର ହୋଇଆସିଛି । ଚୀନ୍ ଏବଂ ଅନ୍ୟ ସମସ୍ତ ଦେଶ ଆମଠାରୁ ଫାଇଦା ଉଠାଇଛନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏପରି ହେବ ନାହିଁ ବୋଲି ହ୍ବାଇଟ୍ ହାଉସ୍‌ର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଟ୍ରମ୍ପ ।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ରୁଷର ସର୍ବବୃହତ ତୈଳ ଆମଦାନୀକାରୀ ଭାବରେ ଚୀନ୍‌ର ଭୂମିକାକୁ ନେଇ ଟ୍ରମ୍ପ ଅସନ୍ତୋଷ ଜାହିର କରି ଆସୁଛନ୍ତି। ୨୦୨୪ରେ ପ୍ରତିଦିନ ହାରାହାରି ୨.୨ ନିୟୁତ ବ୍ୟାରେଲରୁ ଅଧିକ ତେଲ ଚୀନ୍ ଠାରୁ ଆମଦାନୀ କରିଛି ଚୀନ । ଏହା ୟୁକ୍ରେନରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଇଛି ଏବଂ ଆମେରିକାର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୁର୍ବଳ କରିଛି ବୋଲି ଟ୍ରମ୍ପ କହିଛନ୍ତି ।

ଗୋଟିଏ ପଟେ ଟ୍ରମ୍ପ ଚୀନ୍‌ ସହ ସମ୍ପର୍କ ଖରାପ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ପୁଣି ବନ୍ଧୁତା ଭଲ କରିବାକୁ ଚେଷ୍ଟା କରୁଛନ୍ତି । ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ୍ କଲ୍ ଏବଂ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଏହି ଆଲୋକର ପର୍ବରେ, ଆମର ଦୁଇଟି ମହାନ ଗଣତନ୍ତ୍ର ବିଶ୍ୱ ପାଇଁ ଆଶାର ଆଲୋକ ହୋଇ ରହିବ ଏବଂ ସମସ୍ତ ପ୍ରକାରର ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହୋଇ ରହିବୁ ।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ଟ୍ରମ୍ପ ବୁଧବାର ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଘୋଷଣା କରିଥିଲେ ଯେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଚମତ୍କାର ବ୍ୟକ୍ତି ଏବଂ ସମୟ ସହିତ ବହୁତ ଭଲ ବନ୍ଧୁ ହୋଇଯାଇଛନ୍ତି। "ଆମର ବହୁତ ଭଲ ଆଲୋଚନା ହୋଇଥିଲା, ଏବଂ ଆମେ ମୁଖ୍ୟତଃ ବାଣିଜ୍ୟ ବିଷୟରେ ଆଲୋଚନା କରିଥିଲୁ।" ରୁଷରୁ ତୈଳ କ୍ରୟ ସମ୍ପର୍କରେ, ଆମେରିକା ରାଷ୍ଟ୍ରପତି ପୁଣି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ ସେ ରୁଷରୁ ଅଧିକ ତେଲ କିଣିବେ ନାହିଁ। ସେ ପୂର୍ବରୁ ଅନେକ ଥର ଏପରି ଦାବି କରିଛନ୍ତି।

ଏପଟେ କିନ୍ତୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଦୀପାବଳି ଅବସରରେ ଟ୍ରମ୍ପ ସମସ୍ତ ଭାରତୀୟ-ଆମେରିକୀୟ ଏବଂ ବିଶ୍ୱବ୍ୟାପୀ ଏହି ପର୍ବ ପାଳନ କରୁଥିବା ଲୋକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored