|
logo
Live
Argus News App
GET APP

Argus News - ପାକିସ୍ତାନକୁ ବ୍ୟାପିଲାଣି ଇରାନ ଯୁଦ୍ଧ ! କରାଚି ଓ ଲାହୋରରେ ଦୂତାବାସ ଖାଲି କଲା ଆମେରିକା

International

Iran Israel War / ପାକିସ୍ତାନକୁ ବ୍ୟାପିଲାଣି ଇରାନ ଯୁଦ୍ଧ ! କରାଚି ଓ ଲାହୋରରେ ଦୂତାବାସ ଖାଲି କଲା ଆମେରିକା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ପାକିସ୍ତାନକୁ ବ୍ୟାପିଲାଣି ଇରାନ ଯୁଦ୍ଧ ! କରାଚି ଓ ଲାହୋରରେ ଦୂତାବାସ ଖାଲି କଲା ଆମେରିକା
US Evacuates Pakistan Consulate

Key Points

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ବଢ଼ୁଥିବା ସଂକଟ ଏବେ ପାକିସ୍ତାନକୁ ବ୍ୟାପି ଗଲାଣି । ପାକିସ୍ତାନରେ ଖାମେନେଇଙ୍କ ହତ୍ୟାକୁ ବିରୋଧ କରି ହେଉଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି । ଯାହାକୁ ଦେଖି ଆମେରିକା ବୁଧବାର କରାଚି ଓ ଲାହୋର ସ୍ଥିତ ତାର ବାଣିଜ୍ୟିକ ଦୂତାବାସର କିଛି କର୍ମଚାରୀଙ୍କୁ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ଵକୁ ଦୋହଲାଇ ଦେଇଛି । ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରି ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ନିହତ ହୋଇଛନ୍ତି ।

ଯାହାପରେ ଇରାନ ରକ୍ତମୁଖା ହୋଇ ଉଠିଛି । ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରି ଚାଲିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ବଢ଼ୁଥିବା ସଂକଟ ଏବେ ପାକିସ୍ତାନକୁ ବ୍ୟାପି ଗଲାଣି । ପାକିସ୍ତାନରେ ଖାମେନେଇଙ୍କ ହତ୍ୟାକୁ ବିରୋଧ କରି ହେଉଥିବା ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି ।

ଏଥିସହ ପଢ଼ନ୍ତୁ: ଭାରତ ପାଖରେ ଗଚ୍ଛିତ ଅଛି ୨୫ ଦିନର ଅଶୋଧିତ ତୈଳ ଓ ଗ୍ୟାସ୍, ଯୁଦ୍ଧ ଲମ୍ବା ଚାଲିଲେ ?

ଯାହାକୁ ଦେଖି ଆମେରିକା ବୁଧବାର କରାଚି ଓ ଲାହୋର ସ୍ଥିତ ତାର ବାଣିଜ୍ୟିକ ଦୂତାବାସର କିଛି କର୍ମଚାରୀଙ୍କୁ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି । କର୍ମଚାରୀଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ପାକିସ୍ତାନ ଛାଡ଼ିବାକୁ କୁହା ଯାଇଛି ।

ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହତ୍ୟା ପରେ ପାକିସ୍ତାନରେ ଜୋରଦାର ବିରୋଧ ପ୍ରଦର୍ଶନରୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଲାହୋର ଓ କରାଚି ସ୍ଥିତ ବାଣିଜ୍ୟ ଦୂତାବାସର ବର୍ତ୍ତମାନ ସୁରକ୍ଷା ସ୍ଥିତିକୁ ଦେଖି ମାର୍ଚ୍ଚ ୬ ପର୍ଯ୍ୟନ୍ତ ସମସ୍ତ ଭିସାକୁ ପୂର୍ବରୁ ବାତିଲ୍ କରାଯାଇଛି ।

ପାକିସ୍ତାନ ସ୍ଥିତ ଆରମେକୀୟ ଦୂତାବାସର ଅଧିକାରୀ କହିଛନ୍ତି, "ବିଦେଶ ବିଭାଗ ସୁରକ୍ଷା କାରଣରୁ ଲାହୋର ଓ କରାଚି ସ୍ଥିତ ଆମେରିକା ବାଣିଜ୍ୟିକ ଦୂତାବାସର ଅଣ-ଜରୁରୀକାଳୀନ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ପାକିସ୍ତାନ ଛାଡ଼ିବାକୁ କହିଛି । ତେବେ ଇସଲାମାବାଦ ସ୍ଥିତ ଦୂତାବାସ ପାଇଁ କୌଣସି ନିର୍ଦ୍ଦେଶ ଜାରି ହୋଇ ନାହିଁ ।"

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ଭାରତର ଆକ୍ସନ୍; ୮ ଦେଶ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଏଥିସହ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ସହ ଅନ୍ୟ ହିଂସାତ୍ମକ କାର୍ଯ୍ୟକଳାପ କଥା କହିଛି ଆମେରିକା । ଯେଉଁଥିରେ କୁହାଯାଇଛି, ଆତଙ୍କବାଦୀ କୌଣସି ଚେତାବନୀ ନ ଦେଇ ଆକ୍ରମଣ କରିପାରନ୍ତି । ପରିବହନ କେନ୍ଦ୍ର, ହୋଟେଲ, ବଜାର, ମଲ୍, ସୈନ୍ୟ ଓ ସୁରକ୍ଷା ବଳ ଆଡ୍ଡା, ବିମାନବନ୍ଦର, ଟ୍ରେନ୍ ଆଦିକୁ ଟାର୍ଗେଟ୍ କରିପାରନ୍ତି ଆତଙ୍କବାଦୀ ।

ଖାମେନେଇଙ୍କ ମୃତ୍ୟୁ ପରେ ରବିବାର କରାଚି ଓ ଲାହୋର ସ୍ଥିତ ଆମେରିକା ବାଣିଜ୍ୟିକ ଦୂତାବାସ ବାହାରେ ଶତାଧିକ ଲୋକ ଭିଡ଼ ଜମାଇ ବିକ୍ଷୋଭ କରିଥିଲେ । କରାଚିରେ ପ୍ରଦର୍ଶନକାରୀ ବାଣିଜ୍ୟିକ ଦୂତାବାସରେ ପ୍ରବେଶ ପାଇଁ ପ୍ରୟାସ କରିଥିଲେ । ଯାହା ପରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଏଭଳି ନିଷ୍ପତ୍ତ ନେଇଛି ଆମେରିକା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Iran Israel War: ପାକିସ୍ତାନକୁ ବ୍ୟାପିଲାଣି ଇରାନ ଯୁଦ୍ଧ ! କରାଚି ଓ ଲାହୋରରେ ଦୂତାବାସ ଖାଲି କଲା ଆମେରିକା | Argus News