Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Lifestyle Update / ଠିଆ ହୋଇ ପାଣି ପିଉଥିଲେ ସାବଧାନ ! ଅନେକ ସମସ୍ୟାରେ ପଡ଼ିପାରନ୍ତି...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଠିଆ ହୋଇ ପାଣି ପିଉଥିଲେ ସାବଧାନ ! ଅନେକ ସମସ୍ୟାରେ ପଡ଼ିପାରନ୍ତି...

Key Points

ଠିଆ ହୋଇ ପାଣି ପିଇବା ଦ୍ୱାରା ଆଣ୍ଠୁର କ୍ଷତି ହୋଇଥାଏ କି ? ବିଶେଷଜ୍ଞ କୁହନ୍ତ...

ପାଣି ପିଇବା ଦ୍ୱାରା ତରଳ ପଦାର୍ଥ ରୂପରେ କିଡନୀ ଆପଣଙ୍କ ଶରୀରରୁ ଅପରିଷ୍କାର ଖାଦ୍ୟ ପଦାର୍ଥକୁ ବାହାର କରିଥାଏ। ଏପରି କରିବା ପାଇଁ ହେଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପାଣିର ଆବଶ୍ୟକ ରହିଥାଏ। ସେତିକି ନୁହେଁ, ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଶରୀର କେବଳ ହାଇଡ୍ରେଟ୍‌ ରହିଥାଏ ତାହା ନୁହେଁ , ବରଂ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡ଼ିକୁ ମଧ୍ୟ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ଦୈନନ୍ଦିନ ଜୀବନରେ, ଲୋକମାନେ ସେମାନଙ୍କର ଆବଶ୍ୟକତା ଏବଂ ଅଭ୍ୟାସ ଅନୁସାରେ ପାଣି ପିଇ ଥାନ୍ତି ।


କିଛି ଲୋକ ବସିକି ଆରାମରେ ପାଣି ପିଇଥାନ୍ତି, ଆଉ କିଛି ଲୋକ ଶୀଘ୍ର ଶୋଷ ମେଣ୍ଟାଇବା ପାଇଁ ଫ୍ରିଜ୍‌ରୁ ସିଧା ବୋତଲ କାଢ଼ି ଠିଆ ହୋଇ ପିଇବା ଆରମ୍ଭ କରି ଦିଅନ୍ତି। ଆପଣ ମଧ୍ୟ ଏମିତି ଅନେକ ଥର କରିଥାଇ ପାରନ୍ତି। ଅଧିକାଂଶ ଲୋକ ଏହି ପ୍ରଶ୍ନରେ ସହମତ ହେବେ। ଏହା ବିଶ୍ୱାସ କରାଯାଏ ଯେ, ଠିଆ ହୋଇ ପାଣି ପିଇବା ଆଣ୍ଠୁ ପାଇଁ କ୍ଷତିକାରକ ହୋଇଥାଏ।ଯଦି ଆପଣ ମଧ୍ୟ ଏହା ବିଶ୍ୱାସ କରନ୍ତି, ତେବେ ଆସନ୍ତୁ ଜାଣିବା, ଏହାର ପ୍ରକୃତ ସତ୍ୟ ବିଷୟରେ ଏବଂ ଠିଆ ହୋଇ ପାଣି ପିଇବାର ଅସୁବିଧା ବିଷୟରେ -


ଡାକ୍ତର କୁହନ୍ତି, ଯେ ଠିଆ ହୋଇ ପାଣି ପିଇବା ଆଣ୍ଠୁର କ୍ଷତି ହୋଇପାରେ। କିମ୍ବା ଅନ୍ୟ ସନ୍ଧିଗୁଡ଼ିକୁ ପ୍ରଭାବିତ କରି ପାରେ ବୋଲି ଧାରଣା ଏକ ମିଥ୍ୟା। ପ୍ରକୃତରେ, ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ସିଧାସଳଖ ଖାଦ୍ୟ ନଳୀ ଦେଇ ପେଟକୁ ପ୍ରବାହିତ ହୁଏ। ଠିଆ ହେବା କିମ୍ବା ବସିବା ସହିତ ଏହାର କୌଣସି ସିଧାସଳଖ ସମ୍ପର୍କ ନାହିଁ । ଯଦିଓ କିଛି ଲୋକ ଦ୍ରୁତ ଅବଶୋଷଣ ଯୋଗୁଁ ବଦହଜମୀ କିମ୍ବା ଅସୁବିଧା ହୋଇପାରେ, କିନ୍ତୁ ଏହା ଆଣ୍ଠୁ ସହିତ ଆଦୌ ଜଡିତ ନୁହେଁ । ଡାଏଟିସିଆନ୍ ଜୁହି ଜଣେ ସାଧାରଣ ବ୍ୟକ୍ତିଙ୍କୁ ପ୍ରତିଦିନ ୨ରୁ୩ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି।

ଠିଆ ହୋଇ ପାଣି ପିଇବାରେ କ୍ଷତି:


ସ୍ନାୟୁ ଚାପ ଓ ତରଳ ପଦାର୍ଥ ଅସନ୍ତୁଳନ: ଏହା ମଧ୍ୟ କୁହାଯାଏ ଯେ ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀରରେ ତରଳ ପଦାର୍ଥ ସନ୍ତୁଳନ ବିଗିଡ଼ି ଯାଏ ଏବଂ ସ୍ନାୟୁରେ ମଧ୍ୟ ଚାପ ସୃଷ୍ଟି ହୁଏ ।

ପାଚନ ଉପରେ ପ୍ରଭାବ: ଠିଆ ହୋଇ ପାଣି ପିଇବା ସମୟରେ ପାଣି ଖୁବ୍‌ ଜୋରରେ ଭୋଜନ ନଳୀ ଦେଇ ପେଟକୁ ଚାଲିଯାଏ, ଯେଉଁଥିରେ ପାଚନ ପ୍ରକ୍ରିୟାରେ ବାଧା ଉପୁଜି ଥାଏ, ଯାବା ବଦହଜମୀ ବା ଗ୍ୟାସ ସମସ୍ୟାର କାରଣ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗଣ୍ଠି ଯନ୍ତ୍ରଣାର କାରଣ : ଯେତେବେଳେ ଆମେ ଠିଆ ହୋଇ ପାଣି ପିଅନ୍ତି , ତ ଏହା ଶିରା ଗୁଡ଼ିକରେ ଚାପ ସୃଷ୍ଟି କରେ , ଯାହା ତରଳ ପଦାର୍ଥ ସନ୍ତୁଳନକୁ ବାଧା ଦିଏ । ଏହା ସମୟ ସହ ସନ୍ଧିରେ ତରଳ ପଦାର୍ଥ ଜମା କରିପାରେ। ଯାହା ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣାର କାରଣ ହୋଇପାରେ।


କିଡନୀ ଉପରେ ପ୍ରଭାବ:


କିଡନୀ ସେତେବେଳେ ଭଲ ଉପାୟରେ କାମ କରେ , ଯେବେ ଆମେ ବସିଥାଉ । ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ସିଧା ବିନା ଫିଲଟର ହୋଇ ପେଟର ନିମ୍ନ ଭାଗରେ ପହଞ୍ଚି ଯାଏ। ଏଥିରେ ପାଣିରେ ଥିବା ଅପରିଷ୍କାର ପଦାର୍ଥ ମତ୍ରାଶୟରେ ଜମା ହୁଏ । ଯାହା କିଡନୀର କାର୍ଯ୍ୟକୁ ପ୍ରଭାବିତ କଲେ। ମୂତ୍ରନଳୀ ସଂକ୍ରମଣର ଆଶଙ୍କା ବୃଦ୍ଧି କରାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Related Topics

Explore more stories

Sponsored
Lifestyle Update | Beware of Drinking Water While Standing | Argus News | Argus News