Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶେଷଜ୍ଞଙ୍କ ପରାମର୍ଶ, ଏହି ସବୁ ଖାଦ୍ୟାଭ୍ୟାସ ହୃଦରୋଗର ମୁଖ୍ୟ କାରଣ...

Lifestyle

ବିଶେଷଜ୍ଞଙ୍କ ପରାମର୍ଶ, ଏହି ସବୁ ଖାଦ୍ୟାଭ୍ୟାସ ହୃଦରୋଗର ମୁଖ୍ୟ କାରଣ...

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ବିଶେଷଜ୍ଞଙ୍କ ପରାମର୍ଶ, ଏହି ସବୁ ଖାଦ୍ୟାଭ୍ୟାସ ହୃଦରୋଗର ମୁଖ୍ୟ କାରଣ...

Key Points

ଆମ ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ ଖାଦ୍ୟକୁ ଏମିତି ଏକ ଯୌଗିକରେ ପରିଣତ କରେ, ଯାହା ସିଧାସଳଖ ହୃଦରୋଗ କରିବାରେ ସହାୟକ ହୁଏ । ଏଥିସହ ଏହି ଅସ୍ଵାସ୍ଥ୍ୟକର ବ୍ୟାକ୍ଟେରିଆ କୋଲେଷ୍ଟେରଲର ପରିମାଣ ବଢାଇଥାଏ, ତା ସହ ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ ।

ଆମେ ପ୍ରତିଦିନ ଯାହା ସବୁ ଖାଇଥାନ୍ତି, ତାହାର ସିଧା ପ୍ରଭାବ ଆମ ଶରୀର ଉପରେ ପକାଇଥାଏ । ତଥାପି ଆମମାନଙ୍କ ଅଜାଣତରେ ଆମର ଏମିତି କିଛି ଖାଦ୍ୟାଭ୍ୟାସ ଥାଏ, ଯାହା କାରଣରୁ ହୃଦରୋଗ ହେବାର ବିଶେଷ ସମ୍ଭାବନା ଥାଏ । ଏହା ଆମେ ନୁହେଁ ହୃଦରୋଗ ବିଶେଷଜ୍ଞ କିଛି ଏପରି ଗବେଷଣା କରି କହିଛନ୍ତି । କେତେବେଳେ ଆମେ ସ୍ଵାଦ ମୁତାବକ ଅଧିକ ଲୁଣ ଖାଇଥାନ୍ତି , ତ କେତେବେଳେ ଅଧିକ ଫ୍ରାଏଡ ଫୁଡ ଖାଇଥାନ୍ତି । କିନ୍ତୁ ଏହିଭଳି ଖାଦ୍ୟାଭ୍ୟାସ କେମିତି ଧିରେଧିରେ ଆମ ହାର୍ଟ ଉପରେ ସିଧାସଳଖ ପ୍ରଭାବ ପକାଏ ତାହା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଜଣେ ହୃଦରୋଗ ବିଶେଷଜ୍ଞ ।

ସେ କହିଛନ୍ତି, ଆମ ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ ଖାଦ୍ୟକୁ ଏମିତି ଏକ ଯୌଗିକରେ ପରିଣତ କରେ, ଯାହା ସିଧାସଳଖ ହୃଦରୋଗ କରିବାରେ ସହାୟକ ହୁଏ । ଏଥିସହ ଏହି ଅସ୍ଵାସ୍ଥ୍ୟକର ବ୍ୟାକ୍ଟେରିଆ କୋଲେଷ୍ଟେରଲର ପରିମାଣ ବଢାଇଥାଏ, ତା ସହ ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ । ତେବେ ଏଥିପାଇଁ କେଉଁକେଉଁ ଦିଗପ୍ରତି ଧ୍ୟାନ ଦେବାର ଅଛି ଆସନ୍ତୁ ଜାଣିବା ।

୧- ଫାଇବର ଯୁକ୍ତ ଖାଦ୍ୟ
ଫଳି, ସବୁଜ ପନିପରିବା, ଶସ୍ୟଜାତୀୟ ଖାଦ୍ୟ ଅନ୍ତନଳୀକୁ ସୁସ୍ଥରଖିବା ସହ ଶରୀର ପ୍ରଦାହ କମ କରିଥାଏ ।

୨- ଅତ୍ୟଧିକ ସଂସୋଧିତ ଖାଦ୍ୟ

ଅତ୍ୟଧିକ ସଂସୋଧିତ ଖାଦ୍ୟ ପଦାର୍ଥ ଯେମିତି ଚିପ୍ସ, ବିସ୍କୁଟ, ଚକୋଲେଟ, ସଫ୍ଟ ଡ୍ରିଙ୍କ୍ସରେ ଅଧିକ ମାତ୍ରାରେ ଲୁଣ, ଚିନି ରହିଥାଏ । ଏହା ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ ।

୩- ଫରମେଣ୍ଟେଡ ଖାଦ୍ୟ
ଫରେମେଣ୍ଟେଡ ଖାଦ୍ୟ ଯେମିତିକି ଦହି, କିମଚି ଆଦି ଶରୀର ପାଇଁ ବେଶ ଉପକାରୀ ।

୪ -ମାଂସ ଏବଂ ଅଣ୍ଡା
ଶରୀର ପାଇଁ ଖୁବ କ୍ଷତିକାରକ ମାଂସ ଏବଂ ଅଣ୍ଡା । ଏହା ଶରୀରରେ ରକ୍ତ ଜମାଟ ବାନ୍ଧିବା ସହ ହୃଦରୋଗ କରିବାରେ ସହାୟକ ହୋଇଥାଏ ।

୫- ହାଇଡ୍ରେଟେଡ ରହିବା
ଶରୀରକୁ ସୁସ୍ଥ ରଖିବାକୁ ହେଲେ ଶରୀରରେ ସଠିକ ଜଳୀୟ ଅଂଶ ବଜାୟ ରଖିବା ଆବଶ୍ୟକ । ଏହା ଖାଦ୍ୟ ସଠିକ ହଜମ କରିବା ସହ ଅନ୍ତନଳୀକୁ ସୁସ୍ଥ ରଖିଥାଏ ।
ଏହି ସବୁ ଖାଦ୍ୟ ଅଭ୍ୟାସକୁ ପ୍ରତିଦିନ ଜଗିଲେ ଆମର ଶରୀର ସୁସ୍ଥ ରହିବା ସହ ହୃଦୟ ମଧ୍ୟ ସୁସ୍ଥ ରହିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Expert advice: All these dietary habits are the main causes of heart disease | Argus News