Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Tips / ଶୀତଦିନେ ପାଦ ଫୁଲୁଛି କି ? ଏହି ଟିପ୍ସ୍ ଆପଣାନ୍ତୁ ମିଳିବ ଅନେକ ଫାଇଦା

Rashmita Mishra
Browse all articles by Rashmita Mishra
·8 months ago·2 min read
ଶୀତଦିନେ ପାଦ ଫୁଲୁଛି କି ? ଏହି ଟିପ୍ସ୍ ଆପଣାନ୍ତୁ ମିଳିବ ଅନେକ ଫାଇଦା

Key Points

ଶୀତଦିନେ ପାଦ ଫୁଲିଲେ କ'ଣ କରିବେ ଜାଣନ୍ତୁ । 
ଶୀତଦିନେ ଆସିଲା ମାତ୍ରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ତା'ଭିତରୁ ଗୋଟିଏ ହେଲା ପାଦ ଫୁଲିବା । ଏହି ସମସ୍ୟା ଆଜି କାଲି ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ କିଛି ଘରୋଇ ଟିପ୍ସ୍ ମାଧ୍ୟମରେ ।

https://argusnewdashboard.s3.ap-south-1.amazonaws.com/assets/5cdb333e-0651-4ea0-93f3-7687f4edf8b1.jpg
ପାଦ ଫୁଲିବା ଦ୍ୱାରା ଦୈନନ୍ଦିନ ଜୀବନରେ କାମ କରିବାରେ ବହୁତ ଅସୁବିଧା ହୋଇଥାଏ । ଶୀତଦିନେ ପାଦ ଫୁଲିବା ଏବଂ ପାଦ ଯନ୍ତ୍ରଣାର ସମସ୍ୟା ଆହୁରି ବଢ଼ିଯାଇଥାଏ ।

https://argusnewdashboard.s3.ap-south-1.amazonaws.com/assets/f27ad4d7-e76b-4da6-97a7-13fe26c0e26d.jpg
ପାଦ ଫୁଲିବାରୁ ତୁରନ୍ତ ମୁକ୍ତି ପାଇବା ପାଇଁ, ପାଦରେ ତେଲ ମାଲିସ୍ କରିପାରିବେ । ସୋରିଷ ତେଲ, ତିଳ ତେଲ, ଜଡ଼ା ତେଲ ଏବଂ ଅଲିଭ୍ ତେଲ ବ୍ୟବହାର କରାଯାଇପାରିବେ । ଆହୁରି ଭଳ ଫଳାଫଳ ପାଇବା ପାଇଁ, ତେଲକୁ ସାମାନ୍ୟ ଗରମ କରି ଆପଣଙ୍କ ପାଦରେ ଲଗାନ୍ତୁ ଏହା ଦ୍ଵାରା ତୁରନ୍ତୁ ଆପଣଙ୍କୁ ଆରାମ ମିଳିବ ।

https://argusnewdashboard.s3.ap-south-1.amazonaws.com/assets/1ecd6dde-1c9f-457b-94fb-d8eca3161000.jpg
ଏକ ବାଲ୍ଟିରେ ଉଷୁମ ପାଣି ନିଅନ୍ତୁ ସେଥିରେ କିଛି ଲୁଣ ମିଶାନ୍ତୁ । ଏହି ଲୁଣ ପାଣିରେ ଆପଣଙ୍କ ପାଦକୁ କିଛି ସମୟ ପାଇଁ ବୁଡ଼ାଇ ରଖନ୍ତୁ । ଏହି ଘରୋଇ ଉପଚାର କରିବା ଦ୍ଵାରା ପାଦ ଫୁଲା ଦୂର ହେବା ସହ ଶରୀରକୁ ମଧ୍ୟ ଆରାମ ମିଳେ ।

https://argusnewdashboard.s3.ap-south-1.amazonaws.com/assets/d5095afe-cb1b-46cc-a6b3-c617eac2d746.jpg

ହଳଦୀକୁ ମଧ୍ୟ ପାଦ ଫୁଲା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ । ହଳଦୀରେ ଅନେକ ଔଷଧୀୟ ଗୁଣ ଅଛି । ହଳଦୀର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଫୁଲା ସ୍ଥାନରେ ଲଗାନ୍ତୁ ଏବଂ ପେଷ୍ଟ ଶୁଖିବା ପରେ ଉଷୁମ ପାଣିରେ ପାଦ ଧୋଇ ଦିଅନ୍ତୁ ଏହା ମଧ୍ୟ ପାଦ ଫୁଲାକୁ ଦୂର କରିବ ।

https://argusnewdashboard.s3.ap-south-1.amazonaws.com/assets/0a3523c4-2f06-4b70-b8cd-f89c0027061c.jpg
ଯଦି ଏହି ଉପଚାରଗୁଡ଼ିକ ଚେଷ୍ଟା କରିବା ପରେ ମଧ୍ୟ ଆପଣଙ୍କ ପାଦ ଫୁଲା କମି ନଯାଏ, ତେବେ ଆପଣ ସତର୍କ ରହିବା ଉଚିତ ଏବଂ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା କିଛି ବଡ଼ ରୋଗର ସଂଙ୍କେତ ମଧ୍ୟ ହୋଇପାରେ ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Foot Swelling in Winter? Follow These Tips for Quick Relief & Benefits | Argus News