Navratri Special / ନବରାତ୍ରି ବ୍ରତ: କେଉଁ ଦିନ ପିନ୍ଧିବେ କେଉଁ ରଙ୍ଗର ପୋଷାକ ?

Key Points
ଆରମ୍ଭ ହୋଇଯାଇଛି ନବରାତ୍ରି, ଜାଣନ୍ତୁ ବ୍ରତ ପାଳନର ମହତ୍ୱ ଓ ନିୟମ ।
କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବେ ଜାଣନ୍ତୁ
ନବରାତ୍ରି ଆରମ୍ଭ ହୋଇଛି। ନଅ ଦିନରେ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ରୂପ ପୂଜା ପାଇଥାନ୍ତି। ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ନବରାତ୍ରିର ୯ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ପାଞ୍ଜି ଅନୁସାରେ ପ୍ରତି ବର୍ଷ ଆଶ୍ୱିନ ମାସରେ ନବ ରାତ୍ର ପାଳନ ହୋଇଥାଏ । ଆଦିଶକ୍ତିଙ୍କ ଆଗମନ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳେ । ଦେଶର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଢଙ୍ଗରେ ନବରାତ୍ର ପର୍ବ ପାଳନ ହୁଏ । ଏହି ୯ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ମା' ଦୁର୍ଗାଙ୍କ ପୂଜା କଲେ ଭକ୍ତଙ୍କ ସବୁ ଇଚ୍ଛା ପୂରା ହୋଇଥାଏ ବୋଲି ବିଶ୍ୱାସ ରହିଛି ।ତେବେ ନବରାତ୍ରି ସମୟରେ କେବଳ ପୂଜା ନୁହେଁ ପୋଷାକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ। ନବରାତ୍ରିର ନଅ ଦିନରେ, ବିଭିନ୍ନ ରଙ୍ଗର ପୋଷାକ ପିନ୍ଧାଯାଏ। ପ୍ରତ୍ୟେକ ଦିନର ନିଜସ୍ୱ ରଙ୍ଗ ଥାଏ ଓ ମହତ୍ତ୍ୱ ଥଆଏ। ଆସନ୍ତୁ ଜଣିବା କେଉଁ ରଙ୍ଗର ପୋଷାକ କେଉଁଦିନ ପିନ୍ଧିବା ଭଲ।
ଶୈଳପୁତ୍ରୀ- ନବରାତ୍ରିର ପ୍ରଥମ ଦିନରେ, ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମା ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ କମଳା।
ବ୍ରହ୍ମଚାରିଣୀ- ନବରାତ୍ରିର ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଏ। ଏହି ଦିନ ଧଳା ପୋଷାକ ପିନ୍ଧିବା ଶୁଭ ବୋଲି କୁହାଯାଏ।
ଚନ୍ଦ୍ରଘଣ୍ଟା- ଏହି ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କର। ଲାଲ ରଙ୍ଗ ମାତାଙ୍କ ଅତ୍ୟନ୍ତ ପ୍ରିୟ। ଆପଣ ଏହି ଦିନ ଲାଲ ପୋଷାକ ପିନ୍ଧି ପାରିବେ।
କୁଷ୍ମାଣ୍ଡା- ନବରାତ୍ରିର ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡାଙ୍କ ପୂଜା କରାଯାଏ। ଏହି ଦିନ ଗାଢ଼ ନୀଳ ରଙ୍ଗ ପିନ୍ଧାଯାଏ।
ସ୍କନ୍ଦମାତା- ନବରାତ୍ରିର ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କ ପୂଜା କରାଯାଏ। ଏହି ଦିନ ହଳଦିଆ ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।
କାତ୍ୟାୟନୀ- ନବରାତ୍ରିର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କ ପୂଜା କରାଯାଏ। ଏହି ଦିନ ସବୁଜ ପୋଷାକ ପିନ୍ଧିପାରିବେ।
କାଳରାତ୍ରି- ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରିଙ୍କ ପୂଜା କରାଯାଏ। ମା’ କାଳରାତ୍ରିଙ୍କ ପ୍ରିୟ ରଙ୍ଗ ହେଉଛି ଧୂସର।
📱 Get Argus News App
✨ମହାଗୌରୀ- ନବରାତ୍ରିର ଅଷ୍ଟମ ଦିନରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଏହି ଦିନ ବାଇଗଣୀ ପୋଷାକ ପିନ୍ଧିପାରିବେ।
ସିଦ୍ଧିଦାତ୍ରୀ- ନବରାତ୍ରିର ନବମ ଏବଂ ଶେଷ ଦିନରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମା’ ସିଦ୍ଧିଦାତ୍ରୀ ଗାଢ଼ ସବୁଜ ରଙ୍ଗକୁ ଭଲ ପାଆନ୍ତି। ସବୁଜକୁ ଶୁଭ ଏବଂସମୃଦ୍ଧିର
ପ୍ରତୀକ ଭାବରେ ବିବେଚନା କରାଯାଏ।
ନବରାତ୍ରି ସାରା ଦେଶରେ ପାଳନ କରାଯାଏ । ଭକ୍ତମାନେ ୯ ଦିନ ବ୍ରତ ପାଳନ କରନ୍ତି । ପ୍ରଥମ ଦିନରେ କଳସ ସ୍ଥାପନା ଓ ଅଖଣ୍ଡ ଦୀପ ଲଗାଯାଇଥାଏ । ଅଷ୍ଟମୀ କିମ୍ବା ନବମୀ ଦିନ କୁଆଁରୀ କନ୍ୟାଙ୍କୁ ଭୋଜନ କରାଯାଇଥାଏ ।
ନବରାତ୍ରି ବ୍ରତର ନିୟମ -
୧.ନବରାତ୍ରି ବ୍ରତ ପାଳନ ପାଇଁ ପ୍ରଥମ ଦିନରେ କଳସ ସ୍ଥାପନା କରଯାଏ
୨. ଶ୍ରଦ୍ଧା ଓ ଭକ୍ତିର ସହ ମା'ଙ୍କ ପୂଜା କରଯାଏ
୩. ଅପରାହ୍ନ ସମୟରେ ଫଳ ଓ କ୍ଷୀର ଆହାର କରାଯାଏ
୪. ସନ୍ଧ୍ୟା ସମୟରେ ମା'ଙ୍କ ଆଳତୀ ହୁଏ
୫. ପ୍ରସାଦ ସମସ୍ତଙ୍କୁ ବାଣ୍ଟି ଓ ନିଜେ ଗ୍ରହଣ କରିଥାନ୍ତି
୬. ପ୍ରସାଦ ବଣ୍ଟନ ପରେ ଭୋଜନ ଗ୍ରହଣ କରାଯାଏ
୭. କିଛି ସ୍ଥାନରେ ୯ ଦିନ ଅନ୍ନ ଗ୍ରହଣ ନ କରି କେବଳ ଫଳ ଆହାର କରାଯାଏ
୮. ଅଷ୍ଟମୀ କିମ୍ବା ନବମୀ ଦିନ ୯ କନ୍ୟାଙ୍କୁ ଭୋଜନ କରାଇ ସେମାନଙ୍କୁ ଉପହାର ଏବଂ ଦକ୍ଷିଣା ଦିଆଯାଏ
୯. ଶେଷରେ ଯଦି ସମ୍ଭବ ହୁଏ ତାହେଲେ ନବମୀ ଦିନ ହୋମ କରି ବ୍ରତ ସମାପନ କରଯାଏ ।
କେଉଁଦିନ କେଉଁ ଭୋଗ ଚଢ଼ାଇବେ ?
ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଖିରି ଅର୍ପଣ କରିବାର ପରମ୍ପରା ଅଛି।
ନବରାତ୍ରିର ଦ୍ୱିତୀୟ ଦିନରେ ଚିନି କିମ୍ବା ମିଠା ଅର୍ପଣ କରିବାର ପରମ୍ପରା ଅଛି।
ନବରାତ୍ରିର ତୃତୀୟ ଦିନରେ ମାଙ୍କୁ କ୍ଷୀରରେ ତିଆରି ଜିନିଷ ଅର୍ପଣ କରାଯାଏ।
ନବରାତ୍ରିର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରିପାରିବେ।
ନବରାତ୍ରିର ପଞ୍ଚମ ଦିନରେ ମାତା ସ୍କନ୍ଦମାତାଙ୍କୁ କଦଳୀ ଅର୍ପଣ କରାଯାଇପାରିବ।
ନବରାତ୍ରିର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କୁ ମହୁରୁ ତିଆରି ଭୋଗ ଅର୍ପଣ କରିପାରିବେ।
ନବରାତ୍ରିର ସପ୍ତମ ଦିନରେ ମା କାଳରାତ୍ରୀ ଗୁଡ଼ରେ ତିଆରି ହାଲୱା ଅର୍ପଣ କରିପାରିବେ ।
ଅଷ୍ଟମ ଦିନରେ ମହାଗୌରୀ ନଡ଼ିଆରୁ ପ୍ରସ୍ତୁତ ଭୋଗ ପ୍ରଦାନ କରିପାରିବେ ।
ନବରାତ୍ରୀର ନବମ ଦିନରେ ମା' ସିଦ୍ଧଧତ୍ରୀଙ୍କୁ ହାଲୱା-ପୁରୀ ଏବଂ ଚଣା ଅର୍ପଣ କରାଯାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: