Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଳକାନନ୍ଦା ନଦୀକୁ ଖସିଲା ବସ୍ , ୧୧ ଜଣ ନିଖୋଜ

National

ଅଳକାନନ୍ଦା ନଦୀକୁ ଖସିଲା ବସ୍ , ୧୧ ଜଣ ନିଖୋଜ

Smruti Parija
Browse all articles by Smruti Parija
·10 months ago·1 min read
ଅଳକାନନ୍ଦା ନଦୀକୁ ଖସିଲା ବସ୍ , ୧୧ ଜଣ ନିଖୋଜ

Key Points

ଅଳକାନନ୍ଦା ନଦୀକୁ ବସ୍ ଖସି ୧୧ଜଣ ନିଖୋଜ

ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ

ବାଦଲ ଫଟା ବର୍ଷା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ,ଭାସିଗଲେ ୧୦ରୁ ଉର୍ଦ୍ଧ୍ୱ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଅଳକାନନ୍ଦା ନଦୀକୁ ବସ୍ ଖସି ୧୧ଜଣ ନିଖୋଜ ହୋଇଯାଇଛନ୍ତି । ବସରେ ୧୮ଜଣ ଯାତ୍ରୀ ଥିଲେ । ନିଖୋଜ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଅପରେସନ୍ । ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ଅଳକାନନ୍ଦା ନଦୀରେ ସୁଅ ଅଧିକା ଥିବାରୁ ଉଦ୍ଧାର କାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ହୋଇଛି ।


ସେପଟେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷା ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ହେବା ସହ ୧୦ରୁ ଅଧିକ ଲୋକ ଭାସି ଯାଇଛନ୍ତି । ମାଟି ଅତଡା ଖସିବାରୁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ମାଟି ଅତଡା ତଳେ ଅନେକ ଘର ଦବି ଯାଇଛି । ଗତ କିଛି ଦିନ ହେଲା ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ହେଉଛି । ଗତକାଲି କାଙ୍ଗ୍ରା ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନିଖୋଜ ମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍‍ ଏସଡିଆରଏଫ୍ ଓ ପୋଳିସ ଟିମ୍ ପହଞ୍ଚିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored