Delhi Blast / ଟାର୍ଗେଟ୍ରେ ଥିଲା ପୁରୁଣା i20-Brezza-Swift-EcoSport, ଏକାଧିକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ

Key Points
ଅଳ୍ପକେ ବର୍ତ୍ତିଗଲା ଭାରତ । କାରଣ ଆତଙ୍କାବାଦୀ ରଚିଥିଲେ ବିରାଟ ଷଡ୍ଯନ୍ତ୍ର । ଯାହାକୁ ପଣ୍ଡ କରିଛି ଭାରତର ଗୁଇନ୍ଦା ସଂସ୍ଥା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଏବେ ଏକ ବଡ଼ ଷଡ୍ଯନ୍ତ୍ରର ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ଏକ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ବିସ୍ଫୋରଣ ପ୍ଲାନ କରିଥିଲେ ।
ଏହି ସିରିଜ୍ ବିସ୍ଫୋରଣ ପାଇଁ ୩୨ଟି କାର୍ ଯୋଗାଡ଼ କରିଥିଲେ ଆତଙ୍କବାଦୀ । ଯେଉଁଥିରେ i20, Brezza, Swift Dzire ଓ EcoSport ଭଳି କାର୍ ସାମିଲ ଥିଲା । ଆଠ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଏକକାଳୀନ ଚାରୋଟି ସହରରେ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି ।
ବିସ୍ଫୋରଣ ପାଇଁ ଭିନ୍ନ ଭିନ୍ନ ଗ୍ରୁପ
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଆଠ ଜଣ ସନ୍ଦିଗ୍ଧ ଭିନ୍ନ ଭିନ୍ନ ସହରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଭିନ୍ନ ଭିନ୍ନ ଗ୍ରୁପ୍ ମଧ୍ୟ ଗଠନ କରାଯାଇଥିଲା, ପ୍ରତ୍ୟେକ ଗ୍ରୁପ୍ରେ ଦୁଇଜଣ ସଦସ୍ୟ ଥିଲେ। ପ୍ରତ୍ୟେକ ଗ୍ରୁପ୍ ପ୍ରଚୁର ପରିମାଣର ବିସ୍ଫୋରକ ମଧ୍ୟ ନେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ପୁରୁଣା ଗାଡ଼ିକୁ ଫୋକସ୍
ଅନ୍ୟପଟେ ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଏହି ‘ଡାକ୍ତର ମଡ୍ୟୁଲ୍’ ପୁରୁଣା ଓ ବାରମ୍ବାର ବିକ୍ରି ହୋଇଥିବା ଗାଡ଼ି ଯେପରିକି Brezza, Swift Dzire, Ford EcoSport ଭଳି କାର ବ୍ୟବହାର କରିବାକୁ ଯୋଜନା କରିଥିଲେ, ଯାହାଦ୍ୱାରା ପୋଲିସ ସେମାନଙ୍କୁ ଚିହ୍ନଟ କରିପାରିବ ନାହିଁ।
ମେଡିକାଲ କଲେଜରୁ କାର ଜବତ
ହରିୟାଣାର ଫରିଦାବାଦରେ ଥିବା ‘ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିଲା। ଏଠାରୁ Brezza କାର୍ ଜବତ ହୋଇଛି। Swift Dzire କାରରୁ ଆକ୍ରମଣକାରୀର ରାଇଫଲ୍ ଏବଂ ଗୁଳି ଜବତ କରାଯାଇଛି। Ford EcoSport କାର୍ ଫରିଦାବାଦରୁ ଉଦ୍ଧାର ହୋଇଛି। ଏହି କାର୍ରେ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଥିଲା। ଜଣେ ଯୁବକ ସେହି କାର୍ ଭିତରେ ଶୋଇଥିବା ଅବସ୍ଥାରେ ଗିରଫ ହୋଇଛି।
ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନେଟୱାର୍କର ତଦନ୍ତ
ଯୋଜନା ଅନୁଯାୟୀ, ସମସ୍ତ ଦଳ ୬ଟି ସହରରେ ଏକକାଳୀନ ବିସ୍ଫୋରଣ କରିବାକୁ ସ୍ଥିର କରିଥିଲେ । ଏହି ଖବର ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଏବଂ ନେଟୱାର୍କର ତଦନ୍ତ କରୁଛନ୍ତି ।
📱 Get Argus News App
✨Related Topics
Explore more stories