Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Maoists surrender / ମୁଖ୍ୟ ସ୍ରୋତକୁ ଫେରିଲେ ୩୭ କ୍ୟାଡର ମାଓବାଦୀ; ଜଙ୍ଗଲରେ ଧରି ବୁଲୁଥିଲେ AK-47

Sushanta Sahoo
Browse all articles by Sushanta Sahoo
·7 months ago·2 min read
ମୁଖ୍ୟ ସ୍ରୋତକୁ ଫେରିଲେ ୩୭ କ୍ୟାଡର ମାଓବାଦୀ; ଜଙ୍ଗଲରେ ଧରି ବୁଲୁଥିଲେ AK-47

Key Points

ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେଲଙ୍ଗାନା ଓ ଛତିଶଗଡ଼ର ୩୭ ମାଓବାଦୀ ତେଲଙ୍ଗାନା ଡିଜିପି ବି ଶିବଧର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରି ଅସ୍ତ୍ର ଛାଡ଼ିଛନ୍ତି ।
ହାଇଦ୍ରାବାଦ: ଭୁଶୁଡ଼ୁଛି ମାଓ ଗଡ଼, ଲାଲଦୁର୍ଗ ଛାଡ଼ୁଛନ୍ତି କ୍ୟାଡର ମାଓବାଦୀ । ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେଲଙ୍ଗାନା ଓ ଛତିଶଗଡ଼ର ୩୭ ମାଓବାଦୀ ତେଲଙ୍ଗାନା ଡିଜିପି ବି ଶିବଧର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରି ଅସ୍ତ୍ର ଛାଡ଼ିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ କୋୟଡା ସାମବୈହା ଓରପ୍ ଆଜାଦ, ଆପ୍ପାସି ନାରାୟଣ ଓରଫ୍ ରମେଶ ଅଛନ୍ତି । ଉଭୟଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ DKSZCର ରାଜ୍ୟ କମିଟି ସଦସ୍ୟ ମୁଚକି ସୋମଦା ଓରଫ୍ ଇରା ମଧ୍ୟ ଆତ୍ମସମର୍ପଣ କରିଛି । ଇରା ମୁଣ୍ଡରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ।

ଏଥିସହ ପଢ଼ନ୍ତୁ: ୧୭ ବର୍ଷ ପରେ ଭାରତ ଫେରିଲେ NRI ଦମ୍ପତି, କହିଲେ "ଆମେରିକାରେ ମେଡିକାଲ୍ ଖର୍ଚ୍ଚ ଅଧିକ"

୩୭ ମାଓବାଦୀ ଆତ୍ମସମର୍ପଣକୁ ନେଇ ତେଲଙ୍ଗାନା ଡିଜିପି କହିଛନ୍ତି, "ଆତ୍ମସମର୍ପଣ ଆହ୍ଵାନକୁ ଭଲ ପ୍ରତିକ୍ରିୟା ମିଳୁଛି । ମାଓବାଦୀ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ସେମାନେ ସ୍ଵାସ୍ଥ୍ୟ ସହ ପରିବାରକୁ ଗୁରୁତ୍ଵ ଦେଇ ଶାନ୍ତିକୁ ବାଛିଛନ୍ତି ।"

ଆତ୍ମସମର୍ପଣ କରିଥିବା ୩୭ କ୍ୟାଡର ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ୮ଟି ଅସ୍ତ୍ରଶସ୍ତ୍ର ପୋଲିସକୁ ହସ୍ତାନ୍ତର କରିଛନ୍ତି । ଯେଉଁଥିରେ ଏକେ-47‍ ସହ ଦୁଇଟି SLRs, ୪ଟି 303 ରାଇଫଲ୍ ଏବଂ ଗୋଟିଏ G3 ରାଇଫଲ୍, ୩୪୬ଟି ଗୁଳି ମଧ୍ୟ ମିଳିଛି । ପୋଲିସକୁ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କା ହସ୍ତାନ୍ତର କରିଛନ୍ତି ଆତ୍ମସମର୍ପଣ କରିଥିବା ମାଓବାଦୀ ।

ଏଥିସହ ପଢ଼ନ୍ତୁ: 'ଭାରତ ମାଟିରୁ ମୂଳପୋଛ ହେବ ନକ୍ସଲବାଦ'; BSF ପ୍ରତିଷ୍ଠା ଦିବସରେ ଶତ୍ରୁ ରାଷ୍ଟ୍ରକୁ ଅମିତ ଶାହଙ୍କ ଚେତାବନୀ

ଏବେ ବି ତେଲଙ୍ଗାନାରେ ୫୯ କ୍ୟାଡର ମାଓବାଦୀ ଅଛନ୍ତି । ସେମାନେ CPI (ମାଓବାଦୀ) ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଦଳର ୮ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମଧ୍ୟରୁ ୫ ଜଣ ତେଲଙ୍ଗାନା ରାଜ୍ୟର ବୋଲି ସୂଚନା ଦେଇଛନ୍ତି ଡିଜିପି । ୨୦୨୫ ମସିହାରେ ତେଲଙ୍ଗାନାରେ ୪୬୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
37 Maoists Surrender in Telangana, Hand Over AK-47 and Rifles | Argus News | Argus News