Jammu Kashmir Blast / ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ

Key Points
ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନରେ ଭୀଷଣ ବ୍ଲାଷ୍ଟ । ୭ ଜଣଙ୍କ ମୃତ୍ୟୁ, ୩୦ ଆହତ । ୩୦୦ ଫୁଟ ଦୂରରେ ପଡ଼ିଲା ମୃତକଙ୍କ ଶରୀରର ଅଂଶ । ପୋଲିସ ଏବଂ ଫରେନସିକ ଟିମର ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଫରିଦାବାଦରୁ ଜବତ କରାଯାଇ ପୋଲିସ ଷ୍ଟେସନ ଭିତରେ ରଖାଯାଇଥିବା ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ ବିସ୍ଫୋଟକ ସାମଗ୍ରୀ ବିସ୍ଫୋଟ ହୋଇଥିବା କୁହାଯାଇଛି ।
ଯେତେବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ସିଲ୍ କରାଯାଉଥିଲା ସେତେବେଳେ ହଠାତ୍ ଏହି ବଡ଼ ଧରଣର ବିସ୍ଫୋଟ ହୋଇଥିବା ସୂଚନା ମିଳୁଛି । ଏଥିରେ ଅନେକ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।
ଅନ୍ୟପଟେ ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା ନୌଗାମ ପୋଲିସ । ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ । ଫରିଦାବାଦରୁ ଜବତ ବିସ୍ଫୋରକ ସେହି ଥାନାରେ ହିଁ ରଖାଯାଇଥିଲା । ବିସ୍ଫୋରଣରେ ଥାନା ସମେତ ପାଖରେ ଥିବା ଅନେକ ଘର ଉଡ଼ିଯାଇଥିବା ସୂଚନା ।
#WATCH | Srinagar, J&K | Latest visuals from Nowgam, where a blast occurred near the premises of Nowgam police station. Security personnel present at the spot. pic.twitter.com/EeAv2alNz9
— ANI (@ANI) November 15, 2025
#WATCH | Srinagar, JK | Security personnel cordon off the area near the Nowgam Police Station where a blast occurred last night. pic.twitter.com/W4DddbFSLR
📱 Get Argus News App
✨#WATCH | Crane deployed at Delhi terror incident site near Red Fort to clear the debris. pic.twitter.com/PikSOCI2oa
— ANI (@ANI) November 15, 2025
Related Topics
Explore more stories