Nirmala records / ଇତିହାସ ରଚିଲେ ନିର୍ମଳା, ନବମ ଥର ପାଇଁ ଅର୍ଥମନ୍ତ୍ରୀ ଭାବେ କଲେ ବଜେଟ ଉପସ୍ଥାପିତ
·5 months ago·2 min read

Key Points
ଇତିହାସ ରଚିଲେ ନିର୍ମଳା
ନବମ ଥର ପାଇଁ ଅର୍ଥମନ୍ତ୍ରୀ ଭାବେ କଲେ ବଜେଟ ଉପସ୍ଥାପିତ
ପ୍ରଥମଥର ପାଇଁ ରବିବାର ଛୁଟି ଥାଇ ବି ବଜେଟ୍ ଉପସ୍ଥାପିତ

ଇତିହାସ ରଚିଲେ ନିର୍ମଳା। ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ନବମ ଥର ପାଇଁ ଦେଶର ଅର୍ଥମନ୍ତ୍ରୀ ଭାବେ ଭାରତର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ତେବେ ପ୍ରଥମ ଥର ପାଇଁ ରବିବାର ଛୁଟି ଥାଇ ବି ବଜେଟ୍ ଉପସ୍ଥାପନ ହୋଇଛି।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬- ୨୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିଛନ୍ତି ସାଧାରଣ ବଜେଟ୍ । ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା । ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର ରେକର୍ଡ । ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ । ଗତ ୨୦୧୯ରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ପଦ ସମ୍ଭାଳିଲେ । ୨୦୨୪ ମସିହାରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବାପରେ ନିର୍ମଳାଙ୍କୁ ମିଳିଥିଲା ଅର୍ଥ ମନ୍ତ୍ରାଳୟ। ମୋଦୀ ସରକାରଙ୍କ ୧୫ ତମ ବଜେଟ୍ ଭିତରୁ ଲଗାତାର ୯ଟି ବଜେଟ୍ ନିର୍ମଳା ଉପସ୍ଥାପନ କରି ରେକର୍ଡ କରିଛନ୍ତି ।
୨୦୧୪ରୁ ୨୦୨୫ ଥିଲା ଭାରତ ବର୍ଷ ପାଇଁ ଅମୃତକାଳ । କାରଣ ଏହି ଅବଧି ଭିତରେ ଉପସ୍ଥାପିତ ହୋଇଥିବା ବଜେଟରେ ବିକାଶ, କଲ୍ୟାଣ, ଓ ସୁଧାର ଏହି ୩ଟି ଦିଗରେ ସନ୍ତୁଳନ ରକ୍ଷା କରି ବଜେଟ୍ ପ୍ରସ୍ତୁତ ହୋଇଥିଲା। ମୋଦୀ ସରକାରଙ୍କ ପ୍ରଥମ ବଜେଟ୍ ଯାହା ୨୦୧୪ରେ ହୋଇଥିଲା ସାଧାରଣ ଜନତାଙ୍କୁ ଟ୍ୟାକ୍ସ ଆଶ୍ବସ୍ତି ଦେବା ସହ ବୁନିଆଦି ଢାଞ୍ଚା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ପୂର୍ବ ବଜେଟରେ ଆୟକର ଛାଡ଼ ସୀମାକୁ ବଢ଼ାଇ ୨.୫ ଲକ୍ଷ କରାଯାଇଥିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୩ ଲକ୍ଷ ଯାଏଁ ଛାଡ଼ କରାଯାଇଥିଲା । ନିବେଶ ସୀମାକୁ ୧.୫ ଲକ୍ଷ ଯାଏଁ ବଢ଼ାଯାଇଥିଲା। ଏଥିରେ ଡିଜିଟାଲ ଇଣ୍ଡିଆ ଏବଂ ସ୍ବଚ୍ଛ ଭାରତ ଅଭିଯାନର ବି ମୂଳଦୁଆ ପଡ଼ିଥିଲା ।
ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
୨୦୧୬ରୁ ୨୦୧୯ରୁ ଯାଏଁ ବଜେଟରେ କୃଷି ଓ ଗ୍ରାମୀଣ ବିକାଶକୁ ଗୁରୁତ୍ବ ଦେଇଥିଲେ ସରକାର । ଚାଷୀଙ୍କ ଆୟକୁ ଦିଗୁଣା ବଢାଇାକୁ ଫୋକସ୍ ଦେଇଥିଲେ ମୋଦୀ ସରକାର । ୨୦୨୨-୨୩ରେ ପିଏମ୍ ଗତି ଶକ୍ତି ଯୋଜନା ହୋଇଥିଲା ।
ପୂର୍ବରୁ ଇନ୍ଦିରା ଗାନ୍ଧୀ ୧୯୭୦ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେ ସମୟରେ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିବା କାରଣରୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିଥିଲା।
ଏହା ପୁର୍ବରୁ ପୁର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଅର୍ଥମନ୍ତ୍ରୀ ଭାବେ ୬ ଥର ଏବଂ ପ୍ରଧାନମନ୍ତ୍ରୀ ୪ ଥର ବଜେଟ ଉପସ୍ଥାପନ କରିଛନ୍ତି। ପୁର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ଅଧିନରେ ୯ ଟି ବଜେଟ ଓ ପ୍ରଣବ ମୁଖାର୍ଜୀ ୮ ଥର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ଅଧିନରେ ବଜେଟ ଉପସ୍ଥାପନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories