Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

World Computer Literacy Day / ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ

Rashmita Mishra
Browse all articles by Rashmita Mishra
·7 months ago·2 min read
ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ
World Computer Literacy Day

Key Points

କମ୍ପ୍ୟୁଟର ବଦଳାଇ ଦେଇଛି ଜିଇଁବାର ଜିଜ୍ଞାସା
କମ୍ପ୍ୟୁଟର ବିନା ଏବେ ଜୀବନ ଅଧୁରା
ବିଶ୍ୱ ପାଳୁଛି କମ୍ପ୍ୟୁଟର ସାକ୍ଷରତା ଦିବସ

କମ୍ପ୍ୟୁଟର... ଏହି ଶବ୍ଦ ଟି ଯେତିକି ସାଧାରଣ... ଏହାର କାର୍ଯ୍ୟ ଅସାଧାରଣ, ଅକଳ୍ପନୀୟ ଅତୁଳନୀୟ । ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର ବିନା ଜୀବନ ଅଚଳ । କମ୍ପ୍ୟୁଟର ବଦଳାଇ ଦେଇଛି ବଞ୍ଚିବାର ପରିଭାଷା । କମ୍ପ୍ୟୁଟର ଏବେ ମାନବ ସମାଜ ପାଇଁ ପାଲଟିଛି ଅମୋଘ ଅସ୍ତ୍ର । ଆଉ ଏହି କମ୍ୟୁଟରକୁ ନେଇ ପ୍ରତିବର୍ଷ ଆଜିର ଦିନରେ ତଥା ଡିସେମ୍ବର ୨ରେ ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ।

ସାମ୍ପ୍ରତିକ ଯୁଗରେ କାଗଜ କଲମର ବ୍ୟବହାର କମିଚାଲିଛି । ଦିନେ ଯେଉଁ ନଥିପତ୍ର ଠାରୁ ଆରମ୍ଭ କରି ସ୍କୁଲ କଲେଜରେ ଶିକ୍ଷାଦାନ ଯାଏଁ କାଗଜ କଲମ ଥିଲା ମୁଖ୍ୟ ଆଧାର ଆଜି ସେହି ସ୍ଥାନ ନେଇ ଗଲାଣି କମ୍ପ୍ୟୁଟର । ବିଜ୍ଞାନର ଅଗ୍ରଗତି ହେବା ସହିତ କମ୍ପ୍ୟୁଟରର ଆଗମନ ହେଲା । ସମସ୍ତ କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ବଢିଲା କାଗଜ କଲମ ପ୍ରାୟତଃ ନିଶ୍ଚିହ୍ନ ହେବାରେ ଲାଗିଛି ।

କାରଣ କମ୍ପ୍ୟୁଟରରେ ସମସ୍ତ ତଥ୍ୟ ଗଚ୍ଛିତ, ସୁରକ୍ଷିତ ସହ କ୍ଷଣିକ ମଧ୍ୟରେ ଆଦାନ ପ୍ରଦାନ ହୋଇ ପାରୁଛି । ଫଳରେ ସାରା ବିଶ୍ୱରେ ବଢିବାରେ ଲାଗିଛି କମ୍ପ୍ୟୁଟରର ଚାହିଦା ଓ ଏହାକୁ ଚଳାଇବାର ଶୈଳୀ । ଏଥିପାଇଁ ପ୍ରତିବର୍ଷ ୨ ଡିସେମ୍ବର ଅର୍ଥାତ ଆଜିର ଦିନରେ ପାଳନ କରାଯାଉଛି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ । ବିଶେଷ କରି ଶିଶୁ ଓ ମହିଳାମାନଙ୍କର ବୈଷୟିକ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ପାଇଁ ଦିନ ଟିଏ ।

ଲୋକମାନଙ୍କୁ କମ୍ପ୍ୟୁଟର ଓ ଏହାର ଶିକ୍ଷା ବିଷୟରେ ଅବଗତ କରାଇବା ପାଇଁ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ଆରମ୍ଭ ହୋଇଥଲା । କାରଣ ବର୍ତ୍ତମାନ ଯାଏଁ ପର୍ଯ୍ୟାପ୍ତ ଲୋକଙ୍କ ପାଖରେ କମ୍ପ୍ୟୁଟର ଶିକ୍ଷା ପହଞ୍ଚି ପାରିନାହିଁ । ୨୦୦୧ ମସିହାରେ ଭାରତୀୟ କମ୍ପ୍ୟୁଟର କମ୍ପାନୀ NIIT ନିଜର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରତିବର୍ଷ ୨ ଡିସେମ୍ବରକୁ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରିଥିଲା । ସେହି ଦିନ ଠାରୁ ଏହା ସାରା ବିଶ୍ୱରେ ପାଳନ କରାଯାଉଛି । ବର୍ତ୍ତମାନ ସମୟରେ କମ୍ପ୍ୟୁଟରର ଏକ ଅତୁଳନୀୟ ଅବଦାନ ରହିଛି । ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।

ସମୟ ବଦଳିବା ସହିତ କମ୍ପ୍ୟୁଟର ବି ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଛି । ଆନାଲିଟିକାଲରୁ ଡିଜିଟାଲ ରୂପରେ ପରିବର୍ତ୍ତନ ହେବା କମ୍ପ୍ୟୁଟରର ସବୁଠାରୁ ମୂଲ୍ୟବାନ ପରିବର୍ତ୍ତନ । ଆଜି କମ୍ପ୍ୟୁଟର ଦ୍ରୁତ ଏବଂ ସହଜରେ ଉପଲବ୍ଧ ହୋଇପାରିଛି । ବିଭିନ୍ନ କ୍ଷେତ୍ରରେ, ବିଭିନ୍ନ ଭାଷାରେ ସୁବିଧା ସୁଯୋଗ ଯୋଗାଇ ଦେଉଛି । ଆଖି ପିଛୁଳାକେ ସମସ୍ତ ସୂଚନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇପାରୁଛି । ଏହି କମ୍ପ୍ୟୁଟର ବଳରେ ମଣିଷ ବିଶ୍ୱ ବ୍ରହ୍ମାଣ୍ଡର ପରଧି ବାହାରକୁ ଯିବାକୁ ପ୍ରୟାସ କରୁଛି । ଫଳରେ କମ୍ପ୍ୟୁଟରର ଶିକ୍ଷା ପରିଚାଳନା ମଧ୍ୟ ସେତିକି ପରିବ୍ୟାପ୍ତ ହେବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World Computer Literacy Day | World Computer Literacy Day Celebrated Globally Today | Importance of Digital Education | Argus News