Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Violence in Ladakh / ଲଦାଖରେ କର୍ଫ୍ୟୁ ଜାରି, 50 ଗିରଫ

Smruti Parija
Browse all articles by Smruti Parija
·9 months ago·2 min read
ଲଦାଖରେ କର୍ଫ୍ୟୁ ଜାରି, 50 ଗିରଫ

Key Points

ବିଗିଡିବାରେ ଲାଗିଛି ଲଦାଖ ସ୍ଥିତି

ଗିରଫ ହେଲେଣି 50 ରୁ ଉର୍ଦ୍ଧ୍ୱ

4 ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିବାବେଳେ 90 ଆହତ

ବିଗିଡିବାରେ ଲାଗିଛି ଲଦାଖ ସ୍ଥିତି । ଗତକାଲି ଲଦାଖରେ ଘଟିଥିବା ହିଂସା ଏବଂ ପୋଡ଼ାଜଳା ଘଟଣାରେ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ହିଂସାରେ ସମ୍ପୃକ୍ତ ସମସ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ନିର୍ଦ୍ଦେଶ ଦେବା ପରେ ଲେହରେ ସକାଳୁ ସକାଳୁ ଚଢାଉ ହୋଇଥିଲା । ତଲାସୀ ସମୟରେ ପ୍ରାୟ 50 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।


ଗତକାଲି ଘଟାଇଥିବା ହିଂସାକୁ ନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । କଂଗ୍ରେସ କାଉନସିଲର ଫୁନସୋଗ ଷ୍ଟାଞ୍ଜିନ ସେପାଗଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଲେହ ହିଲ୍ କାଉନସିଲର ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ ।


ଆହୁରି ପଢନ୍ତୁ ଭୟଙ୍କର ସ୍ଥିତି ! ସରକାରୀ ଦପ୍ତରକୁ ପଥର ମାଡ଼, ପୋଲିସ ଗାଡ଼ି ପୋଡ଼ା ଜଳା..୪ ମୃତ



ହିଂସା ପାଇଁ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ଉତ୍ତେଜନାମୂଳକ ଭାଷଣକୁ ଦାୟୀ କରାଯାଉଛି । ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଯାଇ ସୁରକ୍ଷାବାହିନୀ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ  ମୁହାଁମୁହିଁ ପରିସ୍ଥିତିରେ ଅତି କମ୍ ରେ ଚାରି ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିବାବେଳେ 90 ଜଣ ଆହତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହିଂସା ପରେ, ଲେହ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସିଆରପିଏଫ ଏବଂ ସ୍ଥାନୀୟ ପୋଲିସ ସହିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସକୁ ନିୟୋଜିତ କରାଯାଇଥିଲା ।


ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଚାଲିଥିବା ଆନ୍ଦୋଳନ, ବୁଧବାର ହିଂସାତ୍ମକ ରୂପ ନେଇଛି। ଲେହରେ ଦୁଇଜଣ ମହିଳା ଆନ୍ଦୋଳନକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲଦାଖରେ ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା, ଛାତ୍ରମାନେ CRPF ଗାଡ଼ି ପୋଡ଼ି ଦେଇଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରୁଥିବା ଛାତ୍ରମାନେ ହିଂସାତ୍ମକ ହେବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।


ଶତାଧିକ ଛାତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଏକାଠି ହୋଇ ପଥରମାଡ଼ ଆରମ୍ଭ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା, ଏହାଦେଖି ଛାତ୍ରମାନେ ଅଧିକ ହିଂସାତ୍ମକ ହୋଇ ଉଠିଥିଲେ।


ପୋଲିସ୍, ସିଆରପିଏଫ୍ ଏବଂ ଛାତ୍ରଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। କିଛି ଛାତ୍ର ସେଠାରେ ଥିବା ଏକ ସିଆରପିଏଫ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ସୁରକ୍ଷା ବାହିନୀ ପ୍ରତିବାଦକାରୀଙ୍କୁ ଘଉଡ଼ାଇ ଦେଇଥିଲେ। ଘଟଣାସ୍ଥଳକୁ ଅଧିକ ଫୋର୍ସ ଡକାଯାଇଥିଲା।


Related Topics

Explore more stories

Sponsored
Violence in Ladakh | major-security-crackdown-in-ladakh-50-arrested-day-after-violence | Argus News