AI Impact Summit / ଆସନ୍ତାକାଲି ଠାରୁ ଏଆଇ ଇମ୍ପାକ୍ଟ ସମ୍ମିଳନୀ, ଯୋଗ ଦେବେ ୧୦୦ରୁ ଅଧିକ ଦେଶ
·5 months ago·2 min read

Key Points
ଆସନ୍ତାକାଲି ଠାରୁ ଏଆଇ ଇମ୍ପାକ୍ଟ ସମ୍ମିଳନୀ
ନୂଆଦିଲ୍ଲୀରେ ହେବ ଏହି ସମ୍ମିଳନୀ
ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଶ୍ବର ପ୍ରମୁଖ କମ୍ପାନୀର ସିଇଓ ଯୋଗଦେବେ

ଆସନ୍ତାକାଲି ଠାରୁ ଅନୁଷ୍ଟିତ ହେବାକୁ ଯାଉଛି ଦୁନିଆର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏହି 'ଏଆଇ ଇମ୍ପାକ୍ଟ ସମ୍ମିଳନୀ'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ବିଶ୍ୱର ୧୦୦ରୁ ଅଧିକ ଦେଶ ସମ୍ମିଲନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ବିଶ୍ୱର ପ୍ରମୁଖ ନେତା ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଯୋଗଦେବେ। ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ଭଳି ବଡ଼ ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃତ୍ରିମ ବୁଦ୍ଧିମତ୍ତା (AI)ର ସକାରାତ୍ମକ ବ୍ୟବହାର ଏବଂ ଏହାର ପ୍ରଭାବ ଉପରେ ଆଲୋଚନା କରିବା। ' ପିପୁଲ, ପ୍ଲାନେଟ୍ ଏବଂ ପ୍ରୋଗ୍ରେସ' (ଲୋକ, ପୃଥିବୀ ଏବଂ ପ୍ରଗତି) ଉପରେ ସମ୍ମିଳନୀ ରେ 300ଟି ସଂଗୃହିତ ପ୍ରଦର୍ଶନୀ ମଣ୍ଡପ ଏବଂ ଲାଇଭ୍ ପ୍ରଦର୍ଶନି ରହିବ। ଏକ୍ସପୋରେ 600 ରୁ ଅଧିକ ଉଚ୍ଚ-ସମ୍ଭାବ୍ୟ ଷ୍ଟାର୍ଟଅପ୍ ଏବଂ 13 ଟି ଦେଶର ପାଭିଲିୟନ୍ ପ୍ରଦର୍ଶିତ ହେବ ଯାହା AI ଇକୋସିଷ୍ଟମରେ ଆନ୍ତର୍ଜାତୀୟ ସହଯୋଗ ପ୍ରଦର୍ଶନ କରିବ। ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍, ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ର ଏବଂ ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକତ୍ରିତ କରିବ ଏହି ସମ୍ମିଳନୀ। ଏଥିରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, UK , ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ୍, ସ୍ୱିଜରଲ୍ୟାଣ୍ଡ, ସର୍ବିଆ, ଏଷ୍ଟୋନିଆ, ତାଜିକିସ୍ତାନ ଏବଂ ଆଫ୍ରିକାର ପାଭିଲିୟନ୍ ଅନ୍ତର୍ଭୁକ୍ତ। 500 ରୁ ଅଧିକ ଅଧିବେଶନ ଆୟୋଜନ କରାଯିବ, ଯେଉଁଥିରେ 3250 ରୁ ଅଧିକ ଦୂରଦୃଷ୍ଟିସମ୍ପନ୍ନ ବକ୍ତା ଏବଂ ପ୍ୟାନେଲ ସଦସ୍ୟ ସାମିଲ ହେବେ।
ଏହି ଅଧିବେଶନଗୁଡ଼ିକରେ AI ବ୍ୟବହାର ଯେମିତିକି ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଅର୍ଥ ବ୍ୟବସ୍ଥା, ଶାସନ ନୀତି, ଲୋକ ସେବା କ୍ଷେତ୍ରରେ କିପରି AIକୁ ସୁଦୃଢ଼ କରାଯାଇ ପାରିବ
ବିଭିନ୍ନ କ୍ଷେତ୍ରରେ AIର ପରିବର୍ତ୍ତନକାରୀ ପ୍ରଭାବକୁ ସ୍ୱୀକାର କରିବା ଏବଂ ପ୍ରତ୍ୟେକ ବିଶ୍ୱ ନାଗରିକଙ୍କୁ AI ଲାଭ ପହଞ୍ଚାଇବା ପାଇଁ ଭବିଷ୍ୟତର କାର୍ଯ୍ୟ ଉପରେ ବିଚାର ବିମର୍ଶ କରାଯିବ। ଏବଂ AI ବ୍ୟବହାର ଯେମିତିକି ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଅର୍ଥ ବ୍ୟବସ୍ଥା, ଶାସନ ନୀତି, ଲୋକ ସେବା କ୍ଷେତ୍ରରେ କିପରି AIକୁ ସୁଦୃଢ଼ କରାଯାଇ ପାରିବ, ତା ସହିତ ମାନବ ପୁଞ୍ଜି, ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତିକରଣ, AI ସମ୍ବଳଗୁଡ଼ିକର ଗଣତାନ୍ତ୍ରିକୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଜ୍ଞାନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ଉପରେ କେନ୍ଦ୍ରିତ କରାଯିବ।
ଆସନ୍ତୁ ନଜର ପକାଇବା କେଉଁ ମାନେ ଏଥିରେ ଭାଗନେବେ
୧. ଗୁଗୁଲ ସିଇଓ ସୁନ୍ଦର ପିଚାଇ।
୨.ଓପନ ଏଆଇ ସିଇଓ ସାମ ଅଲ୍ଟମ୍ୟାନ
୩.ଏନ୍ଥ୍ରୋପିକର ସିଇଓ ଡାରିଓ ଆମୋଡୋଇ
୪.ଏନଭିଡ଼ିଆ ସିଇଓ ଜେସେନ ହୁଆଙ୍ଗ
୫.ମାଇକ୍ରୋସଫ୍ଟର ଅଧକ୍ଷ ବ୍ରେଡ ସ୍ମିଥ୍
୬.ମେଟା ଚିଫ୍ ଏଆଇ ସାଇଣ୍ଟିଷ୍ଟ ୟାନ ଲୁକେନ
୭. କ୍ବାଲକମର ସିଇଓ କ୍ରିଷ୍ଟିଆନୋ ଏମନ
ଏମାନଙ୍କ ବ୍ୟତିତ ଏହି ସମ୍ମିଳନୀରେ ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀର ସିଇଓ ସାମିଲ ହେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories