Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଉ ହେବନି ବିମାନ ଦୁର୍ଘଟଣା: ବିମାନକୁ ଦୁର୍ଘଟଣାରୁ ବଞ୍ଚାଇବ ଏଆଇ

Ritu Das
Browse all articles by Ritu Das
·10 months ago·2 min read
ଆଉ ହେବନି ବିମାନ ଦୁର୍ଘଟଣା: ବିମାନକୁ ଦୁର୍ଘଟଣାରୁ ବଞ୍ଚାଇବ ଏଆଇ

Key Points

ଚଳିତବର୍ଷ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସବୁଠାରୁ ବଡ଼ ଏଭିଏସନ ଦୁର୍ଘଟଣା ଥିଲା। ୨୦୨୫ ମସିହା ଜୁନ ୧୨ ତାରିଖରେ ଭୟଙ୍କର ଦୁର୍ଘଟଣା ହୋଇଥିଲା।

ଚଳିତବର୍ଷ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସବୁଠାରୁ ବଡ଼ ଏଭିଏସନ ଦୁର୍ଘଟଣା ଥିଲା। ୨୦୨୫ ମସିହା ଜୁନ ୧୨ ତାରିଖରେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାୟ ୨୬୦ ଜଣ ଲୋକ ପ୍ରାଣ ହରାଇଥିଲେ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। କାରଣ ଏଭଳି ଦୁର୍ଘଟଣା ଭାରତ କେବେବି ଦେଖି ନ ଥିଲା। ଦୁର୍ଘଟଣାଗ୍ରସ୍ତ ହେବାପରେ ଏବେ ଇଞ୍ଜିନିୟରମାନେ ଏକ ନୂଆ ଏଆଇ ଚାଳିତ ସୁରକ୍ଷା ସିଷ୍ଟମ ପ୍ରସ୍ତୁତ କରିଛନ୍ତି। ଏହାଯୋଗୁ ବିମାନ ସବୁବେଳେ କ୍ରାସ ପ୍ରୁଫ ରହିପାରିବ ବୋଲି ଦାବି କରାଯାଉଛି। ଏହି ସିଷ୍ଟମର ନାଁ ହେଉଛି ପ୍ରୋଜେକ୍ଟ ରିବାର୍ଥ। ବିର୍ଲା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସର ଦୁବାଇ କ୍ୟାମ୍ପସର ଦୁଇ ଜଣ ଇଞ୍ଜିନିୟର ଏଶେଲ ଓ୍ବସିମ ଓ ଦର୍ଶନ ଶ୍ରୀନିବାସନ ଏହାକୁ ପ୍ରସ୍ତୁତ କରିଛନ୍ତି। ଓ୍ବସିମ ଓ ଶ୍ରୀନିବାସନଙ୍କ ଅନୁସାରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ହୋଇଥିବା ଜୀବନହାନି ସେମାନଙ୍କୁ ମର୍ମାହତ କରିଥିଲା।


ଏହାପରେ ସେମାନେ ଏଭଳି ଦୁର୍ଘଟଣା ସ୍ଥିତିରେ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ଲାଗି ଏହି ବ୍ୟବସ୍ଥା କରିଛନ୍ତି। ଏଆଇ ମାଧ୍ୟମରେ ବିମାନରେ ବୈଷୟିକ ତ୍ରୁଟି ସମ୍ପର୍କରେ ଜାଣିବାକୁ ଏହି ପ୍ରଣାଳୀକୁ ଡିଜାଇନ କରାଯାଇଛି। ପ୍ରୋଜେକ୍ଟ ରିବାର୍ଥ ବିମାନର ଉଚ୍ଚତା, ଗତି, ଇଞ୍ଜିନ ଓ ଦିଗ ଉପରେ ଲଗାତାର ନଜର ରଖିବ। ୩୦୦୦ ଫୁଟରୁ କମ ଉଚ୍ଚତାରେ ବିମାନର ଦୁର୍ଘଟଣାକୁ ରୋକିବା ଅସମ୍ଭବ ହୋଇଯିବା ସ୍ଥିତିରେ ଏହି ସିଷ୍ଟମ ଆପେ ଆପେ ବିମାନର ସାମ୍ନା ପଟ, ମଝି ଅଂଶ ଓ ପଛ ପାଖରୁ କବଚ ଭଳି ତିନିଟି ବିଶାଳ ଏୟାର ବ୍ୟାଗ ଖୋଲିଦେବ। ଫଳରେ ୨ ସେକେଣ୍ଡର କମ ସମୟ ମଧ୍ୟରେ ସ୍ବତନ୍ତ୍ର ଭାବେ ନିର୍ମିତ ଏୟାର ବ୍ୟାଗ ପୁରା ବିମାନକୁ ଢାଙ୍କି ଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାଯୋଗୁ ଦୁର୍ଘଟଣାର ପ୍ରଭାବ ବହୁ ପରିମାଣରେ କମିପାରିବ। ଇଞ୍ଜିନିୟରମାନଙ୍କ କହିବା ଅନୁସାରେ ଏହା ବିମାନ ଏୟାରବ୍ୟାଗ୍‌ରୁ ୧୦ ଗୁଣା ଦ୍ରୁତ କାମ କରିବ ଓ 85% ପର୍ଯ୍ୟନ୍ତ ମୃତ୍ୟୁ ଆଶଙ୍କାକୁ କମାଇପାରିବ। ଏହାସହିତ ବିମାନର କକପିଟ୍‌ରେ ଆଧୁନିକ AI-ଭିତ୍ତିକ କ୍ରାଶ୍ ପ୍ରେଡିକ୍ସନ୍ ମଡେଲ୍ ଯୋଡ଼ାଯାଇଛି, ଯାହା ପାଇଲଟ୍‌ଙ୍କୁ ୫ରୁ 7 ସେକେଣ୍ଡ ପୂର୍ବରୁ ସତର୍କ କରିପାରିବ। ଏଭିଏସନ୍ ସେଫ୍ଟି ବୋର୍ଡ କହିଛି, 2026 ପର୍ଯ୍ୟନ୍ତ ଏହି ଟେକ୍ନୋଲୋଜିକୁ ବିଶ୍ବର 100ରୁ ଅଧିକ କମର୍ସିଆଲ୍ ବିମାନରେ ପରୀକ୍ଷା କରାଯିବ। ଯଦି ସଫଳ ହୁଏ ତେବେ ଏହା ବିମାନ ଯାତ୍ରାକୁ ଆଗାମୀ ଦଶକରେ ସର୍ବାଧିକ ସୁରକ୍ଷିତ ଯାନବାହନ ଭାବେ ପରିଣତ କରାଯାଇପାରେ। ସାଧାରଣ ଯାତ୍ରୀମାନେ ଏହି ସିଷ୍ଟମକୁ ସ୍ୱାଗତ କରିଥିବାବେଳେ, ବିଶେଷଜ୍ଞମାନେ କହୁଛନ୍ତି ଯେ, ଏହା କେବଳ ଦୁର୍ଘଟଣା ସମୟରେ ହୋଇଥିବା ମୃତ୍ୟୁକୁ କମାଇବ। କିନ୍ତୁ ଦୁର୍ଘଟଣା କିପରି ନ ହେବ ସେ ବିଷୟରେ ପୂର୍ବରୁ ସୂଚନା ଦେଲେ ବିମାନ ଦୁର୍ଘଟଣାରେ ଆଉ କେହି ପ୍ରାଣ ହରାନ୍ତେନି।

Sponsored
AI to Prevent Airplane Crashes: Future of Aviation Safety | Argus News