Air India Plane Crash: କାହିଁକି ଏଭଳି ଘଟିଲା, କିଏ ଏଥିପାଇଁ ଦାୟୀ ? ଟିକିନିଖ ହେବ ତଦନ୍ତ...

Key Points
୨୦୨୦ରେ କାଲିକଟରେ ଶେଷ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୧ ଜଣଙ୍କ ଜୀବନ ଯାଇଥିଲା ।
୧୨ ନଭେମ୍ବର ୧୯୯୬ରେ ଚରଖି ଦାଦରୀରେ ବିମାନ ଦୁର୍ଘଟଣା, ଯେଉଁଥିରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଭାରତରେ ବୋଇଂ ବିମାନର ଉଡାଣ ଉପରେ ଲାଗିପାରେ କଟକଣା । ଏନେଇ କେନ୍ଦ୍ର ସରକାର ବିଚାର କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗତକାଲି ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ସୁରକ୍ଷା କାରଣରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇପାରେ । ଗତକାଲି ବୋଇଂ ଡ୍ରିମ୍ଲାଇନର ବିମାନ ଦୁର୍ଘଟଣା ହୋଇଥିଲା । ଏଥରେ ବିମାନରେ ଥିବା ୨୪୧ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଜଣେ ମାତ୍ର ଯାତ୍ରୀ ଜୀବିତ ଉଦ୍ଧାର ହୋଇଥିଲେ ।
ସେପଟେ ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ପାଇଁ DGCA ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବୋଇଂ 787 ସିରିଜ ପକ୍ଷରୁ ବର୍ତ୍ତମାନ ୩ଟି ମୋଡେଲ ରହିଛି । ବୋଇଂ 787-8 ରେ ୨୪୮ଜଣ ଯାତ୍ରୀ ଓ ବୋଇଂ 787-9ରେ ୨୯୬ ଯାତ୍ରୀ ଯାଇପାରିବେ । ଅନ୍ୟପକ୍ଷରେ 787-10ରେ ସର୍ବାଧିକ ୩୩୬ ଯାତ୍ରୀ ଯାଇପାରିବେ । ବୋଇଂ ପକ୍ଷରୁ ୭୮୭ ସିରିଜର ୨୫୦୦ଟି ବିମାନ ବିକ୍ରି କରାଯାଇଛି । ସେଥମଧ୍ୟରୁ ୪୭ଟି ବିମାନ ଏୟାର ଇଣ୍ଡିଆ କିଣିଛି ।
ଏହା ପୂର୍ବରୁ, ୨୦୨୦ରେ କାଲିକଟରେ ଶେଷ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୧ ଜଣଙ୍କ ଜୀବନ ଯାଇଥିଲା । ୧୨ ନଭେମ୍ବର ୧୯୯୬ରେ ଚରଖି ଦାଦରୀରେ ବିମାନ ଦୁର୍ଘଟଣା, ଯେଉଁଥିରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଥିଲା, ଏହା ଦେଶର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ଥିଲା । ଗତ ଦଶନ୍ଧିରେ ଘଟିଥିବା କିଛି ପ୍ରମୁଖ ବେସାମରିକ ବିମାନ ଦୁର୍ଘଟଣା ଉପରେ ନଜର ପକାନ୍ତୁ ।
୧- କାଲିକଟ (କୋଝିକୋଡ) ବିମାନ ଦୁର୍ଘଟଣା (୭ ଅଗଷ୍ଟ, ୨୦୨୦): ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୧୩୪୪ କାଲିକଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ବିମାନଟି ଓଦା ରନୱେରୁ ଖସି ଦୁଇଟି ଭାଗରେ ଭାଙ୍ଗି ଯାଇଥିଲା ।
୨- ମାଙ୍ଗାଲୋର ବିମାନ ଦୁର୍ଘଟଣା (୨୨ ମଇ, ୨୦୧୦): ମାଙ୍ଗାଲୋରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୮୧୨ ରନୱେରୁ ଖସି ପଡ଼ିଥିଲା, ଯାହା ଫଳରେ ୧୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ବିମାନଟି ଏକ ଖାତରେ ପଡ଼ିବା ପରେ ଭାଙ୍ଗିଗଲା ।
୩-ପାଟନା ବିମାନ ଦୁର୍ଘଟଣା (୧୭ ଜୁଲାଇ, ୨୦୦୦): ପାଟନାରେ ଅବତରଣ କରିବା ସମୟରେ ଆଲାଏନ୍ସ ଏୟାର ଫ୍ଲାଇଟ୍ ୭୪୧୨ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ପାଇଲଟଙ୍କ ତ୍ରୁଟି ଯୋଗୁଁ ବିମାନଟି ନିୟନ୍ତ୍ରଣ ହରାଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।
୪- ଚରଖି ଦାଦ୍ରି ମଝି ଆକାଶରେ ଧକ୍କା (୧୨ ନଭେମ୍ବର, ୧୯୯୬): ସାଉଦି ଆରବିଆନ୍ ଏୟାରଲାଇନ୍ସ ବୋଇଂ ୭୪୭ ଏବଂ କାଜାଖସ୍ତାନ୍ ଏୟାରଲାଇନ୍ସ ଇଲ୍ୟୁସିନ୍ ଇଲ୍-୭୬ ଦିଲ୍ଲୀ ନିକଟରେ ଧକ୍କା ହୋଇଥିଲା, ଯେଉଁଥିରେ ଉଭୟ ବିମାନରେ ଥିବା ସମସ୍ତ ୩୪୯ ଜଣଙ୍କ ମୃତ୍ୟୁ ହୋଇଥିଲା । କାରଣ ପାଇଲଟଙ୍କ ତ୍ରୁଟି ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଭୁଲ ଯୋଗାଯୋଗ ଥିଲା।
୫-ଔରଙ୍ଗାବାଦ ବିମାନ ଦୁର୍ଘଟଣା (୨୬ ଏପ୍ରିଲ, ୧୯୯୩): ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୪୯୧, ଏକ ବୋଇଂ ୭୩୭, ଔରଙ୍ଗାବାଦରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଏକ ଟ୍ରକ୍ ଏବଂ ବିଦ୍ୟୁତ୍ ତାରରେ ଧକ୍କା ଦେଇଥିଲା, ଯେଉଁଥିରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
୬-ଇମ୍ଫାଲ୍ ବିମାନ ଦୁର୍ଘଟଣା (୧୬ ଅଗଷ୍ଟ, ୧୯୯୧): ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୨୫୭ ଇମ୍ଫାଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ସମସ୍ତ ୬୯ ଜଣଙ୍କ ମୃତ୍ୟୁ ହୋଇଥିଲା।