Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gujrat Politics / ରାଜ୍ୟରେ ବଡ଼ ହଲଚଲ୍ ! ଏକାଥରକେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କାରଣ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ରାଜ୍ୟରେ ବଡ଼ ହଲଚଲ୍ ! ଏକାଥରକେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କାରଣ...

Key Points

ସମସ୍ତଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରାଯାଇଛି ।

କୁହାଯାଉଛି ଖୁବ୍‌ଶୀଘ୍ର ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ ।

ଗୁଜୁରାଟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ । ଅଚାନକ ସବୁ ମନ୍ତ୍ରୀ ଦେଲେ ଇସ୍ତଫା । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ, ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି।


ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତି ନେଇ ମନ୍ତ୍ରୀମାନଙ୍କୁ କହିଥିଲେ । ଏହା ପରେ ସମସ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଆଉ ସମସ୍ତଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରାଯାଇଛି । ଅନ୍ୟପଟେ କୁହାଯାଉଛି ଖୁବ୍‌ଶୀଘ୍ର ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ ।


ଗୁଜୁରାଟ ମନ୍ତ୍ରୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଗୁରୁବାର ରାତିରେ ହିଁ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ତାପରେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ ହେବା ପରେ ଆସନ୍ତାକାଲି ହିଁ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବ ବୋଲି ମଧ୍ୟ ସୂଚନା ରହିଛି । ଶୁକ୍ରବାର ସକାଳ ୧୧:୩୦ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।


ଏହି ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଏହି ଘଟଣା ଉପରେ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।


ଗୁଜରାଟ ସରକାରଙ୍କ ମନ୍ତ୍ରୀମାନେ ହେଲେ :-


୧. କାନୁଭାଇ ଦେଶାଇ – ଅର୍ଥ, ଶକ୍ତି ଏବଂ ପେଟ୍ରୋକେମିକାଲ୍ସ (ପାରଡି)

୨. ବଲୱନ୍ତ ସିଂହ ରାଜପୁତ – ଶିଳ୍ପ, ଶ୍ରମ ଏବଂ ନିଯୁକ୍ତି (ସିଦ୍ଧପୁର)

୩. ଋଷିକେଶ ପଟେଲ – ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା (ବିସନଗର)

୪. ରାଘବଜୀ ପଟେଲ – କୃଷି, ପଶୁପାଳନ ଏବଂ ମତ୍ସ୍ୟପାଳନ (ଜାମନଗର ଗ୍ରାମୀଣ)

୫. କୁନୱାର୍ଜିଭାଇ ବାଭାଲିଆ – ଜଳ ଯୋଗାଣ ଏବଂ ନାଗରିକ ଯୋଗାଣ (ଜସଦାନ)

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୬. ଭାନୁବେନ ବାବରିଆ – ସାମାଜିକ ନ୍ୟାୟ ଏବଂ ମହିଳା ଓ ଶିଶୁ ବିକାଶ (ରାଜକୋଟ ଗ୍ରାମୀଣ)

୭. ମୁଲୁଭାଇ ବେରା – ପର୍ଯ୍ୟଟନ, ଜଙ୍ଗଲ ଏବଂ ପରିବେଶ (ଖମ୍ବଲିଆ)

୮. କୁବେର ଡିଣ୍ଡୋର – ଶିକ୍ଷା ଏବଂ ଆଦିବାସୀ ବିକାଶ (ସନ୍ତରାମପୁର ଏସ୍ଟି)

୯. ନରେଶ ପଟେଲ – ଗଣଦେବୀ

୧୦. ବାଚୁଭାଇ ଖବାଦ୍ – ଦେବଗଡ଼ ବାରିଆ

୧୧. ପରଶୋଟମ୍ ସୋଲାନ୍କି – ଭବନଗର ରୁରଲ

୧୨. ହର୍ଷ ସାଂଘଭି – ମଜୁରା

୧୩. ଜଗଦୀଶ ବିଶ୍ୱକର୍ମା – ନିକୋଲ

୧୪. ମୁକେଶଭାଇ ଜିନଭାଇ ପଟେଲ – ଓଲପାଡ଼

୧୫. କୁନୱାଜିଭାଇ ହାଲାପାଟୀ – ମାଣ୍ଡଭି (ଏସଟି)

୧୬. ଭୀକୁଭାଇ ଚାଟୁରିସିଂ ପରମାର – ମୋଡାସା

Related Topics

Explore more stories

Sponsored
Gujrat Politics | All Gujarat Ministers Resign, CM Bhupendra Patel Set To Rejig Entire Cabinet | Argus News