Bihar Election / ବିହାରରେ ଶାହ-ରାଜନାଥ-ନଡ୍ଡା-ଯୋଗୀଙ୍କ ହାଇଭୋଲଟେଜ୍ ପ୍ରଚାର, ଜାଣନ୍ତୁ କ'ଣ ରହିଛି ସ୍ଥିତି...

Key Points
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଅପରାଧ ଓ ଅପରାଧୀଙ୍କ ପ୍ରତି ଆମର ଶୁନ୍ୟସହନଶୀଳତା ନୀତି ।
ବିହାର ପ୍ରଚାର ମୈଦାନରେ ହେଭିଓ୍ୱେଟ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପ୍ରଚାର କରିଛନ୍ତି । PFI ପ୍ରସଙ୍ଗରେ RJD ନେତାଙ୍କୁ ଟାର୍ଗେଟ୍ କରି ଶାହ କହିଛନ୍ତି ସେମାନେ ଜେଲରେ ରହିବା ଦରକାର । ଏହି ନିର୍ବାଚନରେ ବିହାରରୁ ଜଙ୍ଗଲରାଜ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ରାଜନାଥ ଓ ଯୋଗୀ ଆଦିତ୍ୟନାଥ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । NDA ଏହି ୩ ଜଣ ହେବିଓ୍ବେଟ ବିହାରରେ ପ୍ରଚାର କରିଛନ୍ତି। ଅଲ୍ଲୀନଗରରେ ଅମିତ ଶାହ ବିଶାଳ ଜନସଭାରେ ସମ୍ବୋଧନ କରି ଇଣ୍ଡିମେଣ୍ଟଙ୍କୁ ଟାର୍ଗେଟ କରିଛନ୍ତି । ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ସୋନିଆ ଚାହୁଁଛନ୍ତି ତାଙ୍କ ପୁଅ ହେଉ ପ୍ରଧାନମନ୍ତ୍ରୀ ।
ହେଲେ ବିଜେପି ୨୫ ବର୍ଷୀୟା ମୈଥିଲି ଠାକୁରଙ୍କୁ ପ୍ରାର୍ଥୀ କରିଛି । RJD ଏପରି କରିପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଶାହ । PFI ପ୍ରସଙ୍ଗରେ ଶାହ କହିଛନ୍ତି, ସେମାନଙ୍କୁ ଜେଲରେ ରହିବା ଦରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିହାରରେ ଜଙ୍ଗଲରାଜ ନା ବିକଶିତ ବିହାର କଣ ହେବା ଦରକାର ତାହା ବିହାରବାସୀ ନିଷ୍ପତ୍ତି ନିଅନ୍ତୁ । ସାରା ବିଶ୍ୱରେ ବିହାରକୁ ନିନ୍ଦିତ କରିଛି RJD । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଅପରାଧ ଓ ଅପରାଧୀଙ୍କ ପ୍ରତି ଆମର ଶୁନ୍ୟସହନଶୀଳତା ନୀତି ।
ସେପଟେ ମହାଗଠବନ୍ଧନ ପାଇଁ ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ପ୍ରଚାର କରିଛନ୍ତି । ପ୍ରଚାର ସମୟରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଛଟ ପୂଜାକୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି । କହିଛନ୍ତି ଭୋଟ ପାଇଁ ମୋଦି କିଛି ବି କରିପାରନ୍ତି । ଯାହାର କଡା ଯବାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ରାହୁଲ ଗାନ୍ଧି ସବୁ ସୀମା ପାର କରିଛନ୍ତି । ହାରିଯିବା ଭୟରେ ରାହୁଲ ଏପରି କହିଛନ୍ତି । ରାହୁଲଙ୍କ ଏପରି ମନ୍ତବ୍ୟକୁ ଯେତେ ନିନ୍ଦା କଲେ ବି କମ ହେବ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଆସୁଛନ୍ତି ପ୍ରଚାର ପାଇଁ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ନଭେମ୍ବର ୬ରେ ୧୨୧ଟି ଓ ୧୧ ତାରିଖରେ ୧୨୨ଟି ଆସନରେ ହେବାକୁ ଯାଉଛି ଭୋଟିଂ । ପ୍ରଚାର ଜୋର ଧରିଥିବାବେଳେ ବିହାରର ଭାଗ୍ୟ ନିର୍ଦ୍ଧାରଣ କରିବେ ୭ କୋଟି ୪୩ ଲକ୍ଷ ଭୋଟର ।
ବିହାର ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧି ସବୁ ସୀମା ପାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏବଂ ଛଟ ପୂଜାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ହାରିଯିବା ଭୟରେ ରାହୁଲ ଏପରି କହିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲଙ୍କ ଏପରି ମନ୍ତବ୍ୟକୁ ଯେତେ ନିନ୍ଦା କଲେ ବି କମ ହେବ । ଦୁଇ ଦଶନ୍ଧି ଧରି ବିହାର ବାସୀ ଜଙ୍ଗଲରାଜ ବିରୋଧରେ ଭୋଟ ଦେଇଛନ୍ତି ।
📱 Get Argus News App
✨Related Topics
Explore more stories