Maoists / ଅମିତ ଶାହଙ୍କ କଡା ଆଭିମୁଖ୍ୟ ପରେ ମାଓବାଦୀଙ୍କ ମଧ୍ୟରେ ଛନକା

Key Points
ଅସ୍ତ୍ରବିରତି ପାଇଁ ପତ୍ର ଜାରି କଲା ମାଓ ସଂଗଠନ
ଗୃହ ମନ୍ତ୍ରୀଙ୍କ ରଣ ହୁଙ୍କାର ପରେ ଶେଷ ନିଶ୍ବାସ ନେଉଛି ମାଓ ସଂଗଠନ
ଏବେ ଗୁଳି ଭୟରେ ଅସ୍ତ୍ର ଛାଡିବାକୁ ନିବେଦନ କଲା ମାଓ ପ୍ରବକ୍ତା ଅଭୟ
ମାଓ ଶିବିରରେ ପଶିଲାଣି ଛନକା । ଅସ୍ତ୍ର ଛାଡି ସରକାରଙ୍କ ସରଣକୁ ଆସିବାକୁ ବ୍ୟାକୁଳ ମାଓ ସଂଗଠନ । ଘନ ଘନ କୁମ୍ବିଙ୍ଗ ଅପରେସନ ଓ ବଡ ବଡ ଏନକାଉଣ୍ଟର ପରେ ଏବେ ଟାର୍ଗେଟରେ ମାଓ ସଂଗଠନର ଶୀର୍ଷ ନେତୃତ୍ୱ । ତେଣୁ ଶାନ୍ତି ବାର୍ତା ପାଇଁ ପୁଣି ନିବେଦନ କଲା ମାଓ ସଂଗଠନ । ସଂଗଠନ ର କେନ୍ଦ୍ରୀୟ ପ୍ରବକ୍ତା ଅଭୟ ଜାରି କଲା ପତ୍ର । ପତ୍ରରେ ଏକ ମାସର ସମୟ ମାଗିଛି ଅଭୟ ।
ମାଓ ପ୍ରବକ୍ତା ଅଭୟ କହିଛି, ସଂଗଠନ ରେ କାର୍ଯ୍ୟରତ ମାଓବାଦୀ, ଜେଲରେ ଥିବା ମାଓ ନେତା ଓ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଏକ ମାସର ସମୟ ଦରକାର । ଏହି ଏକ ମାସ ମଧ୍ୟରେ କୌଣସି ଅପରେସନ ନ କରିବା କୁ ନିବେଦନ କରିଛି ସଂଗଠନ । ଏହାସହ nampet(2025)@gmail.com ନାମକ ମେଲ ଆଇଡି ଓ nampet ନାମକ ଫେସବୁକ ଆଇଡ଼ି ଜାରି କରିଛି । କହିଛି ଏହା ମାଧ୍ୟମରେ ସରକାରଙ୍କ ସହ ଯୋଗାଯୋଗ କରାଯିବ । ସରକାର ରାଜି ହେଲେ ଏହି ମାଧ୍ୟମ କୁ ଖୋଲାଯିବ ।
📱 Get Argus News App
✨ପୂର୍ବରୁ ମଧ୍ୟ ଅସ୍ତ୍ର ବିରତି ପାଇଁ ମାଓ ସଂଗଠନ ପକ୍ଷରୁ ବାରମ୍ବାର ଜାରି ହୋଇଛି ପତ୍ର । ମାତ୍ର କିଛି ଦିନ ପରେ ପୁନର୍ବାର ସଂଗଠନ ନିଜ ହିଂସା ମନୋଭାବ ରେ କୌଣସି ପରିବର୍ତ୍ତନ ଆଣିନଥିଲା । ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରାଯିବା ନେଇ ଘୋଷଣା କରିଥିଲେ ଅମିତ ଶାହ । ଆଉ ତା ପରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡିଶା ରେ ଉଭୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ରାଜ୍ୟ ସୁରକ୍ଷା ବାହିନୀର ମିଳିତ ଅପରେସନ ରେ ମାଓ ଗଡ଼ ଧ୍ବଂସ ହେଉଛି ।
କେବଳ ଏହି ୨୦ ମାସ ମଧ୍ୟରେ ୪୦୦ରୁ ଉର୍ଦ୍ଧ ମାଓବାଦୀ ନିପାତ ହୋଇଛନ୍ତି । ୧୭୦୦ ଜଣ ଆତ୍ମସମର୍ପଣ କରିଛନ୍ତି ଓ ୧୫୦୦ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଜଣ କେନ୍ଦ୍ରୀୟ କମଟି ସଦସ୍ୟ ,୧୮ ଜଣ ରାଜ୍ୟ କମିଟି ସଦସ୍ୟ ଓ ଜଣେ ପଲିଟ ବ୍ୟୁରୋ ସଦସ୍ୟ। ପ୍ରାୟ ୨୫ କୋଟି ରୁ ଉର୍ଦ୍ଧ ଇନାମ ରାଶି ଘୋଷଣା କରାଯାଇଥିଲା । ଜାନୁଆରୀ ରେ ଛେଲାପତି, ମେ ରେ ବାସବରାଜୁ , ସେପ୍ଟେମ୍ବର ରେ ବାଲାକ୍ରିଷ୍ଣାଙ୍କ ମୃତ୍ୟୁ । କିଛି ଦିନ ପୂର୍ବରୁ ମାଓ ନେତ୍ରୀ ସୁଜାତା ଆତ୍ମସମର୍ପଣ ପରେ ସଂଗଠନ ସମ୍ପୂର୍ଣ୍ଣ ଭୁଶୁଡିବାରେ ଲାଗିଛି । ତେଣୁ ମାଓ ସଂଗଠନ ପାଖରେ ଏବେ ଆଉ ଚାରା ନାହିଁ । ବାଧ୍ୟ ହୋଇ ଅସ୍ତ୍ର ବିରତି ପାଇଁ ନିବେଦନ କରୁଛି ।
Related Topics
Explore more stories