Bahraich Communal Violence / ବହରାଇଚ ସାମ୍ପ୍ରଦାୟିକ ହିଂସା: ରାମଗୋପାଳ ମିଶ୍ର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ଫାଶୀ ଦଣ୍ଡ
·7 months ago·2 min read

Key Points
ଉତ୍ତର ପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ୨୨ ବର୍ଷୀୟ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ବଡ଼ ରାୟ ଆସିଛି ।
ଉତ୍ତର ପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ୨୨ ବର୍ଷୀୟ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ବଡ଼ ରାୟ ଆସିଛି । ହତ୍ୟା ମାମଲାର ଅଭିଯୁକ୍ତକୁ ଅତିରିକ୍ତ ସେସନ୍ସ ଜଜ୍ ପବନ କୁମାର ଶର୍ମାଙ୍କ କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି । ବହରାଇଚ କୋର୍ଟ ରାମ ଗୋପାଳଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସରଫରାଜକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହା ସବୁଠାରୁ ବଡ଼ ଘଟଣା ଥିଲା।
ଏହାସହ ପଢ଼ନ୍ତୁ: ବାହାହେବାକୁ ଡାକିଲା ପ୍ରେମିକା; ପୁଣି ବ୍ୟାଟ୍ରେ ପିଟି ପିଟି ମାରିଦେଲେ ପରିବାର ଲୋକ
ଡିସେମ୍ବର ୯ ତାରିଖରେ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପ୍ରମାଣ ଅଭାବରୁ ତିନି ଜଣଙ୍କୁ ମୁକ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ ଅବଦୁଲ ହମିଦ, ତାଙ୍କ ପୁଅ ଫହୀମ, ସରଫରାଜ, ତାଲିବ, ସୈଫ, ଜାଭେଦ, ଜୀଶାନ, ନାନକାଉ, ସୋଏବ ଏବଂ ମାରୁଫ। ସେମାନଙ୍କ ମଧ୍ୟରୁ ସରଫରାଜକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ସରକାରୀ ଓକିଲ ପ୍ରମୋଦ ସିଂହ କହିଛନ୍ତି ଯେ, ବିଚାର ସମାପ୍ତ ହୋଇଛି ଏବଂ ରାୟ ମାତ୍ର ୧୩ ମାସ ୨୬ ଦିନ ମଧ୍ୟରେ ପ୍ରଦାନ କରାଯାଇଛି । ଏହା ଦ୍ରୁତ ନ୍ୟାୟର ଏକ ଉଦାହରଣ।
ଏହି ଘଟଣାଟି ମାହସି ପୋଲିସ ଷ୍ଟେସନ ଅଞ୍ଚଳର ମହାରାଜଗଞ୍ଜରେ ଘଟିଥିଲା । ଏକ ଡିଜେ ଗୀତକୁ ନେଇ ବିବାଦ ଉପୁଜିଥିଲା। ପଥରମାଡ଼ ଏବଂ ଫୟାରିଂ ସମୟରେ ରାମ ଗୋପାଳ ମିଶ୍ରଙ୍କୁ ଗୁଳି ଲାଗିଥିଲା । ପୋଲିସ ଜାନୁଆରୀ ୧୧, ୨୦୨୫ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଫେବୃଆରୀ ୧୮ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ କରାଯାଇଥିଲା।
ଏହାସହ ପଢ଼ନ୍ତୁ: ଡ୍ରଗ୍ସ ନଖାଇବାରୁ ପିଟିଲେ, ଲାଟିନ୍ ପାଣି ପିଆଇଲେ... ଚଟାଣ ଚଟାଇଲେ !
୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପରେ ନଭେମ୍ବର ୨୧ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଅଭିଯୁକ୍ତମାନଙ୍କ CrPCର ଧାରା ୧୦୩(୨) (ଭିଡ଼ ହିଂସା ସହିତ ଜଡ଼ିତ ହତ୍ୟା)ରେ ମାମଲା ରୁଜୁ ହୋଇଛି । ଏହା ଅନୁଯାୟୀ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଅନ୍ୟାନ୍ୟ ଧାରାଗୁଡ଼ିକ ମଧ୍ୟରେ ଧାରା ୧୯୧(୨), ୧୯୧(୩), ୧୯୦, ୧୦୯(୨), ୨୪୯, ୬୧(୨) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା 30 ଅନ୍ତର୍ଭୁକ୍ତ । ଏହି ଧାରାରେ ଦୁଇରୁ ପାଞ୍ଚ ବର୍ଷ ଜେଲ ଦଣ୍ଡ କିମ୍ବା ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories