Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Cyber Crime: କଲ ମର୍ଜ କରିବାକୁ କହି ଚୁଟକିରେ କରୁଛନ୍ତି ଆକାଉଣ୍ଟ ଖାଲି, ଜାଣନ୍ତୁ ଏହା କଣ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Cyber Crime: କଲ ମର୍ଜ କରିବାକୁ କହି ଚୁଟକିରେ କରୁଛନ୍ତି ଆକାଉଣ୍ଟ ଖାଲି, ଜାଣନ୍ତୁ ଏହା କଣ ?

Key Points

ଯଦି ଆପଣ ମଧ୍ୟ ଏପରି ଚୋରିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏସମ୍ପର୍କରେ ସବୁକିଛି ଜାଣିନେବା ଜରୁରୀ ।

ଡିଜିଟାଲ ଯୁଗରେ ଡିଜିଟାଲ ଚୋରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ ଯୁଗ । ଇଣ୍ଟରନେଟ୍ ବିନା ଜୀବନଯାତ୍ରା ସତେ ଯେପରି ଅସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଦିନକୁ ଦିନ ଇଣ୍ଟରନେଟ୍ ଓ ମୋବାଇଲ ଫୋନ ଉପରେ ଲୋକଙ୍କ ନିର୍ଭରଶୀଳତା ଯେତିକି ବଢି ଚାଲିଛି, ତା’ ସହିତ ତାଳ ଦେଇ ସାଇବର ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କାହାକୁ ଟ୍ରେଡିଂ ତ ଆଉ କାହାକୁ ଚାକିରି, ପୁଣି କାହାକୁ ଡିଜିଟାଲ ଆରେଷ୍ଟ କରି କୋଟି କୋଟି ନେଇଯାଉଛନ୍ତି ସାଇବର ଚୋର ।



ସାଇବର ଠକେଇରୁ ବର୍ତ୍ତିବା ପାଇଁ ସରକାରଙ୍କ ପକ୍ଷରୁ ଲଗାତାର ସତର୍କ ରହିବା ପାଇଁ ଚେତାବନୀ ଦିଆଯାଉଛି । ତଥାପି ଫ୍ରଡମାନେ କୌଣସି ନା କୌଣସି ଉପାୟରେ ଲୋକଙ୍କୁ ଠକେଇ କରି ଆକାଉଣ୍ଟ ଖାଲି କରିଦେଉଛନ୍ତି । ସମ୍ପ୍ରତି ଏକ ନୂଆ ସ୍କାମ ଚିହ୍ନଟ ହୋଇଛି, ଯେଉଁଥିରେ ୟୁଜରଙ୍କୁ କଲ ମର୍ଜ କରିବା ପାଇଁ କହି ତାଙ୍କ ଅଜାଣତରେ ୱାନ ଟାଇମ ପାସୱର୍ଡ ପ୍ରାପ୍ତ କରନ୍ତି ଫ୍ରଡ । ଆଉ ଥରେ ଓଟିପି ମିଳିବା ପରେ, ତାଙ୍କୁ ଅନ୍ୟ କୌଣସି ଅନୁମତିର ଆବଶ୍ୟକ ପଡ଼େ ନାହିଁ, ଦେଖୁଦେଖୁ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ ।



ଯଦି ଆପଣ ମଧ୍ୟ ଏପରି ଚୋରିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତେବେ ଏସମ୍ପର୍କରେ ସବୁକିଛି ଜାଣିନେବା ଜରୁରୀ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବ୍ୟବହାରକାରୀଙ୍କୁ ଏନେଇ ଏକ୍ସ ଆକାଉଣ୍ଟରେ ଚେତାବନୀ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ତେବେ ସର୍ବପ୍ରଥମେ ଆସନ୍ତୁ ଜାଣିବା, କ’ଣ ଏହି ସ୍କାମ ? ଏହି ସ୍କାମ ଏକ ଅଜ୍ଞାତ କଲରୁ ଆରମ୍ଭ ହୁଏ । ୟୁଜରଙ୍କୁ ଏକ ଅଜ୍ଞାତ ନମ୍ବରରୁ କଲ୍ ଆସେ । କେହି ଜଣେ ସମ୍ପର୍କୀୟ ନମ୍ବର ଦେଇଥିବା କହି କଲ ମର୍ଜ କରିବା ପାଇଁ କୁହନ୍ତି । ଆଉ କଲ ମର୍ଜ ହେବା ମାତ୍ରେ ଅଜାଣତରେ ଆପଣଙ୍କର ଓଟିପି ଭେରିଫିକେସନ କଲ ସଂଯୁକ୍ତ ହୋଇଯାଏ । ଏହାପରେ ଆପଣଙ୍କ ଫୋନକୁ ଯେଉଁ ଓଟିପି ଆସିବାକଥା, ତାହା ସାମ୍ନାବାଲା ଲୋକ ପାଖକୁ ଚାଲିଯାଏ ।



ଏଥିପାଇଁ ଅଜ୍ଞାତ ନମ୍ବରରୁ କଲ ଆସିଲେ କଲ ମର୍ଜ କରନ୍ତୁ ନାହିଁ । କେହି କଲ ମର୍ଜ କରିବା ପାଇଁ ଅନୁରୋଧ କଲେ କିମ୍ବା ଜୋରଜବରଦସ୍ତି କଲେ ସୁଦ୍ଧା କଲ ମର୍ଜ କରିବା ପୂର୍ବରୁ ଥରେ ଭଲରେ ଚିନ୍ତା କରନ୍ତୁ । ଯଦି କେହି ଆପଣଙ୍କୁ ଆପଣଙ୍କର ବ୍ୟାଙ୍କରୁ କିମ୍ବା ଆପଣ ଜାଣିଥିବା ଲୋକଙ୍କ କଥା କହେ ତଥାପି, କୌଣସି ବିବରଣୀ ବାଣ୍ଟିବା ପୂର୍ବରୁ କଲ ଯାଞ୍ଚ କରନ୍ତୁ । ଏହାବ୍ୟତୀତ ଆପଣ ଅଜାଣତରେ କୌଣସି ପ୍ରକାର ଓଟିପି ଆସିଲେ ତୁରନ୍ତ ରିପୋର୍ଟ କରନ୍ତୁ । ୧୯୩୦କୁ କଲ କରି ଆପଣ ଏହା ଉପରେ ଅଭିଯୋଗ କରିପାରିବେ, ଯଦ୍ୱାରା ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।



Sponsored
Be careful! They will tell you to merge and make all the money disappear from your account. | Argus News