Bihar Election / ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ, ନିର୍ବାଚନର ଟିକିନିଖି ଖବର ପାଆନ୍ତୁ...

Key Points
ରାତି ପାହିଲେ ରେଜଲ୍ଟ । ସକାଳ ୮ରୁ ଆରମ୍ଭ ହେବ ଭୋଟ ଗଣତି । ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ କାହା ମୁଣ୍ଡରେ ସୁନା କଳସ । କିଏ ପିନ୍ଧିବ ମୁକୁଟ । ବିହାରବାସୀ କହାକୁ ଦେବେ ରାଜ୍ୟ ଭାର । ୩୮ ଜିଲ୍ଲାର ୪୬ କେନ୍ଦ୍ରରେ ହେବ ଭୋଟ୍ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ହେବ କାଉଣ୍ଟିଂ । ୨୦୨୫ ନିର୍ବାଚନରେ କାହାର ହେବ ବାଜିମାତ୍ ?
ପୁଣି NDA ସରକାର ନା ବିରୋଧୀ ପିନ୍ଧିବେ ମୁକୁଟ ? NDA କ୍ଷମତା ବଜାୟ ରଖିବା ନେଇ ସବୁ EXIT ପୋଲର ଆକଳନ ହୋଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨ । ଆଉ ଏଥର ବିହାରରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ୬୬.୯୧ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ୨୦୨୦ ତୁଳନାରେ ୯ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ପ୍ରତିଶତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୯.୯୦ ପ୍ରତିଶତ ମତଦାନ ହୋଇଛି, ଯାହା କି ଏକ ମାଇଲଖୁଣ୍ଟ।
ବଡ଼ କଥା ହେଉଛି ୧୯୫୧ ମସିହା ପରଠାରୁ ଏଭଳି ଭୋଟିଂ କେବେ ବିହାରରେ ହୋଇ ନଥିଲା । ଏହାରି ଭିତରେ ସମସ୍ତଙ୍କୁ ଚକିତ କରିଛି ମହିଳା ଭୋଟରଙ୍କ ସଂଖ୍ୟା । ଚର୍ଚ୍ଚା ହେଉଛି ମହିଳାଙ୍କ ଭୋଟ ବ୍ୟାଙ୍କ ଏଥର NDA ଖାତାକୁ ଯାଇପାରେ । କାରଣ ନିର୍ବାଚନରେ ସବୁଠୁ ଅଧିକ ପ୍ରଭାବ ପକାଇଥିଲା ନୀତିଶ ସରକାରଙ୍କ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ।
ପୋଷ୍ଟାଲ ଭୋଟ ଗଣତି
ଏଥର ବିହାରରେ ପୋଷ୍ଟାଲ୍ ବାଲଟ୍ ଗଣନା ପାଇଁ ନିୟମ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇଟି ପର୍ଯ୍ୟାୟ ଗଣନା ପୂର୍ବରୁ ପୋଷ୍ଟାଲ୍ ବାଲଟ୍ ଗଣନା କରାଯିବ। ଗଣନା ଆଗକୁ ବଢ଼ିବା ସହିତ, ଆସନ ଧାରା ଏବଂ ଫଳାଫଳ ସ୍ପଷ୍ଟ ହେବ।
ଏବେ ସବୁଠାରୁ ବଡ଼ କଥା ହେଉଛି, ବିହାର ନିର୍ବାଚନର ଫଳାଫଳ ସମ୍ପର୍କରେ ଆପଣ କେଉଁଠୁ ପାଇବେ ଖବର । ମୋବାଇଲ ଅନ୍ କରି କେଉ ଲିଙ୍କ୍ରେ କରିବେ କ୍ଲିକ୍ । କେଉଁଠି ଆପଣଙ୍କୁ ମିଳିବ ନିର୍ବାଚନ ସମ୍ବନ୍ଧୀୟ ଟିକିନିଖି ଆଉ ଅପ୍ଡେଟ୍ ଖବର ।
ଏହି ସବୁ ପ୍ରଶ୍ନର ଗୋଟିଏ ଉତ୍ତର ହେଲା, Argus News ଆଉ Argus Digital । ଆପଣ ଆମ ଅର୍ଗସ ଓ୍ୱେବ୍ସାଇଟ୍ରୁ ପାଇପାରିବେ ନିର୍ବାଚନ ସମ୍ବନ୍ଧୀୟ ଟିକିନିଖି ଆଉ ଅପ୍ଡେଟ୍ ଖବର । ଆମ ଫେସ୍ବୁକ୍ ଆଉ ୟୁଟ୍ୟୁବ୍ରୁ ମଧ୍ୟ ହୋଇପାରିବେ ଅପଡେଟ୍ । ଅର୍ଗସ ଆପଣଙ୍କୁ ଦେବ ସବୁଠାରୁ ଫାଷ୍ଟ ଆଉ ସଠିକ୍ ରେଜଲ୍ଟ । କାରଣ ଅର୍ଗସ ପ୍ରତିନିଧି ଆପଣଙ୍କ ପାଇଁ ସବୁବେଳେ ତୟାର ବସିଛନ୍ତି । ଏଥିପାଇଁ ଏକ ବଡ଼ ଟିମ୍ ମଧ୍ୟ ଅହରହ ପ୍ରରିଶ୍ରମ ଚଳାଇଛନ୍ତି । ବିହାରର ଗ୍ରାଉଣ୍ଡ ଜିରୋରେ ବି ରହିଛି ଅର୍ଗସ ଟିମ୍ ।
ଅନ୍ୟପଟେ ଆପଣ ଭାରତ ସରକାରଙ୍କ Election Commission of India- ECIର ଓ୍ୱେବ୍ସାଇଟ୍ results.eci.gov.inରୁ ମଧ୍ୟ ପାଇପାରିବେ ସଠିକ୍ ନିର୍ବାଚନୀ ରେଜଲ୍ଟ ।
📱 Get Argus News App
✨Related Topics
Explore more stories