Bihar Election / କମ୍ପୁଛି ବିହାର, NDAର ହାଇଭୋଲଟେଜ୍ କ୍ୟାମ୍ପେନ୍

Key Points
ଆଉ ମାତ୍ର ୫ ଦିନ... କମ୍ପୁଛି ବିହାର ପ୍ରଚାର ମଇଦାନ । ଜଙ୍ଗଲ ରାଜ୍ ଓ ସୁଶାସନ ମଧ୍ୟରେ ଗୋଟିଏ ବାଛି ନେବାକୁ ବିହାରବାସୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରତିକୂଳ ପାଗ ଯୋଗୁ ଭର୍ଚ୍ଚୁଆଲରେ ଗୋପାଳଗଞ୍ଜ, ଉଜିୟାରପୁର ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କଂଗ୍ରେସ-ଆରଜେଡି ମେଣ୍ଟର ରାଜ୍ ଖୋଲିଛନ୍ତି ଅମିତ ଶାହ । ୧୫ ବର୍ଷ ଧରି 'ଜଙ୍ଗଲ ରାଜ' କରି ରାଜ୍ୟର ଗୌରବକୁ ମାଟିରେ ମିଶାଇଥିବା ଲାଲୁ ପରିବାର ଏବେ ମିଛ ଲୁହ ଗଡ଼ାଇ ଭୁଆଁ ବୁଲାଉଛନ୍ତି । ଏହି ନିର୍ବାଚନ କେବଳ ବିଧାୟକଙ୍କୁ ଚୟନ ପାଇଁ ନୁହେଁ, ବରଂ ବିହାରର ଭବିଷ୍ୟତ ନିର୍ଣ୍ଣୟ କରିବାକୁ ବଡ଼ ସୁଯୋଗ ବୋଲି କହିଛନ୍ତି ଶାହ । ୨୦୦୫ରୁ ଜାରି ବିକାଶଧାରାକୁ ଆଗେଇ ନେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ସେପଟେ ସିୱାନରେ ସାଧାରଣ ସଭାକୁ ଭର୍ଚୁଆଲରେ ସମ୍ବୋଧନ କରି ୧୯୯୦ରୁ ୨୦୦୫ ଯାଏଁ ବିହାରରେ ଚାଲିଥିବା ଅନ୍ଧାରୀ ରାଜରେ ବିହାରବାସୀଙ୍କ କ୍ଷତ, ଅପମାନ ଓ ଯନ୍ତ୍ରଣାର ଲମ୍ବା ତାଲିକା ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥର ନିର୍ବାଚନରେ ବିହାରକୁ ସ୍ଥିରତା ପ୍ରଦାନ କରିବାକୁ ସେ ଦେଇଛନ୍ତି ଆହ୍ବାନ ।
ସେପଟେ ଲାଲୁଙ୍କ ଗଡ଼ ରାଘୋପୁରରେ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କୁ ହୋଇଛି ବିରୋଧ । ଯେଉଁଠୁ ନିର୍ବାଚନ ଲଢୁଛନ୍ତି ଲାଲୁଙ୍କ ପୁଅ ତେଜସ୍ବୀ । ସେଠାରେ ତାଙ୍କ ମାଙ୍କୁ ରାସ୍ତାରେ ଘେରିଛନ୍ତି ସାଧାରଣ ଜନତା । ତାଙ୍କ ଦଳକୁ ଦେଖାଇଛନ୍ତି ଆଇନା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହାର ଭିଡିଓ । ଜଣେ ବୟସ୍କ ଖୋଲାଖୋଲି ଭାବରେ ରାବିଡି ଦେବୀଙ୍କୁ କହୁଛନ୍ତି 'ଏବେ ମୁଖ୍ୟମନ୍ତ୍ରୀ ହେବା କଥା ଭୁଲିଯାଅ, ତେଜସ୍ୱୀ ଯାଦବ ବିଧାୟକ ବି ହୋଇପାରିବେ ନାହିଁ'। ଯାହା ଶୁଣିବର ପରେ ଚିନ୍ତାରେ ପଡ଼ିଯାଇଛି RJD ।
ତେବେ ଦିନ ଥିଲା, ଜବ ତକ୍ ସମୋସେ ମେ ଆଲୁ ତବ ତକ୍ ବିହାର ମେ ଲାଲୁ କୁହାଯାଉଥିଲା । ଏହି ଡାଇଲଗ ଲୋକକଥାରେ ବି ପରିଣତ ହୋଇଥିଲା । କିନ୍ତୁ ଏବେ ଏହା ଭୁଲ ପ୍ରମାଣିତ ହେବାକୁ ଯାଉଛି । କାରଣ ଯେଉଁ ବିହାର ପାଇଁ ଲାଲୁଙ୍କ ନାଁ ନେଇ ଏଭଳି କୁହାଯାଉଥିଲା, ଏବେ ସେଇ ବିହାରରେ ଲାଲୁଙ୍କ ଗଡ଼ରେ ତାଙ୍କ ପରିବାର ଲୋକଙ୍କୁ ପ୍ରତ୍ୟାକ୍ଷାନ କରାଯାଉଛି । ଦିନେ ଲାଲୁଙ୍କ ବିନା ଅନୁମତିରେ ବିହାରରେ ପତ୍ର ବି ହଲୁନଥିଲା, କିନ୍ତୁ ଏବେ ସେଇ ଲାଲୁଙ୍କ ପରିବାରକୁ ଲୋକେ ବିରୋଧ କରୁଛନ୍ତି । ଖାସ କରି ତାଙ୍କ ପତ୍ନୀଙ୍କୁ ବିଚ୍ ରାସ୍ତାରେ ଅଟକାଉଛନ୍ତି ।
ଏହି ଘଟଣା ପରେ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ବୈଶାଳି ପୋଦ୍ଦାର ଏନେଇ ନିଜ ସୋସିଆଲ ମଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ତେଜସ୍ୱୀ ଯାଦବ ଏଥର ରାଘୋପୁରରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।
📱 Get Argus News App
✨Related Topics
Explore more stories