Viral Video / ପ୍ରେମିକାକୁ ମଙ୍ଗଳସୂତ୍ର ପିନ୍ଧାଇଲେ ପ୍ରେମିକ, ଏହା କଣ ସତ ବିବାହ ବୋଲି ଉଠୁଛି ପ୍ରଶ୍ନ ?
·8 months ago·2 min read

Key Points
ମଲ୍ ମଝିରେ ପ୍ରେମିକାକୁ ପ୍ରପୋଜ
ପିନ୍ଧାଇଲେ ମଙ୍ଗଳସୂତ୍ର
ପିନ୍ଧାଇଲେ ମଙ୍ଗଳସୂତ୍ର
ପ୍ରେମ...ଏକ ଭାବନାକୁ ବୁଝାଇଥାଏ। ଏହାଛଡ଼ା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ। ପ୍ରେମକୁ ସମସ୍ତେ ନିଜ ନିଜ ଭାଷାରେ ବର୍ଣ୍ଣନା କରନ୍ତି। ଠିକ ଏମିତି ଜଣେ ଯୁବକ ନିଜ ପ୍ରେମକୁ ସମସ୍ତଙ୍କ ସାମ୍ନାରେ ନିଜର କରିଛନ୍ତି। ନା କାହାକୁ ଭୟ ଥିଲା, ନା କିଛି ହରାଇବାର ଦୁଃଖ ଥିଲା। ବାସ୍ ଥିଲା କେବଳ ପାଇବାର ଲୋଭ। ଆଜ୍ଞା ହଁ, ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ବିଶ୍ୱାସ ନକରି ରହିପାରିବେନି।
ପ୍ରେମ ପାଇଁ ଯୁବକ ଯୁବତୀ କେଉଁ ସ୍ତରକୁ ଯାଇ ପାରନ୍ତି କିମ୍ବା ଉଦାହରଣ ସୃଷ୍ଟି କରନ୍ତି ଏହି ଭାଇରାଲ୍ ଭିଡିଓରେ ତାହା ଦେଖିବାକୁ ମିଳିଛି। ଭିଡିଓକୁ ଦେଖିଲେ ଲାଗୁଛି ଯେମିତି ଏକ ଫିଲ୍ମର ଦୃଶ୍ୟର ସୁଟ୍ ଚାଲିଛି। କିନ୍ତୁ ଉକ୍ତ ସେଣ୍ଟ୍ରାଲ ମଲ୍ରେ ବାସ୍ତବରେ ସେମିତି ଘଟଣା ଘଟିଛି। ଉତ୍ତର ପ୍ରଦେଶର ଗାଜିଆବାଦରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ମଲ୍ ଭିତରେ ଯୁବକ ନିଜର ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଛନ୍ତି। ଏହା ପରେ ଯାହା ଘଟୁଛି ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ନା ପଣ୍ଡିତ ଥିଲେ, ନା ବରଯାତ୍ରୀ ଏବଂ ନା କୌଣସି ପାରମ୍ପରିକ ଆୟୋଜନ ଥିଲା।
ଏଥିସହ ପଢ଼ନ୍ତୁ: ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଜେତାଙ୍କୁ ଛେଳି ଉପହାର, ପାକିସ୍ତାନରେ ହିଁ ଏହା ସମ୍ଭବ: ୟୁଜର୍ସ
ଆରାମରେ ଆଣ୍ଠୁ ମାଡ଼ି ପ୍ରେମିକାକୁ ଯୁବକ ପ୍ରପୋଜ କଲେ, ପୁଣି ମଥାରେ ସିନ୍ଦୂର ଭରିଲେ। ଆଉ ମଙ୍ଗଳସୂତ୍ର ପିନ୍ଧାଇ ମଲ୍ ଭିତରେ ସଭିଙ୍କ ସାମ୍ନାରେ ବିବାହ କଲେ। ଯୁବତୀ ଜଣକ ମଧ୍ୟ କୌଣସି ସଙ୍କୋଚ ନ କରି ପ୍ରେମ ସ୍ଵୀକାର କରିବା ସହ ଆଣ୍ଠୁ ମାଡ଼ି ପ୍ରେମିକ ହାତରେ ନିଜ ମଥାରେ ସିନ୍ଦୂର ଭରିଲେ। ଏହି ଅଭିନବ ବିବାହ ଏବେ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଅନେକ ଏହାକୁ ଆଜିର ପିଢିର ଚିନ୍ତାଧାରା ବୋଲି ଦର୍ଶାଉଛନ୍ତି। କେହି ଯୁବକ ଯୁବତୀଙ୍କ ସଂସ୍କାର ଉପରେ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ଯାଏ ପୋଲିସ କିମ୍ବା ମଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ। କିନ୍ତୁ ମଲରେ ଏହି ଫିଲ୍ମି ବିବାହର ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଲରେ ସପିଂ କରୁଥିବା ଲୋକେ କୌଣସି ଫିଲ୍ମର ସିନ୍ ପରି ଘଟୁଥିବା ଲାଇଭ ଲଭ ଷ୍ଟୋରୀର ମୂକସାକ୍ଷୀ ପାଲଟିଗଲେ। କିଏ ତାଳି ବଜାଇଲା ତ କିଏ ମୋବାଇଲ୍ ଫୋନରେ ଭିଡିଓ ରେକର୍ଡ କଲେ। ଦେଖୁ ଦେଖୁ ଏହି ଦୃଶ୍ୟ ମଲରେ ଆକର୍ଷଣର କେନ୍ଦ୍ର ପାଲଟିଗଲା। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ଯୁବକଟି ପ୍ରଥମେ ଆଣ୍ଠୁ ମାଡ଼ି ବସି ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି। ଯୁବତୀଙ୍କ ସହମତି ପରେ ସିନ୍ଦୂର ଓ ମଙ୍ଗଳସୂତ୍ର ପକେଟରୁ କାଢି ପୂରା ଆତ୍ମ ବିଶ୍ଵାସର ସହ ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇବା ସହ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦେଉଛନ୍ତି। ଏହା ପରେ ଯୁବକ-ଯୁବତୀ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ତେବେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories