Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

CBSE Exam / ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ

Key Points

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ସରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ମେ୫ରୁ ୨୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ ହେବ ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦଶମ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବିତ ତାରିଖ ଜାରି କରାଯାଇଛି । ଜାରି ସମ୍ଭାବିତ ସୂଚୀ ଅନୁସାରେ, ୨୦୨୬ ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହେବ ।


CBSE ପକ୍ଷରୁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସହ ଦ୍ଵାଦଶ ଶ୍ରେଣୀ ଖେଳ ପରୀକ୍ଷା, ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ ପରୀକ୍ଷା, ଦ୍ଵାଦଶ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସୂଚୀ ରହିଛି । ୨୦୨୬ ବର୍ଷରେ ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ CBSE ଆଶା ପ୍ରକାଶ କରିଛି ।



୨୦୪ଟି ବିଷୟରେ ପ୍ରାୟ ୪୫ ଲକ୍ଷ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଭାରତ ସହ ୨୬ଟି ଦେଶରେ ଏହି ପରୀକ୍ଷା ହେବ । ଲିଖିତ ସହ ପ୍ରାକ୍ଟିକାଲ୍, ଖାତାଦେଖା ଏବଂ ଫଳାଫଳ ପ୍ରକାଶନ ଆଦି ସମସ୍ତ ପ୍ରକ୍ରିୟାକୁ ସମୟରେ ସାରିବାକୁ CBSE ଗୁରୁତ୍ଵ ଦେଇଛି ।


CBSE ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ସରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ମେ୫ରୁ ୨୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: CBSEର ବଡ଼ ନିଷ୍ପତ୍ତି: ଏଣିକି ବର୍ଷରେ ଦୁଇ ଥର ହେବ CBSE ଦଶମ ବୋର୍ଡ ପରୀକ୍ଷା


ସେହିଭଳି ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ଓ ଫେବ୍ରୁଆରୀ ୨୦୨୬ରେ ହେବ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ୨୦୨୬ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଡମିଟ୍ କାର୍ଡ ଜାରି କରାଯିବ । ୨୦୨୬ ଏପ୍ରିଲ୍‌ ୪ରେ ଦଶମ ଓ ମେ ୨୦ରେ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇପାରେ ।


ଏହା ପୂର୍ବରୁ CBSE ଦଶମ ବୋର୍ଡ ପରୀକ୍ଷା ପଦ୍ଧତିରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲା । ଯେଉଁଥିରେ କୁହା ଯାଇଥିଲା, ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ପାଇବେ । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ କମ କରିବା ଏବଂ ସେମାନଙ୍କୁ ଆହୁରି ଭଲ ମାର୍କ ରଖିବା ପାଇଁ ଦ୍ୱିତୀୟ ସୁଯୋଗ ଦେବା ।

ନୂତନ ନିୟମ କ’ଣ ?


CBSE ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ ସୂଚନା ଦେଇ କହିଥିଲେ, ବର୍ତ୍ତମାନ ଦଶମ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀରେ ଏବଂ ଦ୍ୱିତୀୟ ମେରେ ଅନୁଷ୍ଠିତ ହେବ । କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ । ଏହା ପରେ ଦ୍ୱିତୀୟ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ହେବ । ଅର୍ଥାତ୍, ଯଦି ଜଣେ ଛାତ୍ର ତାଙ୍କ ପ୍ରଥମ ପରୀକ୍ଷାର ମାର୍କରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ ଦ୍ୱିତୀୟ ପରୀକ୍ଷା ଦେଇ ପାରିବେ ।

Related Topics

Explore more stories

Sponsored
CBSE Board Exams 2026: Class 10 & 12 to Begin February 17 | Argus News | Argus News