CBSE EXAM / ଆଜିଠୁ ସିବିଏସ୍ଇ ପରୀକ୍ଷା,ଦେଶ ଓ ଦେଶ ବାହାରେ ୪୫ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା

Key Points
ଦେଶ ଓ ଦେଶ ବାହାରେ ୪୫ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା
ଓଡ଼ିଶାରୁ ଏକ ଲକ୍ଷରୁ ଅଧିକ ପିଲା ଦେବେ ପରୀକ୍ଷା
ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ ।
ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ । ପ୍ରଥମ ବୋର୍ଡରେ ୩ଟି କିମ୍ବା ତାଠୁ ଅଧିକ ପେପର ଦେଇ ନଥିଲେ ଅନୁମତି ମିଳିବନି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ଏସେନସିଆଲ ରିପିଟ ବର୍ଗରେ ରହିବେ । ଏସେନସିଆଲ ରିପିଟ ବର୍ଗରେ ରହିଲେ ସେମାନେ ପରବର୍ଷ ପରୀକ୍ଷା ଦେବେ ।
ସିବିଏସ୍ଇ ପରୀକ୍ଷା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନରେ ଦଶମ ଶ୍ରେଣୀର ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀର ବାୟୋଟେକ୍ନୋଲୋଜି ଓ ଇଣ୍ଟରପ୍ରେନରସିପ୍ ପାଇଁ ପରୀକ୍ଷା ହେବ । ଦଶମ ଶ୍ରେଣୀର ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସ୍ଇ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାର୍କରେ ଉନ୍ନତି ଆଣିବା ପାଇଁ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ମଧ୍ୟରୁ ଯେକୌଣସି ୩ଟି ବିଷୟରେ ଉନ୍ନତି ଆଣିବା ଲାଗି ଦ୍ୱିତୀୟ ବୋର୍ଡ ପରୀକ୍ଷାର ଅନୁମତି ଦିଆଯିବ ।
📱 Get Argus News App
✨ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ଉପସ୍ଥିତ ନଥିଲେ ତାଙ୍କୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଶିକ୍ଷାର୍ଥୀର ପ୍ରଥମ ପରୀକ୍ଷାରେ ଫଳ କମ୍ପାର୍ଟମେଣ୍ଟ ହୁଏ ତେବେ ତାକୁ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ପରୀକ୍ଷା ପାଇଁ ଅନୁମତି ମିଳିବ। ଏନେଇ ଏକ ବିଜ୍ଞପ୍ତି ସହ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସ୍ଇ।
ପଢ଼ନ୍ତୁ ଏହି ଖବର: JEE ମେନ୍ ରେଜଲ୍ଟ: ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର
ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ। ଦଶମ ଶ୍ରେଣୀର ପରୀକ୍ଷାର ପ୍ରଥମ ଦିନ ଗଣିତ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୧୮ରେ ଗୃହବିଜ୍ଞାନ (ହୋମ୍ସାଇନ୍ସ), ୨୧ରେ ଇଂରାଜୀ, ୨୫ରେ ବିଜ୍ଞାନ, ୨୭ରେ ଆଇଟି/ଏଆଇ/କମ୍ପ୍ୟୁଟର ଆପ୍ଲିକେସନ୍, ମାର୍ଚ୍ଚ ୭ରେ ସୋସିଆଲ୍ ସାଇନ୍ସ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।
ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ବାୟୋଟେକ୍ନୋଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍, ସହାଣ୍ଡ(ହିନ୍ଦୀ/ଇଂରାଜୀ) ବିଷୟରେ ପରୀକ୍ଷା ରହିଛି। ଫେବ୍ରୁଆରି ୧୮ରେ ଫିଜିକାଲ୍ ଏଜୁକେସନ୍, ୨୦ରେ ପଦାର୍ଥ ବିଜ୍ଞାନ, ୨୪ରେ ଆକାଉଣ୍ଟାନ୍ସି, ୨୬ରେ ଭୂଗୋଳ, ମାର୍ଚ୍ଚ ୫ରେ ମନୋବିଜ୍ଞାନ,
ମାର୍ଚ୍ଚ ୬ରେ ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା, ୯ରେ ଗଣିତ, ୧୨ରେ ଇଂରାଜୀ, ୧୪ରେ ହୋମ୍ ସାଇନ୍ସ, ୧୮ରେ ଅର୍ଥନୀତି, ୨୩ରେ ରାଜନୀତି ବିଜ୍ଞାନ, ୨୪ରେ ଏଆଇ/ରିଟେଲ୍, ୨୫ରେ ଆଇଟି/କମ୍ପ୍ୟୁଟର ସାଇନ୍ସ, ୨୭ରେ ଜୀବବିଜ୍ଞାନ, ୩୦ରେ ଇତିହାସ, ଏପ୍ରିଲ ୪ରେ ସାମାଜିକ ବିଜ୍ଞାନ ପରି ପ୍ରମୁଖ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବା
Related Topics
Explore more stories