Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ରସରକାରଙ୍କ ବଡ଼ ଘୋଷଣା: ସାଧାରଣ ବୀମା କମ୍ପାନି କର୍ମଚାରୀ, ପେନସନଭୋଗୀଙ୍କ ବେତନ ଓ ପେନସନ ବଢିଲା

National

Pension Hike / କେନ୍ଦ୍ରସରକାରଙ୍କ ବଡ଼ ଘୋଷଣା: ସାଧାରଣ ବୀମା କମ୍ପାନି କର୍ମଚାରୀ, ପେନସନଭୋଗୀଙ୍କ ବେତନ ଓ ପେନସନ ବଢିଲା

Ritu Das
Browse all articles by Ritu Das
·4 months ago·2 min read
କେନ୍ଦ୍ରସରକାରଙ୍କ ବଡ଼ ଘୋଷଣା: ସାଧାରଣ ବୀମା କମ୍ପାନି କର୍ମଚାରୀ, ପେନସନଭୋଗୀଙ୍କ ବେତନ ଓ ପେନସନ ବଢିଲା
india

Key Points

ପିଏସୟୁ ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କ ପାଇଁ ବେତନ ସଂଶୋଧନ ୨୦୨୨ ଆଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ସେମାନଙ୍କ ବେତନ ବିଲ୍‌ରେ ମୋଟ ୧୨.୪୧ ପ୍ରତିଶତ ବୃଦ୍ଧି ହେବ। ମୌଳିକ ବେତନ ଏବଂ ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି ଘଟିବ।
ଆର୍ଥିକ କ୍ଷେତ୍ରରେ ସାମାଜିକ ସୁରକ୍ଷାକୁ ମଜବୁତ କରିବା ଏବଂ ମନୋବଳ ବୃଦ୍ଧି କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କେନ୍ଦ୍ର ସରକାର ସାଧାରଣ ବୀମା କମ୍ପାନି କର୍ମଚାରୀଙ୍କ ପାଇଁ ବେତନ ସଂଶୋଧନ ଏବଂ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପେନସନ ଓ ପରିବାର ପେନସନ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ସରକାରଙ୍କର ସେବାରତ କର୍ମଚାରୀ ଏବଂ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଆର୍ଥିକ କଲ୍ୟାଣ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।

ପିଏସୟୁ ସାଧାରଣ ବୀମା କମ୍ପାନୀ କର୍ମଚାରୀଙ୍କ ପାଇଁ ବେତନ ସଂଶୋଧନ ୨୦୨୨ ଆଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ସେମାନଙ୍କ ବେତନ ବିଲ୍‌ରେ ମୋଟ ୧୨.୪୧ ପ୍ରତିଶତ ବୃଦ୍ଧି ହେବ। ମୌଳିକ ବେତନ ଏବଂ ମହଙ୍ଗା ଭତ୍ତାରେ ୧୪ ପ୍ରତିଶତ ବୃଦ୍ଧି ଘଟିବ। ଏଥିରୁ ୬ଟି ସାଧାରଣ ବୀମା କମ୍ପାନିର ୪୩,୨୪୭ କର୍ମଚାରୀ ଉପକୃତ ହେବେ। ଏକ ବଡ଼ ସାମାଜିକ ସୁରକ୍ଷା ପଦକ୍ଷେପରେ, ୨୦୧୦ ଏପ୍ରିଲ ୧ ପରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ୍) ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ପରିବାର ପେନସନକୁ ଅଫିସିଆଲ ଗେଜେଟରେ ପ୍ରକାଶିତ ତାରିଖରୁ ଏକମୁଖୀ ୩୦ ପ୍ରତିଶତ ହାରକୁ ସଂଶୋଧନ କରାଯାଇଛି ଯାହା ଦ୍ଵାରା ୧୪,୬୧୫ ପରିବାର ପେନସନଭୋଗୀଙ୍କୁ ଉପକୃତ କରିବ। ଏହି ସଂଶୋଧନର ମୋଟ ଆର୍ଥିକ ପ୍ରଭାବ ପ୍ରାୟ ୮,୧୭୦.୩୦ କୋଟି ଟଙ୍କା ହେବ। ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନି, ନ୍ୟୁ ଇଣ୍ଡିଆ ଆସୁରାନ୍ସ କମ୍ପାନି, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି, ଜେନେରାଲ ଇନସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ଏଗ୍ରିକଲଚରାଲ ଇନସ୍ୟୁରାନ୍ସ କମ୍ପାନିର କର୍ମଚାରୀମାନେ ଉପକୃତ ହେବେ।

ନାବାର୍ଡ କର୍ମଚାରୀଙ୍କ ପାଇଁ ବେତନ ଏବଂ ଭତ୍ତା ୨୦୨୨ ନଭେମ୍ବର ୧ରୁ ସଂଶୋଧନ କରାଯାଇଛି, ଯାହା ଗ୍ରୁପ୍ ‘ଏ’, ‘ବି’ ଏବଂ ‘ସି’ କର୍ମଚାରୀଙ୍କ ପାଇଁ ବେତନରେ ୨୦ ପ୍ରତିଶତ ବୃଦ୍ଧି ଆଣିଛି। ଏହା ପ୍ରାୟ ୩,୮୦୦ ସେବାରତ ଏବଂ ପୂର୍ବତନ କର୍ମଚାରୀଙ୍କୁ ଉପକୃତ କରିବ। ନାବାର୍ଡରେ ନିଯୁକ୍ତ ହୋଇ ନଭେମ୍ବର ୧, ୨୦୧୭ ପୂର୍ବରୁ ଅବସର ନେଇଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପେନସନ ଏବଂ ପରିବାର ପେନସନକୁ ପୂର୍ବତନ ଆରବିଆଇ-ନାବାର୍ଡ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ସହ ସମାନ କରାଯାଇଛି।

ବେତନ ସଂଶୋଧନ ବେତନ ବିଲ୍‌ରେ ବାର୍ଷିକ ପ୍ରାୟ ୧୭୦ କୋଟି ଟଙ୍କା ବୃଦ୍ଧି ହେବ ଯେଉଁଥିରେ ବକେୟା ହେଉଛି ପ୍ରାୟ ୫୧୦ କୋଟି ଟଙ୍କା। ପେନସନ ସଂଶୋଧନ ଏକକାଳୀନ ବକେୟା ୫୦.୮୨ କୋଟି ଟଙ୍କା ଏବଂ ପେନସନଭୋଗୀ ଓ ପରିବାର ପେନସନଭୋଗୀଙ୍କ ପାଇଁ ମାସିକ ଅତିରିକ୍ତ ୩.୫୫ କୋଟି ଟଙ୍କାର ବ୍ୟୟ ରହିବ।

ସରକାର ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପେନସନ ଏବଂ ପରିବାର ପେନସନ ସଂଶୋଧନକୁ ମଧ୍ୟ ୨୦୨୨ ନଭେମ୍ବର ୧ ରୁ କାର୍ଯ୍ୟକାରୀ କରିଛନ୍ତି। ସଂଶୋଧନ ଅନୁଯାୟୀ, ମୌଳିକ ପେନସନ ଉପରେ ୧୦ ପ୍ରତିଶତ ବୃଦ୍ଧି ଏବଂ ମହଙ୍ଗା ରିଲିଫ୍ ସହିତ ମୌଳିକ ପେନସନରେ ୧.୪୩ ପ୍ରତିଶତ ବୃଦ୍ଧି ହେବ।

ଏହି ନିଷ୍ପତ୍ତି ଦ୍ଵାରା ୩୦,୭୬୯ ପେନସନଭୋଗି ଉପକୃତ ହେବେ। ସେଥିରୁ ୨୨,୫୮୦ ପେନସନଭୋଗୀ ଏବଂ ୮,୧୮୯ ହେଉଚତି ପରିବାର ପେନସନଭୋଗୀ। ଏହି ନିଷ୍ପତ୍ତିର ମୋଟ ଆର୍ଥିକ ପ୍ରଭାବ ୨,୬୯୬.୮୨ କୋଟି ଟଙ୍କା ହେବ, ଯେଉଁଥିରେ ୨,୪୮୫.୦୨ କୋଟି ଟଙ୍କା ବକେୟା ଏବଂ ବାର୍ଷିକ ପୁନରାବୃତ୍ତି ବ୍ୟୟ ୨୧୧.୮୦ କୋଟି ଟଙ୍କା ରହିଛି।

ଏହି ପଦକ୍ଷେପଗୁଡ଼ିକ ସାଧାରଣ ବୀମା କମ୍ପାନି, ନାବାର୍ଡ ଏବଂ ରିଜର୍ଭ ବ୍ୟାଙ୍କରେ ପ୍ରାୟ ୪୬,୩୨୨ କର୍ମଚାରୀ, ୨୩,୫୭୦ ପେନସନଭୋଗୀ ଏବଂ ୨୩,୨୬୦ ପରିବାର ପେନସନଭୋଗୀଙ୍କୁ ଉପକୃତ କରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Central Government Announcement: Salary and Pension Hike for General Insurance Employees | Argus News