Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Flight Ticket / ଟିକେଟ ଦର ଫିକ୍ସ କଲେ ସରକାର, ମନ ଇଚ୍ଛା ଚାର୍ଜ କରିପାରିବନି କମ୍ପାନୀ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·3 min read
ଟିକେଟ ଦର ଫିକ୍ସ କଲେ ସରକାର, ମନ ଇଚ୍ଛା ଚାର୍ଜ କରିପାରିବନି କମ୍ପାନୀ !
Indigo Airlines

Key Points

ବାରମ୍ବାର ବିମାନ ଯାତ୍ରା ସମୟ ବଦଳାଯାଉଥିବା ବେଳେ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଛି ଅନେକ ବିମାନର ଉଡ଼ାଣ ।
ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଯାତ୍ରୀ ।

ଶହ ଶହ ଇଣ୍ଡିଗୋ ବିମାନ ବାତିଲ ପରେ ଦେଶସାରା ଯାତ୍ରୀ ହନ୍ତସନ୍ତ । ଆକାଶ ଛୁଆଁ ଏୟାର ଟିକେଟ୍, ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଲାଗୁ ହେଲା ଘରୋଇ ଉଡ଼ାଣ ଟିକେଟ ଉପରେ ସର୍ବାଧିକ ଦର ସୀମା । ଦେଶର ସର୍ବାଧିକ ଘରୋଇ ଉଡ଼ାଣ କରୁଥିବା କମ୍ପାନୀ ଇଣ୍ଡିଗୋ । ଯେଉଁଥିରେ ପ୍ରତିଦିନ ଯାତ୍ରା କରନ୍ତି ହଜାର ହଜାର ଯାତ୍ରୀ। କିନ୍ତୁ ଗତ ୪ ଦିନ ହେଲା ହଜାର ହଜାର ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି । ଦେଶ ସାରା ବିମାନ ବନ୍ଦରରେ ଯାତ୍ରୀ ନାହିଁ ନଥିବା ହୀନସ୍ତା ହେଉଛନ୍ତି।

ଏହାର ସୁଯୋଗ ନେଇ ଅନ୍ୟ ବିମାନ କମ୍ପାନୀ ମନଇଚ୍ଛା ବଢ଼ାଇ ଦେଇଛନ୍ତି ବିମାନ ଭଡ଼ା । ଯାହା ଉପରେ ରୋକ୍ ଲଗାଇବାକୁ ସର୍ବାଧିକ ଦର ସୀମା ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର। ଏଥିସହ ବାତିଲ ହୋଇଥିବା ସବୁ ବିମାନର ଟିକେଟ୍ ଭଡ଼ା ଯାତ୍ରୀଙ୍କୁ ରବିବାର ସଂଧ୍ୟା ସୁଦ୍ଧା ଫେରସ୍ତ କରିବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀରୁ ମୁମ୍ବାଇ, ହାଇଦ୍ରାବାଦରୁ ପୁନେ, କୋଲକାତାରୁ ବେଙ୍ଗାଲୁରୁ । ସବୁଠି ହନ୍ତସନ୍ତ ବିମାନ ଯାତ୍ରୀ । ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ଫଳରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି । ବାରମ୍ବାର ବିମାନ ଯାତ୍ରା ସମୟ ବଦଳାଯାଉଥିବା ବେଳେ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଛି ଅନେକ ବିମାନର ଉଡ଼ାଣ । ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଯାତ୍ରୀ ।

ଭୁବନେଶ୍ୱର ବିମାନ ବନ୍ଦରରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର । ଯେଉଁଠି ଅଟକିଥିଲେ ନବ ବିବାହିତ ଦମ୍ପତି । ବିବାହ ଯୋଡ଼ା ପିନ୍ଧି ବିମାନବନ୍ଦରରେ ବସିଥିଲେ । ବର ଭୁବନେଶ୍ୱରର ଓ କନ୍ୟା ଘର ପଶ୍ଚିମବଙ୍ଗ ଦୁର୍ଗାପୁର । ଉଭୟ ଦିଲ୍ଲୀରେ ଚାକିରି କରନ୍ତି । ରବିବାର ଅଛି ରିସେପସନ୍ । ଭୁବନେଶ୍ୱରରୁ ଦୁର୍ଗାପୁର ଯିବା ପାଇଁ ଇଣ୍ଡିଗୋରେ ଅଗ୍ରୀମ ଟିକେଟ୍ କରିଥିଲେ । କିନ୍ତୁ ସମସ୍ୟା ଦେଖି ସେମାନେ ବାହାଘର ସରୁ ସରୁ ବିମାନ ବନ୍ଦର ଆସିଲେ । ଫ୍ଲାଇଟ୍ ବିଳମ୍ବ ଥିବାରୁ ୱେବ୍ ଚେକିଂ ପରେ ସେମାନଙ୍କୁ ଭିତରେ ବସିବାକୁ କୁହାଗଲା।

ଡିସେମ୍ବର ୩ ତାରିଖରେ ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ୍ ହୋଇଥିବା ବେଳେ ୪ ତାରିଖରେ ୫୦୦, ଗତକାଲି ଏକ ହଜାରରୁ ଅଧିକ ବିମାନ ବାତିଲ ହୋଇଥିଲା । ଆଜି ମଧ୍ୟ ଇଣ୍ଡିଗୋର ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଶହ ଶହ ଇଣ୍ଡିଗୋ ବିମାନ ବାତିଲ ପରେ ଏବେ ଆକାଶଛୁଆଁ ଏୟାର ଟିକେଟ୍ । ଅନ୍ୟ ବିମାନ କମ୍ପାନୀ ମନ ଇଚ୍ଛା ବଢ଼ାଇ ଦେଇଛନ୍ତି ଟିକେଟ ।

ଭୁବନେଶ୍ବରରୁ - ଦିଲ୍ଲୀ ସାଧାରଣ ବିମାନ ଟିକେଟ ୮୦୦୦-୧୦,୦୦୦ ଟଙ୍କା ରହୁଥିବାବେଳେ ଏବେ ୨୧,୦୦୦ ଟଙ୍କାରୁ ଅଧିକ ନିଆଯାଉଛି । ଭୁବନେଶ୍ବର-ଚେନ୍ନାଇ ପାଇଁ ୫୦,୦୦୦, ଭୁବନେଶ୍ବରରୁ ବେଙ୍ଗାଲୁରୁ ୪୦,୦୦୦, ଦିଲ୍ଲୀରୁ ମୁମ୍ବାଇ ୩୬,୦୦୦ ଟଙ୍କା, ଦିଲ୍ଲୀରୁ କୋଲକାତା ୩୮,୦୦୦, ଦିଲ୍ଲୀରୁ ବେଙ୍ଗାଳୁରୁକୁ ୬୭,୦୦୦ ଟଙ୍କା ନେଉଛନ୍ତି । ଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ଘରୋଇ ଉଡ଼ାଣ ଟିକେଟ ଉପରେ ସର୍ବାଧିକ ଦର ସୀମା ଲାଗୁ କରିଛନ୍ତି। ଯାହା ଅନୁସାରେ ୫୦୦ କିମି ଯାଏଁ ଯାତ୍ରା ପାଇଁ ସର୍ବାଧିକ ୭୫୦୦ ଟଙ୍କା, ୫୦୦ରୁ ୧୦୦୦ କିମି ଯାଏଁ ୧୨ ହଜାର ଟଙ୍କା, ୧୦୦୦ ରୁ ୧୫୦୦ କିମି ଯାଏଁ ୧୫୦୦୦ ଟଙ୍କା, ୧୫୦୦ କିମିରୁ ଅଧିକ ଦୂର ଯାତ୍ରା ପାଇଁ ୧୮୦୦୦ ଟଙ୍କାରୁ ଅଧିକ ଭଡ଼ା ନିଆଯାଇପାରିବ ନାହିଁ।

ସରକାରଙ୍କ ନିର୍ଦ୍ଦେଶ ପରେ ବିମାନ ଯାତ୍ରୀଙ୍କୁ ରିଫଣ୍ଡ ନେଇ ଇଣ୍ଡିଗୋ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀଙ୍କୁ ରିଫଣ୍ଡ ଅଟୋମେଟିକ ଭାବେ ମୂଳ ପେମେଣ୍ଟ ମାଧ୍ୟମରେ ଫେରିବ । ଡିସେମ୍ବର ୫ରୁ୧୫ ମଧ୍ୟରେ ଯାତ୍ରା ପାଇଁ ହୋଇଥିବା ସବୁ ବୁକିଂର କ୍ୟାନସଲ୍/ରି ସିଡ୍ୟୁଲ୍ ଫି ସମ୍ପୂର୍ଣ୍ଣ ଛାଡ଼ କରାଯିବ । ବ୍ୟାପକ ବିମାନ ଉଡ଼ାଣ ବାତିଲ ହେବା ପରେ ଭାରତୀୟ ରେଳବାଇ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ ବୃଦ୍ଧି କରିଛି, ଯାହା ସାରା ଦେଶରେ ୧୧୪ଟି ବର୍ଦ୍ଧିତ ଯାତ୍ରା ପରିଚାଳନା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored