Train Accident / ଛତିଶଗଡ଼ରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ: ୧୦ ମୃତ
·8 months ago·2 min read

Key Points
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା MEMU ଯାତ୍ରୀବାହୀ ଟ୍ରେନର ଏକ କୋଚ୍।
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା MEMU ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି।
ମାଲବାହୀ ଟ୍ରେନକୁ ଧକ୍କା ଦେଲା କୋରବା ପାସେଞ୍ଜର ଟ୍ରେନ। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ଏହାସହ ପଢ଼ନ୍ତୁ: ବାନୋ ଏବଂ କନରୱାନ ଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।
ଏହାସହ ପଢ଼ନ୍ତୁ: ବାହାନଗା ଟ୍ରେନ ଦୁର୍ଘଟଣା: ଆଜିବି ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ
ରେଳବାଇ କହିଛି ଯେ ଘଟଣାର କାରଣ ତଦନ୍ତ ପାଇଁ ଗଠନ କରାଯାଇଛି। ବୈଷୟିକ ବିଶେଷଜ୍ଞମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଷ୍ଟେସନ ଚାରିପାଖରେ ରେଳ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା, କିନ୍ତୁ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି।
ରେଳ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସାବଶେଷ ମଧ୍ୟରୁ ଜଣେ ଶିଶୁକୁ ନିରାପଦରେ ଉଦ୍ଧାର କରାଯାଇଛି। ଗମ୍ଭୀର ଆହତଙ୍କୁ ଟ୍ରେନ୍ ଭିତରେ ହିଁ ଡାକ୍ତରୀ ଚିକିତ୍ସା ଦିଆଯାଉଛି, କାରଣ ଧ୍ୱଂସାବଶେଷ ଯୋଗୁଁ ତୁରନ୍ତ ବାହାର କରିବା କଷ୍ଟସାଧ୍ୟ।
ଧକ୍କାରେ ଓଭରହେଡ୍ ବିଦ୍ୟୁତ୍ ତାର ଓ ସିଗନାଲିଙ୍ଗ୍ ସିଷ୍ଟମ୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ରେଳ ଯୋଗାଯୋଗ ବ୍ୟାହତ ହୋଇଛି। ଅନେକ ଏକ୍ସପ୍ରେସ୍ ଓ ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କିମ୍ବା ଡାଇଭର୍ଟ କରାଯାଇଛି। ଆଟକି ରହିଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ଯାତାୟତ ବ୍ୟବସ୍ଥା କରାଯାଉଛି। ଟେକ୍ନିକାଲ୍ ଟିମ୍ ରାତିଭର କାମ କରି ଟ୍ରାକ୍ ଓ ବିଦ୍ୟୁତ୍ ସିଷ୍ଟମ୍ ମରାମତି କରୁଛନ୍ତି।
ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ରିପୋର୍ଟରେ ସିଗନାଲିଙ୍ଗ୍ ଫେଲ୍ୟୁର୍ କିମ୍ବା ମାନବୀୟ ଭୁଲ୍ ସମ୍ଭାବନା ରହିଛି।
ହେଲ୍ପଲାଇନ୍ ନମ୍ବର:
ଚାମ୍ପା ଜଙ୍କସନ୍: ୭୭୫୨୪୮୫୬୫୨
ରାଇଗଡ଼: ୭୭୫୨୪୮୫୬୦
ପାଣ୍ଡ୍ରା ରୋଡ: ୭୭୫୨୪୮୫୬୨
ଘଟଣାସ୍ଥଳ: ୭୭୫୨୪୮୫୪୯୯, ୮୬୦୨୦୦୭୨୦୨

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories