National Constitution Day / ଆଜି ହେଉଛି ସମ୍ବିଧାନ ଦିବସ: ବିବିଧତା ମଧ୍ୟରେ ଏକତା ରଖିଥାଏ ସମ୍ବିଧାନ
·7 months ago·2 min read

Key Points
ଆଜି ହେଉଛି ସମ୍ବିଧାନ ଦିବସ ।
ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ କରାଯାଏ ।
ଦେଶର ଶାସନ ପାଇଁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ହେଉଛି । ୧୯୪୯ ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା । ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଗତ ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଥିଲା ।
ସେହି ଦିନଠାରୁ ପାଳନ ହେଉଛି ଜାତୀୟ ସମ୍ବିଧାନ ଦିବସ ।
ସମ୍ବିଧାନର ଇତିହାସ ଏବଂ ମହତ୍ତ୍ଵ କଥା ଯଦି କହିବା ତାହାଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର ୧୯୪୭ ମସିହାରରେ ସମ୍ବିଧାନ ଡ୍ରାଫ୍ଟ କମିଟିର ସଭାପତି ଭାବରେ ନିଯୁକ୍ତି ହୋଇଥିଲେ ଏବଂ ତାଙ୍କୁ ଭାରତର ସମ୍ବିଧାନ ଲେଖିବାର ଦାୟିତ୍ଵ ଦିଆଯାଇଥିଲା । ଆମେରିକା ଇତିହାସକାର ଗ୍ରୀନବିଲେ ସେଓ୍ବାର୍ଡ ଅଷ୍ଟିନ ଆମ୍ବେଦକରଙ୍କ ଦ୍ବାରା ଲେଖଯାଇଥିବା ସମ୍ବିଧାନକୁ ସର୍ବ ପ୍ରଥମେ ଏକ ସମ୍ବିଧାନିକ ଡକ୍ୟୁମେଣ୍ଟ କହିଥିଲେ ।
ଦେଶରେ ଶାସନ ପାଇଁ ସମ୍ବିଧାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଯାହା ସମସ୍ତଙ୍କ ଆଗ୍ରହ ଏବଂ ଆବଶ୍ୟକତା ଧ୍ୟାନରେ ରଖିବା ନିଶ୍ଚିତ କରିଥାଏ । ଭାରତ ଏକ ବିବିଧତାର ଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ବିଶାଳ ଦେଶରେ ବିଭିନ୍ନ ପ୍ରକାର ଭାଷା, ଉପଭାଷା, ପୋଷାକ, ଖାଦ୍ୟ ପାନୀୟ ଏବଂ ଅନ୍ୟାୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ର ବାନ୍ଧି ରଖିଥାଏ । ସମ୍ବିଧାନ ଦ୍ବାରା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରେ ଏବଂ ସେମାନଙ୍କୁ ସମାନ ନିୟମରେ ବାନ୍ଧି ରଖିଥାଏ ।
ସମ୍ବିଧାନ ସମ୍ପର୍କରେ କିଛି ତଥ୍ୟ
ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ସମୟ ଲାଗିଥିଲା ।
ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ।
ସମ୍ବିଧାନର ମୂଳ କପି ହାତରେ ଲେଖାଯାଇଥିଲା ।
ପ୍ରସିଦ୍ଧ ଲେଖକ ପ୍ରେମ ନାରାୟଣ ରାୟଜାଦା ସମ୍ବିଧାନର ମୂଳ କପି ପ୍ରସ୍ତୁତ କରିଥିଲେ ।
ସମ୍ବିଧାନର ମୂଳ ନକଲ ଗୁଡ଼ିକ ସଂସଦର ଲାଇବ୍ରେରୀରେ ସଂରକ୍ଷିତ ରହିଛି ।
ସମ୍ବିଧାନ ଡ୍ରାଫ୍ଟ କମିଟିରେ ଜବାହାରଲାଲ ନେହେରୁ, ସର୍ଦ୍ଦାର ବଲ୍ଲବଭାଇ ପଟେଲ୍, ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରମୁଖ ଥିଲେ ।
ଅଧିକ ପଢ଼ନ୍ତୁ ଭାରତ ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories