Delhi Blast / ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍, କରୁଛନ୍ତି ବଡ ବଡ କ୍ରାଇମ୍
·8 months ago·3 min read

Key Points
ଦିଲ୍ଲୀ ବିସ୍ଫୋରଣରେ ଟେଲିଗ୍ରାମ ଲିଙ୍କ୍
ଆତଙ୍କବାଦୀଙ୍କନୂଆ ସେପ୍ ଜୋନ୍
ଆତଙ୍କବାଦୀଙ୍କନୂଆ ସେପ୍ ଜୋନ୍
ମେସେଜିଂ ଆପରେ ହେଉଛି କ୍ରାଇମ୍। ଆପ୍ ମାଧ୍ୟମରେ ପ୍ଲାନ କରୁଛନ୍ତି ଆଉ ତାପରେ ଭିନ୍ନ ଭିନ୍ନ ସ୍ଥାନରେ ବ୍ଲାଷ୍ଟ କରୁଛନ୍ତି। ଦିଲ୍ଲୀ କାର ବିସ୍ଫୋରଣ ପରେ ଗୋଟେ ପରେ ଗୋଟେ ଖବର ସାମ୍ନାକୁ ଆସୁଛି। ଆଉ ନୂଆ ନୂଆ ତଥ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବଡ଼ ବିସ୍ଫୋରଣ ପଛର ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୁରା ନେଟୱର୍କ ସାମ୍ନାକୁ ଆସିଛି । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା । ଏହାକୁ ସଫଳ କରି ଦେଖାଇଦେଲେ।ଏଥିସହ ବିସ୍ଫୋରଣ ପୂର୍ବରୁ ହ୍ୟୁଣ୍ଡାଇ i20 କାର୍ଟି ଲାଲକିଲ୍ଲା ନିକଟ ମସଜିଦ୍ର ପାର୍କିଂରେ ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା । ଆଉ ବିସ୍ଫୋରଣର ମାତ୍ର କେଇ ମିନିଟ୍ ପୂର୍ବରୁ କାର୍ଟି ସୁନହେରି ମସଜିଦ୍ ଛାଡ଼ିଥିଲା ।
ଭୟଙ୍କର କାର୍ ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆପଣ ଜାଣନ୍ତି କି ବ୍ଳାଷ୍ଟ କରିଥିବା କାରଟି ସକାଳୁ ଦିଲ୍ଲୀରେ ପ୍ରବେଶ କରିଥିଲା, ଆଉ ସନ୍ଧ୍ୟାରେ ବ୍ଲାଷ୍ଟ କରିଥିଲା। ତେବେ ପାଖାପାଖି ୧୦ ଘଣ୍ଟା ୪୮ ମିନିଟ ଧରି କାରଟି କେଉଁଠି ଥିଲା ? ଦିଲ୍ଲୀ କାର୍ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଡାକ୍ତର ଉମର ମହମ୍ମଦ ଏକ ମୌଳବାଦୀ ଡାକ୍ତର ଗୋଷ୍ଠୀର ଅଂଶ ଥିଲେ, ଯିଏକି ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମରେ ସମନ୍ୱୟ ରକ୍ଷା କରୁଥିଲେ। ଟେଲିଗ୍ରାମର ନୀତି ଅନୁଯାୟୀ, ଯଦି କୋର୍ଟ ନିର୍ଦ୍ଦେଶ ଦିଅନ୍ତି ଯେ ଜଣେ ବ୍ୟକ୍ତି ଆତଙ୍କବାଦୀ, ତେବେ ତାଙ୍କର IP ଠିକଣା ଏବଂ ଫୋନ୍ ନମ୍ବର ପ୍ରକାଶ କରିବାକୁ କମ୍ପାନୀ ରାଜି ଅଛି, କିନ୍ତୁ କମ୍ପାନୀ ସୂଚନା ଦେଇଛି ଯେ “ଏପର୍ଯ୍ୟନ୍ତ ଏହା କେବେ ହୋଇନାହିଁ।”କମ୍ପାନୀର ମୁଖପାତ୍ର କହିଛନ୍ତି ଯେ ସେମାନେ ଉପଭୋକ୍ତାଙ୍କ ବିଷୟରେ ବହୁତ କମ୍ ତଥ୍ୟ ସଂରକ୍ଷଣ କରନ୍ତି ଏବଂ ଅଧିକାଂଶ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କୁ ଏହି ତଥ୍ୟ ଯୋଗାଇବା ସମ୍ଭବ ନୁହେଁ।
ଏହା ବି ପଢ଼ନ୍ତୁ: ସକାଳ ୮:୦୪ରେ ପ୍ରବେଶ, ସନ୍ଧ୍ୟା ୬ଟା ୫୨ରେ ବ୍ଲାଷ୍ଟ: ୧୦ ଘଣ୍ଟା ୪୮ ମିନିଟ୍ କେଉଁଠି ଥିଲା କାର୍
ଆଇଏସ୍ (IS) ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ଗୋଷ୍ଠୀମାନେ ନୂତନ ସଦସ୍ୟ ନିଯୁକ୍ତି, ପାଣ୍ଠି ସଂଗ୍ରହ ଏବଂ ହିଂସା ଉସକାଇବା ପାଇଁ ଏହି ଆପ୍ ବ୍ୟବହାର କରୁଛନ୍ତି। ନ୍ୟୁୟର୍କ ଟାଇମ୍ସର ଏକ ତଦନ୍ତରୁ ଜଣାପଡିଛି ଯେ ଟେଲିଗ୍ରାମର ଏହି ଗୋପନୀୟତା ବ୍ୟବସ୍ଥା ଅପରାଧୀ ଓ ଆତଙ୍କବାଦୀଙ୍କୁ ବ୍ୟାପକ ସ୍ତରରେ ସଂଗଠିତ ହେବା ପାଇଁ ସୁଯୋଗ ଦେଉଛି।୨୦୧୫ ରେ ଆତଙ୍କବାଦକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ କହିଥିଲେ ଯେ, ଆତଙ୍କବାଦ ଭଳି ଖରାପ ଘଟଣା ଘଟିବା ଆଶଙ୍କା ଠାରୁ ‘ଗୋପନୀୟତା ଅଧିକ ଗୁରୁତ୍ୱପୂର୍ଣ୍ଣ’। ତେବେ ପ୍ୟାରିସ୍ ଆକ୍ରମଣ (ଯେଉଁଥିରେ ଆତଙ୍କବାଦୀମାନେ ଟେଲିଗ୍ରାମ ବ୍ୟବହାର କରିଥିଲେ) ପରେ କମ୍ପାନୀ ISIS ଆକାଉଣ୍ଟ୍ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ କଡ଼ା ସୁରକ୍ଷା
ଦିଲ୍ଲୀ ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉମର ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଥିଲେ। ତାଙ୍କର ଦୁଇ ସହଯୋଗୀ (ଡାକ୍ତର) ଗିରଫ ହେବା ପରେ ସେ ଆତଙ୍କିତ ହୋଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିଲେ। ଏନକ୍ରିପ୍ଟେଡ୍ ସୁରକ୍ଷା ପାଇଁ ଜଣାଶୁଣା ଟେଲିଗ୍ରାମ, ସାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ, ଅପରାଧ, ମିଥ୍ୟା ସୂଚନା, ଶିଶୁ ଯୌନ ଶୋଷଣ ସାମଗ୍ରୀ ଏବଂ ଜାତିଗତ ଉତ୍ତେଜନାର କେନ୍ଦ୍ର ପାଲଟିଛି।
ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବଡ଼ ବିସ୍ଫୋରଣ ପଛର ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୁରା ନେଟୱର୍କ ସାମ୍ନାକୁ ଆସିଛି । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା । ଯେଉଁଥରେ ସହାରନପୁରୁ ଗିରଫ ହୋଇଥିବା ଅନନ୍ତନାଗର ଡାକ୍ତର ଆଦିଲ ଅହମଦ, ଫରିଦାବାଦରେ ବାରୁଦ ଏକାଠି କରିଥିବା ମୁଜମ୍ମିଲ ଶକୀଲ ଓ ତୃତୀୟ ଡାକ୍ତର ଉମର ମହମ୍ମଦ ସାମିଲ୍ । ବିସ୍ଫୋରଣ ଘଟାଇଥିବା କାର୍ରେ ଉମର ମହମ୍ମଦ ଥିବା ଆଶଙ୍କା କରାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories