Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / କଲେଜ ଲ୍ୟାବ୍‌ରୁ ରୁମ୍‌ ନମ୍ବର ୧୩କୁ ଆସୁଥିଲା ବିସ୍ଫୋରକ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
କଲେଜ ଲ୍ୟାବ୍‌ରୁ ରୁମ୍‌ ନମ୍ବର ୧୩କୁ ଆସୁଥିଲା ବିସ୍ଫୋରକ !

Key Points

ବିଶ୍ୱବିଦ୍ୟାଳୟରେ କାମ କରୁଥିବା କଶ୍ମୀରୀ ଡାକ୍ତର ନିସାର ଉଲ ହାସନ ବିସ୍ଫୋରଣ ଘଟଣା ପରଠାରୁ ଫେରାର ରହିଛି।

ଦିଲ୍ଲୀ ବିସ୍ଫୋରଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଜଣକ ପରେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରୁଛି NIA । ଯିଏ ବି ସେହି ଘଟଣାରେ ସମ୍ପୃକ୍ତ ବୋଲି ଜଣାପଡ଼ୁଛି, ତାକୁ ତୁରନ୍ତ ନିଜ ହେଫାଜତକୁ ନେଉଛି ତଦନ୍ତକାରୀ ସଂସ୍ଥା । ପ୍ରତିଦିନ ତଦନ୍ତକାରୀ ସଂସ୍ଥା ହାତରେ ନୂଆ ନୂଆ ସୁରାକ ଲାଗୁଛି । ସେପଟେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଜେରା କରୁଛି ଏଟିଏସ୍ । ଏସବୁ ଭିତରେ ଫରିଦାବାଦରେ ଥିବା ଫଲହ ୟୁନିଭର୍ସିଟି ଏବେ ବଡ଼ ବିବାଦରେ ପଡ଼ିଯାଇଛି । ଏହାର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମରେ ବିସ୍ଫୋରଣର ବ୍ଲୁ-ପ୍ରିଣ୍ଟ ଅଙ୍କା ଯାଇଥିବା କୁହାଯାଉଛି । ଏନେଇ ଏଟିଏସ ହାତରେ ଲାଗିଛି ପ୍ରମାଣ ।

ବାହାରକୁ ସାଧାରଣ ହଷ୍ଟେଲ ରୁମ ଭଳି ଦେଖାଯାଉଥିବା ଏହି ବିଲଡିଂରେ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ ହୋଇଥିବା ଡାକ୍ତରମାନେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଆତଙ୍କବାଦ ଚେର ପୋତିବାକୁ କରୁଥିଲେ ଷଡ଼ଯନ୍ତ୍ର। ବିସ୍ଫୋରଣ ପୂର୍ବରୁ ଅଲ ଫଲାହରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ସକିଲର ଦୁଇଟି ଭଡ଼ା ଘରୁ ମିଳିଥିଲା ୨୯୦୦ କେଜିର ବିସ୍ଫୋରକ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ମହିଳା ୱିଙ୍ଗ ଭାରତରେ ପ୍ରତିଷ୍ଠା କରିବାର ଦାୟିତ୍ୱ ପାଇଥିବା ଡାକ୍ତର ଶାହୀନ ଶାହିଦ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲା। ମୁଜାମିଲ ଓ ଶାହୀନକୁ ଗିରଫ କରାଯାଇଥିବା ବେଳେ ଉମର ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ସେହିପରି ବିଶ୍ୱବିଦ୍ୟାଳୟରେ କାମ କରୁଥିବା କଶ୍ମୀରୀ ଡାକ୍ତର ନିସାର ଉଲ ହାସନ ବିସ୍ଫୋରଣ ଘଟଣା ପରଠାରୁ ଫେରାର ରହିଛି।

ଏହି ପୁରା ଷଡଯନ୍ତ୍ରର ମୁଖ୍ୟ କିଏ, ତାହାର ଖୁଲାସା କରିଛି ଏଟିଏସ । ଆଶଙ୍କା କରାଯାଉଛି ଯେ, ଡାଃ ସାହିନ୍ ଅଂନସାରୀ ପାଖରେ ସମସ୍ତ ତଥ୍ୟ ଥିଲା । ତାକୁ ବିସ୍ଫୋରକ ସାମଗ୍ରୀ ସହ ଗିରଫ କରାଯାଇଥିଲା । ଆରମ୍ଭରେ ସେ କିଛି କହିନଥିଲା । କିନ୍ତୁ ପରେ ଧିରେ ଧିରେ ସେ ସତ କହିବା ଆରମ୍ଭ କରିଥିଲା । ସାହିନର ପିତା ଜଣେ ଅବସରପ୍ରାପ୍ତ ବନ କର୍ମଚାରୀ । ସେ କହିଛନ୍ତି ଯେ, ଦେଢ ବର୍ଷ ହେଲା ଝିଅ ପରିବାର ସହ ସମ୍ପର୍କ ରଖିନଥିଲେ । ତିନି ସନ୍ତାନ ମଧ୍ୟରୁ ସାହିନ ବହୁତ ସିଧାସାଧା ଥିଲା । କିନ୍ତୁ ୨୦୧୩ରେ ସେ ମେଡିକାଲ କଲେଜରୁ ଚାକିରି ଛାଡିଦେଇଥିଲା ।

ପ୍ରଥମେ କାନପୁରର ଏକ ହସ୍ପିଟାଲରେ ସେ ଆସିଷ୍ଟାଣ୍ଟ ପ୍ରଫେସର ଥିଲା । କିନ୍ତୁ ବିନା କୌଣସି ନୋଟିସରେ ଚାକିରି ଛାଡିଥିଲା । ଏହାପରେ ସେ ୨୦୧୫ରେ ମହାରାଷ୍ଟ୍ରର ଜାଫର ଖାନଙ୍କୁ ବିବାହ କରିଥିଲେ ମଧ୍ୟ ଏହା ବେଶି ଦିନ ଚାଲିନଥିଲା । ୨୦୨୧ରେ ଲଗାତାର ଅନୁପସ୍ଥିତି କାରଣରୁ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା । ପରେ ସେ ଫରିଦାବାଦ ଚାଲି ଯାଇଥିଲେ । ସେଠାରେ ତାଙ୍କର ଡାକ୍ତର ମୁଜମ୍ମିଲ୍ ସହ ଦେଖା ହୋଇଥିଲା । ଫଲହ ୟୁନିଭର୍ସିଟିରେ ଉଭୟ ମିଶି କାମ କରିଥିଲେ । ରୁମ ନମ୍ବର ୧୩ରେ ମିଳିଥିବା ଅନେକ କାଗଜପତ୍ରରେ ଆତଙ୍କବାଦୀ ଲିଙ୍କ ଓ ବିସ୍ଫୋରଣର ଗୁରୁତ୍ବପୂର୍ଣ୍ଣ ସୁରାକ ରହିଛି ।

ATSର କହିବାନୁସାରେ, ସାହିନଙ୍କ ଗିରଫଦାରୀ ପରେ ଭାଇ ପରଭେଜ ଉପରେ ସନ୍ଦେହ ବଢ଼ିଥିଲା । ତାଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଲାପଟପ୍ ସହ ମୋବାଇଲ ଏବଂ ପେନ୍ ଡ୍ରାଇଭ୍ ଜବତ କରାଯାଇଛି । ପରଭେଜ ବ୍ୟକ୍ତିଗତ କରାଣ ଦର୍ଶାଇ ମେଡିକାଲ କଲେଜରୁ ଇସ୍ତଫା ଦେଇଥିଲା । ଉଭୟ ମିଶି ବଡ଼ ମିଶନରେ କାମ କରୁଥିବା ଜଣାପଡିଛି ।

ଆତଙ୍କବାଦର ଠିକଣା ରୁମ ନମ୍ବର ୧୩

ହଷ୍ଟେଲ ବିଲଡିଂରେ ଥିବା ରୁମ ନମ୍ବର ୧୩ରେ ରହୁଥିଲା ଡାକ୍ତର ମୁଜାମିଲ। ତା’ ମୂଳଘର କଶ୍ମୀର ପୁଲୱାମାରେ। ଏହି ରୁମ ଭିତରେ ସେ ଅନ୍ୟ କଠୋରପନ୍ଥୀ ଡାକ୍ତରମାନଙ୍କୁ ଭେଟୁଥିଲା ଓ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କେମିତି ଏକକାଳୀନ ବିସ୍ଫୋରଣ କରାଯିବ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ବାସ୍ତବରେ ବାବ୍ରୀ ମସଜିଦ ଭଙ୍ଗା ଯିବାର ବର୍ଷପୂର୍ତ୍ତି ଅର୍ଥାତ ଡିସେମ୍ବର ୬ରେ ସିରିଜ ବିସ୍ଫୋରଣର ଯୋଜନା ରହିଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ଏପରି ଖୁଲାସା କରିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ କଠୋରପନ୍ଥୀ ଡାକ୍ତରମାନେ ରୁମ ନମ୍ବର ୧୩କୁ ସେମାନଙ୍କ ଆଡ୍ଡା ବନାଇ ଦେଇଥିଲେ। ଏଠାରେ ସେମାନେ ବିଶ୍ୱବିଦ୍ୟାଳୟର ଲ୍ୟାବରୁ କେମିତି କେମିକାଲ ସବୁ ହଷ୍ଟେଲ ରୁମକୁ ଆସିବ, ତା’ର ଆଲୋଚନା କରିଥିଲେ। ଘଟଣା ପରେ ପୋଲିସ୍‌ ରୁମକୁ ସିଲ କରିଛି। ରୁମରୁ ଏକାଧିକ ଡାଏରୀ, ବିଦ୍ୟୁତ ଉପକରଣ ଓ ପେନ ଡ୍ରାଇଭ ଜବତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast | Delhi Blast: What Happened In Faridabad University's Building 17, Room 13 | Argus News