Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Bomb Threat / ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ, କଡା ସୁରକ୍ଷାରେ ଦିଲ୍ଲୀ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ, କଡା ସୁରକ୍ଷାରେ ଦିଲ୍ଲୀ

Key Points

ଦିଲ୍ଲୀକୁ ଉଡାଇଦେବାକୁ ଧମକ
ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ
ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଗୋଟିଏ ଭୟ ନଯାଉଣୁ ପୁଣି ଆଉ ଏକ ଧମକ। ଦିଲ୍ଲୀ ବର୍ତ୍ତମାନ ଟାର୍ଗେଟରେ ରହିଛି। ବାରମ୍ୱାର ଦିଲ୍ଲୀକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଆସୁଛି। ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । କୋର୍ଟ ଏବଂ ସ୍କୁଲ୍ ପରିସରରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ବହୁ ସଂଖ୍ୟାରେ ପୁଲିସ ଏବଂ ବୋମା ନିରୋଧକ ତଥା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାକେତ କୋର୍ଟର ସମଗ୍ର ପରିସରକୁ ତୁରନ୍ତ ଖାଲି କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତର ଶୁଣାଣି ପୂର୍ବରୁ ପଟିଆଲା କୋର୍ଟକୁ ବୋମା ଧମକ

ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଧମକ ଦେଇଥିବା ବ୍ୟକ୍ତିର ଫୋନ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଛି । ଏହି ଘଟଣା ସକାଳ ପ୍ରାୟ ୯ଟା ସମୟରେ ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦିଲ୍ଲୀର ପ୍ରଶାନ୍ତ ବିହାର ଏବଂ ଦ୍ୱାରକାରେ ଥିବା ସିଆରପିଏଫ୍‌ ସ୍କୁଲଗୁଡ଼ିକୁ ଏକକାଳୀନ ଇ-ମେଲ୍ ମାଧ୍ୟମରେ ମଧ୍ୟ ବୋମା ଧମକ ମିଳିଥିଲା ।

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଏହି ଧମକ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ସେଥିପାଇଁ ଧମକ କଲ୍‌ ଆସିବା ପରେ ସିଆରପିଏଫ୍‌ ସ୍କୁଲର ସମସ୍ତ ପିଲାମାନଙ୍କୁ ଘରକୁ ପଠାଇଦିଆ ଯାଇଥିଲା । ରାଜଧାନୀ ଦିଲ୍ଲୀର ଅନେକ ସ୍ଥାନକୁ ହାଇଆର୍ଲଟ ଜାରି କରାଯାଇଛି।

ଗତ କିଛି ଦିନ ତଳେ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢ଼ି ୧୫ରେ ପହଞ୍ଚିଲାଣି। ଏହି ବିସ୍ଫୋରଣ ପଛରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୂରା ନେଟୱର୍କ ଥିଲା । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା । ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ମାମଲାରେ NIAକୁ ଆଉ ଏକ ସଫଳତା ମିଳିଛି । ଧରାପଡ଼ିଲା ଆତ୍ମଘାତୀ ବିସ୍ଫୋରଣ କରିଥିବା ଆତଙ୍କବାଦୀ ଡ. ଉମରର ସହଯୋଗୀ । ଶ୍ରୀନଗରରୁ ଉମରର ସହଯୋଗୀକୁ NIA ଗିରଫ କରିଛି । ତେବେ ରାଜଧାନୀ ଦିଲ୍ଲୀକୁ କଡା ସୁରକ୍ଷା ବଳୟରେ ରଖାଯାଇଛି। କେଉଁମାନେ ବାହାରୁ ଆସୁଛନ୍ତି, କିଏ ବାହାରକୁ ଯାଉଛନ୍ତି, ରେଲଓ୍ୱେ ଷ୍ଟେସନ, ଏୟାରପୋର୍ଟ, ବସ୍‌ ଷ୍ଟାଣ୍ଡ ଏଭଳି ଜନଗହଳି ପୂର୍ଣ୍ଣ ସ୍ଥାନକୁ କଡା ନଜର ରଖାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Bomb Threat | Multiple courts, CRPF schools in Delhi receive bomb threat | Argus News | Argus News