Flight Cancellation / ଘନ କୁହୁଡ଼ି ଯୋଗୁଁ ୧୨୯ଟି ବିମାନ ବାତିଲ

Key Points
ଘନ କୁହୁଡ଼ି ଯୋଗୁଁ କିଛି ଦେଖାଯାଉନଥିବାରୁ ପ୍ରାୟ ୧୨୯ଟି ବିମାନ ବାତିଲ ହୋଇଛି ।
ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ଏକ୍ୟୁଆଇ ୪୯୮ରେ ପହଞ୍ଚିଛି । ଆଉ ବର୍ତ୍ତମାନ କୁହୁଡ଼ି ସାଜିଛି ଆଉ ଏକ ବଡ଼ କାରଣ । ଘନ କୁହୁଡ଼ି ଯୋଗୁଁ ଯାନବାହାନ ସହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।
ଘନ କୁହୁଡ଼ି ଯୋଗୁଁ କିଛି ଦେଖାଯାଉନଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି, ଯାହା ଫଳରେ ପ୍ରାୟ ୧୨୯ଟି ବିମାନ ବାତିଲ ହୋଇଛି ।
ଅହୁରି ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ
ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବାରୁ ଶନିବାର ଦିଲ୍ଲୀ ବିମାନବନ୍ଦରରେ ୧୨୯ ବିମାନ ବାତିଲ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅତି କମ୍ରେ ୬୬ଟି ଆଗମନ ଓ ୬୩ଟି ପ୍ରସ୍ଥାନ ବାତିଲ କରାଯାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସମୟରେ ଦୃଶ୍ୟମାନତା କମ୍ ରହିବା ପରେ ବିମାନ ବାତିଲ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି। ସକାଳ ୧୧ଟାରେ ବିମାନବନ୍ଦରରେ ଦୃଶ୍ୟମାନତା ୫୦୦ ମିଟର ରେକର୍ଡ କରାଯାଇଥିଲା।
ପାଣିପାଗ ଏଜେନ୍ସି କହିଛି ଯେ, ରାତିରେ ମଧ୍ୟ ମଧ୍ୟମରୁ ଘନ କୁହୁଡ଼ି ହେବା ସମ୍ଭାବନା ରହିଛି। ଆଇଏମ୍ଡି ଏହାର ଦୈନିକ ବୁଲେଟିନରେ କହିଛି ଯେ, ଦିଲ୍ଲୀରେ ଆଂଶିକ ମେଘୁଆ ଆକାଶ ରହିବାର ସମ୍ଭାବନା ଅଛି, ଅନେକ ସ୍ଥାନରେ ସାମାନ୍ୟ କୁହୁଡ଼ି ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ରହିବ ।
ଏଥିସହ ପଢ଼ନ୍ତୁ: ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ତା’ପରେ ଘଟିଲା ଏମିତି...
ଏୟାର୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ମଧ୍ୟ ଏକ ପାଣିପାଗ ପରାମର୍ଶ ଜାରି କରି ଚେତାବନୀ ଦେଇଛି ଯେ, ଉତ୍ତର ଭାରତର କିଛି ଅଂଶରେ ଦୃଶ୍ୟମାନତା ହ୍ରାସ ପାଇ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇପାରେ। କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ରିଅଲ୍ ଟାଇମ୍ ଫ୍ଲାଇଟ୍ ଅପଡେଟ୍ ପାଇଁ ନିଜ ନିଜ ଏୟାରଲାଇନ୍ସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଅନୁରୋଧ କରିଛନ୍ତି। ଲଗାତାର କୁହୁଡ଼ି ମଧ୍ୟରେ ଦିଲ୍ଲୀ ବିମାନ ବନ୍ଦର ସମେତ ପ୍ରମୁଖ ବିମାନବନ୍ଦରଗୁଡ଼ିକରେ କମ୍ ଦୃଶ୍ୟମାନତା ପ୍ରକ୍ରିୟା ଲାଗୁ କରାଯାଇଛି।
📱 Get Argus News App
✨Related Topics
Explore more stories