Delhi Airport / ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳରେ ବାଧା ସୃଷ୍ଟି

Key Points
ପ୍ରଦୂଷଣ ସବୁ ସୀମା ଟପିଯାଇଛି ।
କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବିତ ହୋଇଛି
ଦେଶର ରାଜଧାନୀ ଦିଲ୍ଲୀ ଏବେ ଅଣନିଶ୍ଵାସୀ ହୋଇପଡ଼ିଛି । ପ୍ରଦୂଷଣ ସବୁ ସୀମା ଟପିଯାଇଛି । ରାଜଧାନୀରେ ଏବେ ବାୟୁ ଗୁଣବତ୍ତା ବିପଦ ସୀମା ଟପିଥିବା ବେଳେ ଦୃଶ୍ୟମାନ୍ୟତା ଶୂନ ହୋଇଯାଇଛି । ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ି ଯାନବାହାନ ସହ ବିମାନ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି ।
କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବିଳମ୍ବିତ ହୋଇଛି । ଘନ କୁହୁଡ଼ି ଯୋଗୁଁ ବିମାନ ଅବତରଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସକାଳ ୯ଟା ୩୦ ସୁଦ୍ଧା ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଛି ଏବଂ ୪ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଛି ।
Update issued at 0822 hours.
— Delhi Airport (@DelhiAirport) December 15, 2025
Kind attention to all flyers!#Fog #FogAlert #DelhiAirport pic.twitter.com/dnqMbSByI4
ଏହାକୁ ଦୃଷ୍ଟିରେ ରଖି, ଇଣ୍ଡିଗୋ, ସ୍ପାଇସଜେଟ୍ ଏବଂ ଏୟାର ଇଣ୍ଡିଆ ଆଡ୍ଭାଇଜରୀ ଜାରି କରିଛନ୍ତି। ତିନୋଟି ପ୍ରମୁଖ ବିମାନ କମ୍ପାନି ସେମାନଙ୍କ ଆଡ୍ଭାଇଜରୀରେ କହିଛନ୍ତି ଯେ, "କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆମେ ପାଗ ଉପରେ ନଜର ରଖିଛୁ ଏବଂ ସୁରକ୍ଷିତ ବିମାନ ଚଳାଚଳ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛୁ।" ଦିଲ୍ଲୀ ବିମାନବନ୍ଦର ବ୍ୟତୀତ, ଜୟପୁର, ହିଣ୍ଡନ ବିମାନବନ୍ଦର ଏବଂ ସିମଲା ସମେତ ଉତ୍ତର ଭାରତର ଅଧିକାଂଶ ବିମାନବନ୍ଦର କୁହୁଡ଼ି ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
#TravelAdvisory
— Air India (@airindia) December 15, 2025
Poor visibility due to dense fog is impacting flight operations in Delhi and parts of Northern India. Please check your flight status at: https://t.co/6ajUZVeeIM before heading to the airport.
ପାଣିପାଗ ବିଭାଗ କହିଛି ଯେ, ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ପୂର୍ବ ଉତ୍ତର ପ୍ରଦେଶ, ଉତ୍ତର ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି ।
ଏହା ଯୋଗୁଁ ରାସ୍ତାରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି।ସହରର ଅନେକ ପ୍ରମୁଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଗମ୍ଭୀର' ବର୍ଗରେ ପହଞ୍ଚିଛି, ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ଦିଲ୍ଲୀରେ ଅନେକ ସ୍ଥାନରେ AQI ୪୭୪ ପାର୍ କରିବା ପରେ ଏଠାରେ ବସବାସ କରୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories