Videos
|
National

Heartbreaking Tragedy / ପାଣିରେ ବୁଡ଼ୁଥିଲା କାର... ଧୀରେ ଧୀରେ ବନ୍ଦ ହେଉଥିଲା ନିଃଶ୍ବାସ...ମୃତ୍ୟୁ ପୂର୍ବରୁ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ ଫୋନ୍

Ritu Das
Browse all articles by Ritu Das
·6 months ago·2 min read
ପାଣିରେ ବୁଡ଼ୁଥିଲା କାର... ଧୀରେ ଧୀରେ ବନ୍ଦ ହେଉଥିଲା ନିଃଶ୍ବାସ...ମୃତ୍ୟୁ ପୂର୍ବରୁ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ ଫୋନ୍
india

Key Points

ବାପା ମୋତେ ଟିକେ ବଞ୍ଚେଇ ଦିଅ । ମୁଁ ପାଣି ଭିତରେ ଗାଡ଼ି ସହ ପଡ଼ି ଯାଇଛି । ଏତେ ଥଣ୍ଡା ଜମା ସହିପାରୁନି । ଆଉ ବୋଧେ ବଞ୍ଚିବିନି ଶୀଘ୍ର ଆସି ମୋତେ ଉଦ୍ଧାର କର ।
ବାପା ମୋତେ ଟିକେ ବଞ୍ଚେଇ ଦିଅ । ମୁଁ ପାଣି ଭିତରେ ଗାଡ଼ି ସହ ପଡ଼ି ଯାଇଛି । ଏତେ ଥଣ୍ଡା ଜମା ସହିପାରୁନି । ଆଉ ବୋଧେ ବଞ୍ଚିବିନି ଶୀଘ୍ର ଆସି ମୋତେ ଉଦ୍ଧାର କର । ଜଣେ ଇଞ୍ଜିନିୟର ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କୁ ଫୋନରେ ଏମିତି କହିଥିଲେ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ସେକ୍ଟର-୧୫୦ରୁ ଆସିଛି ଏଭଳି ଦୁଃଖଦ ଖବର । ରାସ୍ତା କଡ଼ରେ ରହିଥିବା ଏକ ଖାଲି ପ୍ଲଟରେ ପାଣି ଭିତରେ ଫସି ମୃତ୍ୟୁ ବରଣ କରିଥିବା ଯୁବ ଇଞ୍ଜିନିୟର ଖବର ଯିଏ କେହି ବି ଶୁଣୁଛି ଦୁଃଖ ପ୍ରକାଶ କରୁଛି। 

ଏହାସହ ପଢ଼ନ୍ତୁ: କଟା ପାଦ କାହାର ? ନଦୀ ପଠାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ; ଅଞ୍ଚଳରେ ଚାଞ୍ଚଲ୍ୟ

ମିଳିଥିବା ସୂଚନା ମୁତାବକ ଯୁବ ଇଞ୍ଜିନିୟର ଯୁବରାଜ ମେହେଟା ଗୁରୁଗ୍ରାମରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ନିଜର ଡ୍ୟୁଟି ସାରି ରାତିରେ ଘରକୁ ନିଜର କାର ଯୋଗେ ଫେରୁଥିଲେ । ଘନ କୁହୁଡ଼ି ଏପରି ହୋଇଥିଲା କି, ସେ ରାସ୍ତା କଡ଼ରେ ଥିବା ଡ୍ରେନକୁ ଉଠି ଖୋଲା ପ୍ଲଟରେ ଗାଡ଼ି ଭର୍ତ୍ତି କରି ଦେଇଥିଲେ । ଯେଉଁଠାରେ ଆବର୍ଜନା ଭର୍ତ୍ତି ରହିବା ସହ ପାଣି ରହିଥିଲା । ମାତ୍ର ସେ ଯେତେବେଳେ ଜାଣି ପାରିଥିଲେ ବାପାଙ୍କୁ ଫୋନ କରି ଜଣାଇଥିଲେ । ଏହାସହ ସେ ସେଠାରେ ପ୍ରବଳ ଜୋରରେ ଡାକିଥିଲେ । ମାତ୍ର କାହାକୁ ମଧ୍ୟ ଶୁଭିନଥିଲା ।

ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ମଧ୍ୟ ଖବର ପାଇ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ସବୁକିଛି ସରି ଯାଇଥିଲା । ଯୁବରାଜଙ୍କ ଜୀବନ ଦୀପ ଲିଭି ସାରିଥିଲା । ସେ ପଡ଼ିଥିବା ପ୍ଲଟରେ ୭୦ ଫୁଟରୁ ଅଧିକ ଗାତ ରହିଥିଲା । ଯେଉଁଠାରୁ କାରରୁ ବାହାରିବା କଷ୍ଟ । ଏହାସାଙ୍ଗକୁ ଶୀତ ରାତିରେ ପାଣି ଭିତରେ ସଂଘର୍ଷ କରିବା କଷ୍ଟକର । ତେବେ ପୂର୍ବରୁ ସେଠାରେ ସାଇନ୍ ବୋର୍ଡ ଲଗାଇବା ଏବଂ ସତର୍କତା ଲାଗି ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇଥିଲେ । ମାତ୍ର କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏବେ ଜୀବନ ଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ପଡ଼ିବାର ୫ ଘଣ୍ଟା ପରେ ଏନଡିଆରଏଫ ଟିମ୍ ତାଙ୍କ ମୃତଦେହ ସହ କାରକୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଏଠାରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: