Server Problems / ଫେସବୁକ୍ ଓ ଟ୍ୱିଟର ସର୍ଭର ଡାଉନ୍, କିଛି ହେଉନାହିଁ ଅପଲୋଡ୍
·7 months ago·2 min read

Key Points
ସର୍ଭର ଡାଉନ୍
କାମ କରୁନି ସୋସିଆଲ ମିଡିଆ ଆପ୍
କାମ କରୁନି ସୋସିଆଲ ମିଡିଆ ଆପ୍
କାମ କରୁନି ସୋସିଆଲ ମିଡିଆ ଆପ୍। କ୍ଲିକ କଲା ମାନେ ଲେଖୁଛି ୫୦୦। ଯାହା ଦ୍ୱାରା ୟୁଜର୍ସ ସମସ୍ୟାରେ ପଡ଼ିଛନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତାଙ୍କ ପାଇଁ X (ଟ୍ୱିଟର) ଫେସବୁକ୍ ସହିତ ଅନେକ ସୋସିଆଲ ମିଡିଆ ଆପ୍ ଡାଉନ ହୋଇଯାଇଛି। ଅନେକ ଉପଭୋକ୍ତା ସେହି ଆପ ଗୁଡିକ ବ୍ୟବହାର କରିବାରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି। ଅନେକ ପ୍ଲାଟଫର୍ମର ସର୍ଭରଗୁଡ଼ିକ CloudFlare ହୋଇଯାଇଛି। ଯାହା ସାଇବର କ୍ରାଇମରୁ ୱେବସାଇଟ୍ଗୁଡ଼ିକୁ ସୁରକ୍ଷା ଦେବା ଏବଂ କଣ୍ଟେଣ୍ଟକୁ ଶୀଘ୍ର ଲୋଡ୍ କରିବାରେ ସାହାଯ୍ୟ କରେ।।
X ବ୍ୟବହାର କରୁଥିବା ଉପଭୋକ୍ତାମାନେ ରିପୋର୍ଟ କରିଛନ୍ତି ଯେ, ସେମାନେ ଆପ୍ କୁ ଠିକ୍ ଭାବରେ ଆକ୍ସେସ୍ କରିପାରୁ ନାହାଁନ୍ତି କିମ୍ବା ବିଷୟବସ୍ତୁ ଦେଖି ପାରୁନାହାଁନ୍ତି। ଏହି ଡାଉନଟାଇମ୍ ଯୋଗୁଁ, ବ୍ୟବହାରକାରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କ୍ଲାଉଡଫ୍ଲେୟାରର ଡାଉନିଂ ଇଣ୍ଟରନେଟର ଏକ ବଡ଼ ଅଂଶକୁ ପ୍ରଭାବିତ କରିଛି। କାରଣ ଏହା ୱେବସାଇଟ୍ଗୁଡ଼ିକୁ ସୁରକ୍ଷିତ ଏବଂ ଦ୍ରୁତ ରଖିବା ପାଇଁ ଏକ ଅଗ୍ରଣୀ ସେବା ପ୍ରଦାନକାରୀ। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉପଭୋକ୍ତାମାନେ ଦାବି କରୁଛନ୍ତି।
କ୍ଲାଉଡଫ୍ଲେୟାରର ମୁଖ୍ୟ କାରଣ:
କ୍ଲାଉଡଫ୍ଲେୟାରରେ ସର୍ଭର ହୋଷ୍ଟ ହେବା ଯୋଗୁଁ ଅନେକ ସୋସିଆଲ ମିଡିଆ ସାଇଟ୍ ଏବଂ ଆପ୍ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । କ୍ଲାଉଡଫ୍ଲେୟାର ଏକ ଡୋମେନ୍ ନେମ୍ ସର୍ଭର (DNS) ଏବଂ ୱେବସାଇଟ୍ ପାଇଁ ଏକ ଡାଇରେକ୍ଟ କାର୍ଯ୍ୟ କରେ। ଇଣ୍ଟରନେଟ୍ ବ୍ୟବହାର କରିବା ସମୟରେ, କିଛି ୱେବସାଇଟ୍ ଆକ୍ସେସ୍ କରିବା ସମୟରେ ଉପଭୋକ୍ତାମାନେ ତ୍ରୁଟି କୋଡ୍ 500 ଦେଖୁଛନ୍ତି। ଏହି କୋଡ୍ ସିଧାସଳଖ ସର୍ଭର କିମ୍ବା ୱେବସାଇଟର କୋର୍ଡରେ ଥିବା ସମସ୍ୟାକୁ ସୂଚିତ କରେ।
ସୂଚନାନୁସାରେ, କ୍ଲାଉଡଫ୍ଲେୟାର ଏହି ଯାନ୍ତ୍ରିକ ତ୍ରୁଟି ବିଷୟରେ ଅବଗତ, ଯାହା ଯୋଗୁଁ ଅନେକ ୱେବସାଇଟ୍ ପ୍ରଭାବିତ ହୋଇଛି। କ୍ଲାଉଡଫ୍ଲେୟାର ଆହୁରି କହିଛନ୍ତି, "ଅଧିକ ସୂଚନା ଉପଲବ୍ଧ ହେବା ପରେ ଆହୁରି ଅପଡେଟ୍ ପ୍ରଦାନ କରାଯିବ।"କ୍ଲାଉଡଫ୍ଲେୟାର ସେବା ବ୍ୟବହାର କରି ୱେବସାଇଟ୍ ଆକ୍ସେସ୍ କରିବାକୁ ଚେଷ୍ଟା କରୁଥିବା ଉପଭୋକ୍ତାମାନଙ୍କୁ ଏହି ମେସେଜ୍ ଦେଖାଯାଇଥିଲା, "କ୍ଲାଉଡଫ୍ଲେୟାରର ନେଟୱାର୍କରେ ଏକ ଆଭ୍ୟନ୍ତରୀଣ ସର୍ଭର ତ୍ରୁଟି ଅଛି। ଦୟାକରି କିଛି ମିନିଟ୍ ପରେ ପୁଣି ଚେଷ୍ଟା କରନ୍ତୁ।" ରିପୋର୍ଟ ଅନୁଯାୟୀ, ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ବିଭ୍ରାଟ ଆରମ୍ଭ ହୋଇଥିଲା। କ୍ଲାଉଡଫ୍ଲେୟାର ବର୍ତ୍ତମାନ ଏହି ସମସ୍ୟାର ତଦନ୍ତ କରୁଛି। ଖୁବଶୀଘ୍ର ଏହା ଠିକ ହୋଇଯିବ ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories