Fake Cough Syrup / ନକଲି କଫ୍ ସିରପ୍ ଖାଇ ୧୧ ଶିଶୁଙ୍କ ମୃତ୍ୟୁ

Key Points
ନକଲି କଫ୍ ସିରପ୍ ଖାଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ କପ ସିରପ୍ରେ ସେଭଳି କ୍ଷତିକାରକ ଉପାଦାନ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି।
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନକଲି କଫ୍ ସିରପ୍ ଖାଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ କପ ସିରପ୍ରେ ସେଭଳି କ୍ଷତିକାରକ ଉପାଦାନ ନ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହ ସତ୍ତ୍ୱେ କେନ୍ଦ୍ର ସରକାର ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରି ଛୋଟ ପିଲାମାନଙ୍କ ପାଇଁ କଫ୍ ସିରପ୍ର ତର୍କସଙ୍ଗତ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନ ଦେବା ଏବଂ ୫ ବର୍ଷରୁ କମ୍ ବୟସର ପଲାଙ୍କୁ କଫ୍ ସିରପ୍ ଖାଇବାକୁ ସାଧାରଣ ଭାବେ ପରାମର୍ଶ ନ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ମଧ୍ୟପ୍ରଦେଶର ଛିନ୍ଦାଓ୍ବାରରେ କଫ୍ ସିରପ୍ ଖାଇଥିବା ୯ ଜଣ ଶିଶୁଙ୍କ ଠାରେ କିଡ୍ନୀଜନିତ ଜଟିଳତା ଦେଖାଦେବା ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ତେବେ କଫ୍ ସିରପ୍ ନମୁନା ପରୀକ୍ଷାରୁ ସେଥିରେ ଡାଇଇଥାଇଲିନ୍ ଗ୍ଲାଇକୋଲ (ଡିଇଜି) କିମ୍ବା ଇଥାଇଲିନ୍ ଗ୍ଲାଇକୋଲ (ଇଜି) ନ ଥିବା ଜଣାପଡ଼ିଛି। ଏହି ଉପାଦାନ କିଡ୍ନୀକୁ ଗୁରୁତର କ୍ଷତି ପହଞ୍ଚାଇଥାଏ। ସେହିପରି ରାଜସ୍ଥାନରେ ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ନମୁନା ପରୀକ୍ଷାରୁ ପ୍ରୋପାଇଲିନ୍ ଗ୍ଲାଇକୋଲ୍ ମିଳିନାହଁ, ଯାହାକି ଡିଇଜି କିମ୍ବା ଇଜିର ସମ୍ଭାବ୍ୟ ଉତ୍ସ ହୋଇପାରେ।
ଏଥିସହ ପଢ଼ନ୍ତୁ: ନବବଧୂଙ୍କ ଖଟ ଭିତରୁ ବାହାରିଲା ପ୍ରେମିକ, ତା' ପରେ...
📱 Get Argus News App
✨ତେବେ ଉକ୍ତ ଉତ୍ପାଦଗୁଡ଼ିକ ଡିକ୍ଟ୍ରୋମେଥୋର୍ଫାନ୍ ଆଧାରିତ ଫର୍ମୁଲା, ଯାହା ଶିଶୁମାନଙ୍କ ବ୍ୟବହାର ପାଇଁ ସୁପାରିସ କରାଯାଇ ନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରିକରି ଶିଶୁମାନଙ୍କ କ୍ଷେତ୍ରରେ କଫ୍ ସିରପ୍ର ବ୍ୟବହାର ସୀମିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଶିଶୁରୋଗ ବିଭାଗ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡ. ପଓ୍ବନ ନନ୍ଦୁର୍କର କହିଛନ୍ତି, ମଧ୍ୟପ୍ରଦେଶରେ ୯ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ସେମାନେ କାଶ ପାଇଁ ବ୍ୟବହୃତ କୋଲ୍ଡରିଫ୍ ସିରପ୍ ଖାଇଥିଲେ। ଏବେ ଉକ୍ତ ସିରପ୍କୁ ସମସ୍ତେ ଦୋଷ ଦେଉଛନ୍ତି। ଏହା ଉପରେ ତଦନ୍ତ ଚାଲିଥିବାବେଳେ କିଡ୍ନୀ କ୍ଷତ ଅନ୍ୟ କେତେକ କାରଣରୁ ହୋଇଥାଇପାରେ ବୋଲି ସେ କହିଛନ୍ତି।
କୋଲ୍ଡରିଫ୍ ଏବଂ ନେଷ୍ଟୋ ଡିଏସ୍ କଫ୍ ସିରପ୍ ବିକ୍ରିକୁ ଜିଲା ପ୍ରଶାସନ ବନ୍ଦ ରଖିଥିବାବେଳେ ପରୀକ୍ଷା ରିପୋର୍ଟରେ ଉକ୍ତ ସିରପ୍ରେ କ୍ଷତିକାରକ ଉପାଦାନ ନ ଥିବା ସ୍ପଷ୍ଟ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନର ବୈଜ୍ଞାନିକ ଏବଂ ମଧ୍ୟପ୍ରଦେଶର ଅନ୍ୟ ସଂସ୍ଥାଗୁଡ଼ିକ କଫ୍ ସିରଫ ନମୁନା ସଂଗ୍ରହ କରି ତାହାର ପରୀକ୍ଷା କରିଥିଲେ।
Related Topics
Explore more stories