Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୫୦ ଲକ୍ଷ ଜିତିବା ପରେ KBCକୁ ନେଇ ବଡ଼ କଥା କହିଲେ ଚାଷୀ

National

KBC / ୫୦ ଲକ୍ଷ ଜିତିବା ପରେ KBCକୁ ନେଇ ବଡ଼ କଥା କହିଲେ ଚାଷୀ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
୫୦ ଲକ୍ଷ ଜିତିବା ପରେ KBCକୁ ନେଇ ବଡ଼ କଥା କହିଲେ ଚାଷୀ

Key Points

କୁନ୍ତେୱାରଙ୍କ ପାଖରେ ମାତ୍ର ଦୁଇ ଏକର ଜମି ଥିବା ବେଳେ ସେ ତାଙ୍କ ପିତାମାତା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି।

ଚାଷୀ ପାଇଲେ ୫୦ ଲକ୍ଷ ଟଙ୍କା । ମେଗାଷ୍ଟାର୍‌ ଅମିତାଭ୍‌ ବଚ୍ଚନଙ୍କ କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡପତି’କୁ କିଏ ବା ଜାଣିନି । ସାରା ଦେଶରେ ଏହି ଶୋ' ଖୁବ୍ ପପୁଲାର । ଏହି ଶୋ'ର ନିନ୍ଦୁକ ନାହାନ୍ତି କହିଲେ ଭୁଲ ହେବ ନାହିଁ । ଏଠାରେ ବେଳେ ବେଳେ ଏମିତି କିଛି ଘଟେ ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଠିକ୍‌ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଚାଷୀ କୌନ ବନେଗା କରୋଡ୍‌ପତିର ହଟ୍‌ ସିଟ୍‌ରେ ବସିବାକୁ ସୁଯୋଗ ପାଇଛନ୍ତି । ଖାଲି ସେତିକି ନୁହେଁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି ।

ଯେଉଁ ସିଟ୍‌ରେ ବସିବା ପାଇଁ ଦେଶର ବଡ଼ ବଡ଼ ଲୋକ ଚାହାନ୍ତି, ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ଅନେକ ଚେଷ୍ଟା କରି ବି ବିଫଳ ହୁଅନ୍ତି । ସେହି ସିଟ୍‌ରେ ବସି ବିଗ୍‌ ବି'ଙ୍କ ସହ କଥା ହୋଇଛନ୍ତି ଜଣେ ଚାଷୀ । ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ପାଇଥାନ ସହରର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି।

କୁନ୍ତେୱାରଙ୍କ ପାଖରେ ମାତ୍ର ଦୁଇ ଏକର ଜମି ଥିବା ବେଳେ ସେ ତାଙ୍କ ପିତାମାତା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି। ବର୍ଷ ବର୍ଷ ଧରି ସେ ମରୁଡ଼ି, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ବେଳେ ନିଜ ପେଟ ପୋଷିବା ପାଇଁ ସେ ଅନ୍ୟ ଲୋକଙ୍କ କ୍ଷେତରେ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ଏତେ କଷ୍ଟ ପରେ ବି ସେ କେବିସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଓ ତାଙ୍କ କଠିନ ପରିଶ୍ରମ ତାଙ୍କୁ ସୁଫଳ ଦେଇଛି।

ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ କୁନ୍ତେୱାର କହିଛନ୍ତି, ‘‘୫୦ ଲକ୍ଷ ଟଙ୍କା ଜିତିବାର ଆନନ୍ଦ ଶବ୍ଦ ବାହାରେ। ଆମ ପରି ଲୋକଙ୍କ ପାଇଁ, ଏତେ ପରିମାଣର ରାଶି ବିଷୟରେ ଶୁଣିବା ମଧ୍ୟ ଅବିଶ୍ୱସନୀୟ ଲାଗେ।" ୫୦ ଲକ୍ଷ ଟଙ୍କା ଜିତିବା ପରେ ସେ ତାଙ୍କ କେବିସି ଯାତ୍ରା ବିଷୟରେ ମନେ ପକାଇଛନ୍ତି। ତାଙ୍କର ଯାତ୍ରା ୨୦୧୫ରେ ଆରମ୍ଭ ହୋଇଥିଲା। ଯେତେବେଳେ ସେ ତାଙ୍କର ପ୍ରଥମ ମୋବାଇଲ୍ ଫୋନ୍ କିଣିଥିଲେ।

ସେ କୁହନ୍ତି, "ମୁଁ ପିଲାଦିନରୁ ପାଠପଢ଼ାରେ ଭଲ ଥିଲି ଏବଂ ମୁଁ ଯାହା ପଢ଼ିଥିଲି କିମ୍ବା ଶୁଣିଥିଲି ତାହା ସବୁ ମନେ ରଖିବାର ଅଭ୍ୟାସ ମୋର ଥିଲା। ୨୦୧୫ ମସିହାରେ ମୁଁ ଏକ ମୋବାଇଲ୍ ଫୋନ୍ କିଣିଥିଲି ଏବଂ ୟୁଟ୍ୟୁବରେ କେବିସି ଏପିସୋଡ୍ ଦେଖିବା ଆରମ୍ଭ କରିଥିଲି। ପ୍ରଥମେ, ମୁଁ ଭାବୁଥିଲି ଏହା କେବଳ ମନୋରଞ୍ଜନ ପାଇଁ। ମୁଁ ଭାବୁ ନଥିଲି ଯେ ପ୍ରଶ୍ନର ଉତ୍ତର ଦେଇ କେହି ଟଙ୍କା ରୋଜଗାର କରିପାରିବେ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
KBC | Farmer Wins Rs 50 Lakh On KBC. He Had Been Preparing Since 2018 | Argus News