Putin Modi Meeting / ପୁଟିନଙ୍କ ଭାରତ ଗସ୍ତକୁ ନେଇ କ'ଣ କହୁଛନ୍ତି ବିଦେଶୀ ଗଣମାଧ୍ୟମ ?
·7 months ago·2 min read

Key Points
ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଭିତରେ ଏହା ହେଉଛି ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ଯାହାକୁ ବିଦେଶୀ ଗଣମାଧ୍ୟମ 'ଟ୍ରମ୍ପ ବନାମ ମୋଦି-ପୁଟିନ୍' ଯୁଦ୍ଧ ଭାବେ ଦେଖୁଛନ୍ତି ।
ନୂଆଦିଲ୍ଲୀ: ଭାରତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ସନ୍ଧ୍ୟାରେ ପୁଟିନ ଭାରତ ପହଞ୍ଚିବା ସହ ସାରା ବିଶ୍ଵର ନଜର ରହିଛି ନୂଆଦିଲ୍ଲୀ ଉପରେ । ପୁଟିନଙ୍କ ଭାରତ ଗସ୍ତ କେବଳ ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ୍ ହେବାର ପ୍ରତୀକ ନୁହେଁ ବରଂ ଭୂ-ରାଜନୈତିକ ସ୍ଥିତିରେ ଭାରତ ସ୍ଵତନ୍ତ୍ର ବିଦେଶ ନୀତିର ଏକ ସଶକ୍ତ ବାର୍ତ୍ତା ।
ଋଷ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ଵେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରେ ପୁଟିନଙ୍କୁ ବ୍ୟକ୍ତିଗତ ସ୍ଵାଗତ କରିଛନ୍ତି । କାନ୍ଧରେ କାନ୍ଧ ମିଳାଇ ପୁରୁଣା ବନ୍ଧୁତ୍ଵର ସ୍ମୃତିକୁ ଆହୁରି ତାଜା କରିଛନ୍ତି ।
ଋଷ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ବିମାନବନ୍ଦରରେ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଭିତରେ ଏହା ହେଉଛି ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ଯାହାକୁ ବିଦେଶୀ ଗଣମାଧ୍ୟମ 'ଟ୍ରମ୍ପ ବନାମ ମୋଦି-ପୁଟିନ୍' ଯୁଦ୍ଧ ଭାବେ ଦେଖୁଛନ୍ତି । ଆସନ୍ତୁ ନଜର ପକାଇବା ବିଦେଶୀ ଗଣମାଧ୍ୟମ ମୋଦି-ପୁଟିନଙ୍କ ବନ୍ଧୁତ୍ଵାକୁ କେଉଁ ଭଳି ପରିବେଷଣ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ମୋଦିଙ୍କୁ ପାଇ ଭାରତ ଭାଗ୍ୟବାନ: ଇଣ୍ଟରଭ୍ୟୁରେ ଅଜସ୍ର ପ୍ରଶଂସା କଲେ ପୁଟିନ୍
ବନ୍ଧୁତ୍ଵର ନୂଆ ଅଧ୍ୟାୟ
ଗୁରୁବାର ସନ୍ଧ୍ୟାରେ ପୁଟିନ ପଲମ ବିମାନବନ୍ଦରରେ ଓହ୍ଲାଇଥିଲେ । ସେତେବେଳେ ପ୍ରୋଟୋକଲ୍ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦି ନିଜେ ପୁଟିନଙ୍କ ସ୍ଵାଗତ କରିଥିଲେ । ଦୁଇ ନେତା ଗୋଟିଏ କାର୍ରେ ବସି ପହଞ୍ଚିଥିଲେ ଲୋକ କଲ୍ୟାଣ ମାର୍ଗ । ଏହା ହେଉଛି ସେହି 'ଲିମୋ ଡିପ୍ଲୋମାସି', ଯାହା ୨୦୨୫ ସେପ୍ଟେମ୍ବରରେ SCO ସମ୍ମିଳନୀରେ ଦେଖିବାକୁ ମିଳିଥିଲା । ଏହାକୁ ନ୍ୟୁୟର୍କ ଟାଇମ୍ସ ମୋଦି-ପୁଟିନଙ୍କ ବ୍ୟକ୍ତିଗତ ସମ୍ପର୍କର ମଜଭୁତ୍ ପ୍ରତୀକ କହିଛି । ସେହିଭଳି ବିବିସି ଏହାକୁ 'ଶୀତଳ ଯୁଦ୍ଧର ପୁରୁଣା ବନ୍ଧୁତାର ପୁନରୁଦ୍ଧାର' କହିଛି ।
ଆମେରିକାର ପ୍ରମୁଖ ଗଣମାଧ୍ୟମ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀ ପହଞ୍ଚିବାକୁ ଭାରତର ବିଦେଶ ନୀତିର ଏକ ମହତ୍ତ୍ଵପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖୁଛି । ଏକାଧିକ ରିପୋର୍ଟରେ କୁହାଯାଉଛି, "ଟ୍ରମ୍ପଙ୍କ ଚାପର ପ୍ରଭାବ ଭାରତ ଉପରେ ନାହିଁ ।"
କ'ଣ ଲେଖିଛି ବ୍ଲୁମବର୍ଗ ?
ଆମେରିକାର ଅଗ୍ରଣୀ ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ଲେଖିଛି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଚାପକୁ ସମ୍ପୂର୍ଣ୍ଣ ଅଣଦେଖା କରି ଋଷ ରାଷ୍ଟ୍ରପତିଙ୍କୁ ରାଜକୀୟ ଢଙ୍ଗରେ ସ୍ଵାଗତ କରିଛନ୍ତି । ଏହାଦ୍ଵାରା ଭାରତ-ଋଷର ସମ୍ପର୍କ ନୂଆ ଶିଖରରେ ପହଞ୍ଚିଛି ।"
ଏଥିସହ ପଢ଼ନ୍ତୁ: ସାରା ବିଶ୍ବରେ ମୋଦି-ପୁଟିନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା: ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ
ୱାଶିଂଟନ୍ ପୋଷ୍ଟ କ'ଣ ଲେଖିଲା ?
ଦ ୱାଶିଂଟନ୍ ପୋଷ୍ଟ ଲେଖିଛି, "ପୁଟିନ୍ଙ୍କ ଭାରତ ଗସ୍ତ ପିଏମ୍ ମୋଦିଙ୍କ ପାଇଁ ଏକ ସୂକ୍ଷ୍ମ କୂଟନୀତିକ ଆହ୍ଵାନ ନେଇ ଆସିଛି । ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ଆମେରିକା ଦଣ୍ଡିତ କରୁଥିବା ବେଳେ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ସହ ଭରସା କାଏମ ରଖିବାର ଅଛି ।"
ବ୍ୟକ୍ତିଗତ ସମ୍ପର୍କର ସଂକେତ: ଦ ନ୍ୟୁୟର୍କ ଟାଇମ୍ସ
ବିମାନବନ୍ଦରରେ ପୁଟିନଙ୍କୁ ପିଏମ୍ ମୋଦି ସ୍ଵାଗତ କରିବାକୁ ବେଶୀ ଗୁରୁତ୍ଵ ଦେଇଛି ଦ ନ୍ୟୁୟର୍କ ଟାଇମ୍ସ । ଲେଖିଛି, "ଏହି ପଦକ୍ଷେପ ଦୁଇ ଦେଶର ନେତାଙ୍କ ଗଭୀର ବ୍ୟକ୍ତିଗତ ସମ୍ପର୍କକୁ ଦର୍ଶାଉଛି । ଯେତେବେଳେ କି ଭୂ-ରାଜନୈତିକ ସ୍ଥିତି ଏବେ ଉତ୍ତେଜନା ପୂର୍ଣ୍ଣ ଅଛି ।"

Подарил Президенту Путину экземпляр Бхагавад-гиты на русском языке. Учения Гиты вдохновляют миллионы людей по всему миру.@KremlinRussia_E pic.twitter.com/vQWG75l5IE
— Narendra Modi (@narendramodi) December 5, 2025
ଋଷ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ବିମାନବନ୍ଦରରେ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଭିତରେ ଏହା ହେଉଛି ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ଯାହାକୁ ବିଦେଶୀ ଗଣମାଧ୍ୟମ 'ଟ୍ରମ୍ପ ବନାମ ମୋଦି-ପୁଟିନ୍' ଯୁଦ୍ଧ ଭାବେ ଦେଖୁଛନ୍ତି । ଆସନ୍ତୁ ନଜର ପକାଇବା ବିଦେଶୀ ଗଣମାଧ୍ୟମ ମୋଦି-ପୁଟିନଙ୍କ ବନ୍ଧୁତ୍ଵାକୁ କେଉଁ ଭଳି ପରିବେଷଣ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ମୋଦିଙ୍କୁ ପାଇ ଭାରତ ଭାଗ୍ୟବାନ: ଇଣ୍ଟରଭ୍ୟୁରେ ଅଜସ୍ର ପ୍ରଶଂସା କଲେ ପୁଟିନ୍
ବନ୍ଧୁତ୍ଵର ନୂଆ ଅଧ୍ୟାୟ
ଗୁରୁବାର ସନ୍ଧ୍ୟାରେ ପୁଟିନ ପଲମ ବିମାନବନ୍ଦରରେ ଓହ୍ଲାଇଥିଲେ । ସେତେବେଳେ ପ୍ରୋଟୋକଲ୍ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦି ନିଜେ ପୁଟିନଙ୍କ ସ୍ଵାଗତ କରିଥିଲେ । ଦୁଇ ନେତା ଗୋଟିଏ କାର୍ରେ ବସି ପହଞ୍ଚିଥିଲେ ଲୋକ କଲ୍ୟାଣ ମାର୍ଗ । ଏହା ହେଉଛି ସେହି 'ଲିମୋ ଡିପ୍ଲୋମାସି', ଯାହା ୨୦୨୫ ସେପ୍ଟେମ୍ବରରେ SCO ସମ୍ମିଳନୀରେ ଦେଖିବାକୁ ମିଳିଥିଲା । ଏହାକୁ ନ୍ୟୁୟର୍କ ଟାଇମ୍ସ ମୋଦି-ପୁଟିନଙ୍କ ବ୍ୟକ୍ତିଗତ ସମ୍ପର୍କର ମଜଭୁତ୍ ପ୍ରତୀକ କହିଛି । ସେହିଭଳି ବିବିସି ଏହାକୁ 'ଶୀତଳ ଯୁଦ୍ଧର ପୁରୁଣା ବନ୍ଧୁତାର ପୁନରୁଦ୍ଧାର' କହିଛି ।
Поприветствовал моего друга, Президента Путина, на Лок Калян Марг, 7.@KremlinRussia_E pic.twitter.com/ntvgFeVdFY
— Narendra Modi (@narendramodi) December 4, 2025
ଆମେରିକାର ପ୍ରମୁଖ ଗଣମାଧ୍ୟମ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀ ପହଞ୍ଚିବାକୁ ଭାରତର ବିଦେଶ ନୀତିର ଏକ ମହତ୍ତ୍ଵପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖୁଛି । ଏକାଧିକ ରିପୋର୍ଟରେ କୁହାଯାଉଛି, "ଟ୍ରମ୍ପଙ୍କ ଚାପର ପ୍ରଭାବ ଭାରତ ଉପରେ ନାହିଁ ।"
କ'ଣ ଲେଖିଛି ବ୍ଲୁମବର୍ଗ ?
ଆମେରିକାର ଅଗ୍ରଣୀ ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ଲେଖିଛି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଚାପକୁ ସମ୍ପୂର୍ଣ୍ଣ ଅଣଦେଖା କରି ଋଷ ରାଷ୍ଟ୍ରପତିଙ୍କୁ ରାଜକୀୟ ଢଙ୍ଗରେ ସ୍ଵାଗତ କରିଛନ୍ତି । ଏହାଦ୍ଵାରା ଭାରତ-ଋଷର ସମ୍ପର୍କ ନୂଆ ଶିଖରରେ ପହଞ୍ଚିଛି ।"
ଏଥିସହ ପଢ଼ନ୍ତୁ: ସାରା ବିଶ୍ବରେ ମୋଦି-ପୁଟିନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା: ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ
ୱାଶିଂଟନ୍ ପୋଷ୍ଟ କ'ଣ ଲେଖିଲା ?
ଦ ୱାଶିଂଟନ୍ ପୋଷ୍ଟ ଲେଖିଛି, "ପୁଟିନ୍ଙ୍କ ଭାରତ ଗସ୍ତ ପିଏମ୍ ମୋଦିଙ୍କ ପାଇଁ ଏକ ସୂକ୍ଷ୍ମ କୂଟନୀତିକ ଆହ୍ଵାନ ନେଇ ଆସିଛି । ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ଆମେରିକା ଦଣ୍ଡିତ କରୁଥିବା ବେଳେ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ସହ ଭରସା କାଏମ ରଖିବାର ଅଛି ।"
ବ୍ୟକ୍ତିଗତ ସମ୍ପର୍କର ସଂକେତ: ଦ ନ୍ୟୁୟର୍କ ଟାଇମ୍ସ
ବିମାନବନ୍ଦରରେ ପୁଟିନଙ୍କୁ ପିଏମ୍ ମୋଦି ସ୍ଵାଗତ କରିବାକୁ ବେଶୀ ଗୁରୁତ୍ଵ ଦେଇଛି ଦ ନ୍ୟୁୟର୍କ ଟାଇମ୍ସ । ଲେଖିଛି, "ଏହି ପଦକ୍ଷେପ ଦୁଇ ଦେଶର ନେତାଙ୍କ ଗଭୀର ବ୍ୟକ୍ତିଗତ ସମ୍ପର୍କକୁ ଦର୍ଶାଉଛି । ଯେତେବେଳେ କି ଭୂ-ରାଜନୈତିକ ସ୍ଥିତି ଏବେ ଉତ୍ତେଜନା ପୂର୍ଣ୍ଣ ଅଛି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories