Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / ମା-ଝିଅଙ୍କ ଝଗଡା ପରେ ରାଗରେ ଟାୱାର ଉପରେ ଚଢିଗଲା ଝିଅ ଦେଖନ୍ତୁ ପୁରା ଭିଡ଼ିଓ

Rashmita Mishra
Browse all articles by Rashmita Mishra
·9 months ago·2 min read
ମା-ଝିଅଙ୍କ ଝଗଡା ପରେ ରାଗରେ ଟାୱାର ଉପରେ ଚଢିଗଲା ଝିଅ ଦେଖନ୍ତୁ ପୁରା ଭିଡ଼ିଓ

Key Points

ଦୀପାବଳି ସଫେଇକୁ ନେଇ ମା-ଝିଅଙ୍କ ଝଗଡା
ରାଗରେ ଟାୱାର ଉପରେ ଚଢିଗଲା ଝିଅ
ମୀର୍ଜାପୁରରେ ହାଇଭୋଲ୍ଟେଜ୍ ଡ୍ରାମା

ବର୍ତ୍ତମାନର ସୋଲିଆଲ ମିଡ଼ିଆ ଯୁଗରେ ପ୍ରତିଦିନ କିଛି ନା କିଛି ଭାଇରାଲ ହେବାରେ ଲାଗିଛି । କେତେବେଳେ କାହାର ଅଜବ ଖାଇବାକୁ ନେଇ ତ ଆଉ କେତେ କାହାର ଅଜବ କାରନାମାକୁ । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୀର୍ଜାପୁରେ । ଦୀପାବଳି ଆସିବା ମାତ୍ରେ ପ୍ରତ୍ୟେକ ଲୋକ ସଫା ସଫି କରିବାରେ ବ୍ୟସ୍ତ ରୁହନ୍ତି । କିନ୍ତୁ ଦୀପାବଳିର ସଫେଇକୁ ନେଇ ଆରମ୍ଭ ହୋଇଥିଲା ଝଗଡା। ମା- ଝିଅଙ୍କ ଭିତରେ ଧିରେ ଧିରେ ଝଗଡାଟି ଏତେ ବଡ଼ ହୋଇଗଲାକି ଝିଅଟି ସିଧା ମୋବାଇଲ ଟାୱାର ଉପରେ ଚଢିଯାଇ ମରିଯିବାର ଧମକ ଦେଇଥିଲା।


ସୂଚନାନୁଯାୟୀ, ସ୍ଥାନୀୟ ଲୋକ ଝିଅଟିକୁ ଟାୱର ଉପରେ ଚଢୁଥିବାର ଦେଖି ଘର ଲୋକଙ୍କୁ ଜଣାଇଥିଲେ। ଏହା ଦେଖି ପାଖାପାଖି ଲୋକଙ୍କର ହାତ ଓ ପାଦ ଥରିବାକୁ ଲାଗିଲା , ସମସ୍ତେ ବହୁତ ସମୟ ଧରି ଝିଅକୁ ବୁଝେଇବାରେ ଲାଗିଗଲେ କିନ୍ତୁ ଝିଅଟି ଏତେ ମାତ୍ରାରେ ରାଗିକି ଥିଲା ଯେ ତଳକୁ ଆସିବାକୁ ଜମାରୁ ମଧ୍ୟ ରାଜି ହଉନଥାଏ। ପରିସ୍ଥିତି ଅସମ୍ଭାଳ ହେବା ଦ୍ଵାରା ଆଖପାଖର ଲୋକ ବାଧ୍ୟ ହୋଇ ପୋଲିସକୁ ଜଣାଇଥିଲେ। ସେଠାରେ ପୋଲିସ ପହଞ୍ଚିବା ପରେ ଝିଅଟିକୁ ବହୁତ ବୁଝାବୁଝି କରି ଟାୱାରରୁ ତଳକୁ ଆଣିଥିଲେ ।

ଧନତେରସରେ ଦାନ କରନ୍ତୁନି ଏହିସବୁ ଜିନିଷ



ପୋଲିସଙ୍କ କହିବା ଅନୁଯାୟୀ ଝିଅଟି ମା ଉପରେ ରାଗି ଯାଇ ଏଭଳି ପଦକ୍ଷେପ ନେଇଛି। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ଦିନ ଦୀପାବଳିର ସଫାସଫି ପାଇଁ ଭାଇ ଏବଂ ଅନ୍ୟ ସଦସ୍ୟଙ୍କୁ କହିବା ବଦଳରେ ମା' ଝିଅକୁ କହିଦେଇଥିଲେ ଯାହା ଫଳରେ ଝିଅଟି ରାଗି ଯାଇଁ ଏହିଭଳି ପଦକ୍ଷେପ ନେଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video | Girl Climbs Tower After Fight with Mother | Full Viral Video | Argus News | Argus News