Fire Mishap / ନାଇଟ୍ କ୍ଲବରେ ଲାଗିଲା ନିଆଁ, ଅଚାନକ ଜଳିଲା ଡାନ୍ସ ଫ୍ଲୋର ! ଦେଖନ୍ତୁ ଭିଡିଓ...

Key Points
ଗୋଆ ଆରପୋରାରେ ଥିବା ନାଇଟ୍ କ୍ଲବ 'ବର୍ଚ୍ଚ ବାଏ ରୋମିଓ ଲେନ୍'ରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନାଇଟ୍ କ୍ଲବ୍ ଅଗ୍ନି ନିରାପତ୍ତା ନିୟମ ପାଳନ କରି ନଥିଲା। ଅଧିକାଂଶ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି। ଏପର୍ଯ୍ୟନ୍ତ ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ତିନିରୁ ଚାରି ଜଣ ପର୍ଯ୍ୟଟକ ଅଛନ୍ତି। ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗୋଆ ପୋଲିସ ଅନୁସାରେ ଅବହେଳା ଓ ଦାୟିତ୍ବହୀନତା କାରଣରୁ ଘଟିଛି ଦୁର୍ଘଟଣା। ଏବେ ନାଇଟ୍ କ୍ଲବକୁ ସିଲ୍ କରାଯାଇଛି ଏବଂ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି। ପ୍ରାରମ୍ଭିକ ତଦନ୍ତ ପରେ, କ୍ଲବ୍ ମାଲିକଙ୍କୁ ଗିରଫ କରାଯିବା ସହ ମୋଟ ତିନି ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି।
ଗୋଆରେ ବିସ୍ଫୋରଣ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ଫୋରଣ ପରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଛି। ସେପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
🇮🇳⚡ New Footage Emerges from Arpora, Goa.
— Osint World (@OsiOsint1) December 7, 2025
A singer was performing when flames suddenly erupted from the roof. Shockingly, no visible fire safety equipment activated at the moment of the incident.
The performers and staff noticed the fire just in time and rushed to safety. pic.twitter.com/OOTwrXTCZa
📱 Get Argus News App
✨Related Topics
Explore more stories