India vs Bangladesh / ମୋହନ ଭାଗବତଙ୍କ ଚେତାବନୀ, ବାଂଲାଦେଶରେ ରଣହୁଙ୍କାର ଦେଲେଣି ହିନ୍ଦୁ !

Key Points
ବାଂଲାଦେଶରେ ନିଜ ସୁରକ୍ଷା ଲାଗି ଆନ୍ଦୋଳନକୁ ଓହ୍ଲାଇଲେ ସଂଖ୍ୟାଲଘୁ ହିନ୍ଦୁ ସମାଜ । ବଢ଼ିଚାଲିଥିବା ଅତ୍ୟାଚାର ବିରୋଧରେ ତୀବ୍ର କଲେ ସ୍ୱର । ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ପ୍ରତିବାଦରେ ବାଂଲାଦେଶରେ ଏକାଠି ହେଉଛନ୍ତି ହିନ୍ଦୁ ସଂଗଠନ । ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଭାରତ ସରକାରଙ୍କୁ ଅପିଲ କରିଛନ୍ତି RSS ମୁଖ୍ୟ ମୋହନ ଭାଗବତ । ବାଂଲାଦେଶରେ ସ୍ଥିତିକୁ ନେଇ ମଧ୍ୟବର୍ତ୍ତୀ କାଳୀନ ସରକାର ଉପରେ ଦୋଷ ଲଦିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ।
ଜଳୁଛି ବାଂଲାଦେଶ.. ଅଶାନ୍ତିର ନିଆଁ ପୁଣି ହୋଇଛି ଉଗ୍ର । ଡିସେମ୍ବର ୧୨ରେ ଓସମାନ ସରିଫ୍ ହାଦି ହତ୍ୟାକୁ ନେଇ ହିଂସା ଥମିନଥିବା ବେଳେ ସୋମବାର ଆଉ ଜଣ ଛାତ୍ରନେତା ମୋତାଲେବ ସିକନ୍ଦର ଉପରେ ଗୁଳିମାଡ଼। ଯାହାକୁ ନେଇ ବୃଦ୍ଧି ପାଇଛି ଉତ୍ତେଜନା । ଏପଟେ ଗତ ଶୁକ୍ରବାର ଦୀପୁ ଚନ୍ଦ୍ର ଦାଶ ନାମକ ହିନ୍ଦୁ ଯୁବକଙ୍କ ହତ୍ୟା ପ୍ରତିବାଦରେ ବାଂଲାଦେଶରେ ଏକାଠି ହେଉଛନ୍ତି ହିନ୍ଦୁ ସଂଗଠନ ।
ବାଂଲାଦେଶରେ ଭାରତ ବିରୋଧୀ ମନୋଭାବ ବଢ଼ିବା ସହ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ସ୍ବର ହୋଇଛି ତୀବ୍ର । ଢାକା ସମେତ ବାଂଲାଦେଶର ଅନ୍ୟ ସହରରେ ହିନ୍ଦୁ ସଂଗଠନ ପକ୍ଷରୁ ଜୋରଦାର ହୋଇଛି ଆନ୍ଦୋଳନ । ସ୍ଥିତିକୁ ନେଇ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ଦୋଷ ଲଦିଛନ୍ତି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାଂଲାଦେଶ ପାଇଁ ଦକ୍ଷିଣ ଏସିଆରେ ଅଶାନ୍ତି ବଢୁଥିବା ହସିନା ଅଭିଯୋଗ କରିଛନ୍ତି ।
ସେପଟେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ବିରୋଧରେ ସାରା ବିଶ୍ବର ହିନ୍ଦୁ ଆଗେଇ ଆସିବାକୁ ଅପିଲ କରିଛନ୍ତି RSS ସରସଂଘଚାଳକ ମୋହନ ଭାଗବତ । ହିନ୍ଦୁମାନେ ଏକାଠି ହେଲେ କୌଣସି ସ୍ଥାନରେ ବି ହିନ୍ଦୁଙ୍କ ଉପରେ ଅତ୍ୟାଚାର ହୋଇପାରବ ନାହିଁ ବୋଲି ସୋମବାର କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଭାଗବତ ।
ୟୁନୁସ ସରକାରଙ୍କ ଅପାରଗତାକୁ କଡ଼ା ନିନ୍ଦା ସହ ପଡୋଶୀ ଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ କୋଲକାତା, ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ରାଲି କରି ପ୍ରତିବାଦ କରିଛନ୍ତି ହିନ୍ଦୁ ସଂଗଠନ। ୟୁନୁସ ସରକାର ବାଂଲାଦେଶରେ ହିନ୍ଦୁ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ଭୟାବହ ହେବ ବୋଲି ଶୁଣାଇଛନ୍ତି କଡ଼ା ଚେତାବନୀ । ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚିଟାଗଙ୍ଗରେ ଥିବା ଆଇଭିଏସି ଭିସା ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ବାଂଲାଦେଶରେ ଭାରତୀୟ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସ୍ଥିତି ସଂକଟାପନ୍ନ ହୋଇଥିବା ନେଇ କାନାଡ଼ା ସଂସଦରେ ମଧ୍ୟ ଚର୍ଚ୍ଚା ହୋଇଛି ।
କଠୋରପନ୍ଥୀ ବିଦ୍ରୋହୀଙ୍କ ଆଗରେ ଦୁର୍ବଳ ହୋଇ ପଡ଼ିଛନ୍ତି ୟୁନୁସ ସରକାର । ଭାରତ ବିରୋଧରେ ଜହର ଓଗାଳୁଛି ବାଂଲାଦେଶ । ପ୍ରତିକୂଳ ପରିସ୍ଥିତିରେ ଏକାଠି ହୋଇଛନ୍ତି ହିନ୍ଦୁ ସମାଜ । ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଅକଥନୀୟ ଅତ୍ୟାଚାର ପରେ ହତ୍ୟା ଓ ନିଆଁ ଲଗାଇଦେବା ଘଟଣାରେ ମୋଟ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦେଶରେ ହିନ୍ଦୁ ସୁରକ୍ଷା ବୃଦ୍ଧି ସହ ଦୀପୁଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ହିନ୍ଦୁ ସମାଜ ।
📱 Get Argus News App
✨Related Topics
Explore more stories