Bihar Election / କେମିତି ଜିତିଲା BJP ? କ'ଣ ପ୍ଲାନ୍ ଖେଳିଥିଲେ ନୀତିଶ ? ଜାଣନ୍ତୁ...

Key Points
ଅପୂର୍ବ...ଅବିଶ୍ବସନୀୟ...ଅକଳ୍ପନୀୟ...ଅଦିନରେ ହୋଲି...ଅଦିନରେ ଦୀପାବଳି । ବିହାରରେ NDAର ସୁନାମି । ମୋଦି ଲହରରେ ଚିତପଟାଙ୍ଗ ରାହୁଲ-ତେଜସ୍ବୀଙ୍କ ମହାଗଠବନ୍ଧନ । କଂଗ୍ରେସର ବିପର୍ଯ୍ୟୟ, ପୁରା ମହାଗଠବନ୍ଧନର ବଡ଼ ଦୁର୍ଦ୍ଦଶା । NDAର ବୃହତ ବିଜୟ ପାଇଁ ବିହାର ନେତା ଓ ଜନତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ । ମୋଦି କହିଲେ, ସୁଶାସନ, ବିକାଶ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି । ସେହିଭଳି ବିହାରବାସୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣାଇଲେ ଅଭିନନ୍ଦନ । ଧର୍ମେନ୍ଦ୍ର କହିଲେ, ଏହି ଜନାଦେଶ ଜାତି ଓ ପରିବାରବାଦକୁ ପ୍ରତ୍ୟାଖ୍ୟାନ ।
ବିହାରରେ ବିଜେପିର ବଡ଼ ବିଜୟ ଉତ୍ସବ । ବିଜେପି ସୃଷ୍ଟି କରିଛି ନୂଆ ଇତିହାସ । ବିହାରରେ ବିଶାଳ ବିଜୟ ସହ NDA ମେଣ୍ଟ ସୃଷ୍ଟି କରିଛି ନୂଆ ମାଇଲ ଖୁଣ୍ଟ। ପୁଣି କମାଲ୍ କରିଛି ମୋଦି ମ୍ୟାଜିକ୍।
ବିହାରରେ ସାମାଜିକ ନ୍ୟାୟ, ବିକାଶ ଓ ସୁଶାସନର ହୋଇଛି ବିଜୟ। ଏଥିପାଇଁ ବିହାରର ନେତା ଓ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୀତୀଶ, ଚିରାଗ, ମାଂଝୀ, କୁଶୱାହା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି, ଏନଡିଏ ବିହାରର ସାମଗ୍ରିକ ବିକାଶ କରିଛି। ଏ ଧାରା ଆହୁରି ଜୋରଦାର ହେବ। ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜାତିବାଦ ଓ ପରିବାରବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବିହାରବାସୀ। ପୁଣି ଥରେ ପ୍ରମାଣିତ କଲେ ବିକାଶ, ସୁଶାସନ ଓ ସ୍ଥିରତା ହିଁ ରାଜ୍ୟବାସୀଙ୍କ ପ୍ରାଥମିକତା । ଏହି ଜନାଦେଶ ଡବଲ ଇଞ୍ଜିନ ସରକାରର ନୀତି ଉପରେ ମୋହର ଭଳି ।
ଏଥର କେବଳ ବିହାର ରାଜଧାନୀ ପାଟନାରେ ୧୪ଟି ରାଲି କରିଥିଲେ ପ୍ରଧାନମନ୍ତ୍ରୀ । ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ଜନ୍ନସ୍ଥାନରୁ ମୋଦି ଆରମ୍ଭ କରିଥିଲେ ପ୍ରଚାର । ଶେଷ କରିଥିଲେ ସୀତାମଢ଼ୀରେ । ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ କହିଥିଲେ, ବିରୋଧୀଙ୍କୁ ଲାଗିବ ୬୫ ଭୋଲଟର ଝଟ୍କା । ବିହାର ଶପଥ ଗ୍ରହଣ ଉତ୍ସବକୁ ପୁଣି ଆସିବେ ବୋଲି ଦେଇଥିଲେ ପ୍ରତିଶ୍ରୁତି । ମୋଦିଙ୍କ କଥା ରହିଲା, NDAର ହେଲା ବମ୍ପର ବିଜୟ । ତେବେ NDA ବିଜୟ ପଛରେ ରହିଛି ୭ଟି ପ୍ରମୁଖ କାରଣ ।
୧- ବିହାରରେ NDAର ସୁଶାସନ ଉପରେ ଲୋକଙ୍କ ଦୃଢ଼ ବିଶ୍ବାସ
୨- ସମନ୍ୱିତ ବ୍ୟକ୍ତିଗତ ଓ ସାମାଜିକ ଅଭିବୃଦ୍ଧିକୁ NDAର ପ୍ରାଧାନ୍ୟ
୩- ମହିଳା ମତଦାତାଙ୍କ ସ୍ବାଧୀନ ନିଷ୍ପତ୍ତି ନେବାର ଶକ୍ତି ବୃଦ୍ଧି
୪- ମହିଳା ଓ ଯୁବ ଭୋଟରଙ୍କୁ ସନ୍ତୁଷ୍ଟ କରିବାରେ NDAର ସଫଳତା
୫- ସ୍ଥାନୀୟ ପରମ୍ପରା, ସଂସ୍କୃତିର ସୁରକ୍ଷା ଓ ବିକାଶର ମାପକାଠିକୁ ଗୁରୁତ୍ବ
୬- ସାରା ବିଶ୍ୱରେ ମୋଦି ମ୍ୟାଜିକ୍
୭- ନୀତିଶଙ୍କ ସୁଶାସନ ଆଉ ରାହୁଲ-ତେଜସ୍ୱୀଙ୍କ ଜଙ୍ଗଲରାଜ
ନିର୍ବାଚନରେ NDA ବିଜୟରେ ରାଜ୍ୟର ମହିଳାଙ୍କର ରହିଛି ପ୍ରମୁଖ ଭୂମିକା । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ପ୍ରତି ପରିବାରର ଜଣେ ମହିଳାଙ୍କୁ ମାସିକ ୧୦ ହଜାର ଟଙ୍କା, ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ, ପୋଲିସ ଚାକିରିରେ ୩୫ ପ୍ରତିଶତ ସଂରକ୍ଷଣ, ଆଶା କର୍ମୀଙ୍କ ଦରମା ୩ ହଜାରକୁ ବୃଦ୍ଧି ଭଳି ବଡ଼ ନିଷ୍ପତ୍ତି ମହିଳାଙ୍କ ମନରେ ଭରିଥିଲା ଶକ୍ତି। ଯାହା ଫଳରେ ମହିଳାମାନେ NDAକୁ ଅଜାଡ଼ି ଦେଇଥିଲେ ଭୋଟ ।
📱 Get Argus News App
✨Related Topics
Explore more stories