Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IMFର ଆକଳନ ; ଭାରତ ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
IMFର ଆକଳନ ; ଭାରତ ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ

Key Points

ଦ୍ରୁତ ବିକାଶ ପଥେ ଭାରତ
ଭାରତ ବିଶ୍ବର ସର୍ବବୃହତ ୪ର୍ଥ ଅର୍ଥନୈତିକ ଦେଶ
ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ସ୍ଥାନରେ ପହଞ୍ଚିଲା ଭାରତ
ଅଢେଇରୁ ୩ ବର୍ଷ ମଧ୍ୟରେ ୩ୟ ବୃହତ୍ ଅର୍ଥନୀତିରେ ପରିଣତ ହେବା ନେଇ IMFର ଆକଳନ
ଅର୍ଥନୈତିକ ବିକାଶରେ ଇଂଲଣ୍ଡ ପରେ ଜାପାନକୁ ପଛରେ ପକାଇଲା ଭାରତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିକଶିତ ଭାରତ ପାଇଁ ଭିଜନ
ପୂରଣ ହେବାକୁ ଯାଉଛି ପିଏମ ମୋଦିଙ୍କ ୫ ଟ୍ରିଲିଅନ ଡଲାର ଇକୋନୋମିର ସ୍ବପ୍ନ

ଲକ୍ଷ୍ୟ ଆଉ ବେଶୀ ଦୂର ନୁହେଁ । ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପଡ଼ିସାରିଛି ଶକ୍ତିଶାଳୀ ମୂଳଦୁଆ । ଜାପାନକୁ ପଛରେ ପକାଇ ବିଶ୍ବର ଚତୁର୍ଥ ବୃହତ ଅର୍ଥନୀତିରେ ପହଞ୍ଚିଛି ଭାରତ । ନୀତି ଆୟୋଗ ପରିଚାଳନା ପରିଷଦର ୧୦ମ ବୈଠକ ପରେ ସିଇଓ ବି.ବି.ଆର୍ ସୁବ୍ରମଣ୍ୟମଙ୍କ ଏହି ଘୋଷଣା ଦେଶବାସୀଙ୍କୁ ଗର୍ବିତ କରିଛି । ପୂର୍ବରୁ ୨୦୧୯ରେ ବିଶ୍ବ ପଞ୍ଚମ ବୃହତ୍ତମ ଆର୍ଥିକ ଶକ୍ତି ହୋଇ ଭାରତରେ ଶତାଧିକ ବର୍ଷ ଶାସନ କରିଥିବା ବ୍ରିଟେନକୁ ଶକ୍ତ ଝଟକା ଦେଇଥିଲା ଭାରତ । ଏବେ ଆଗରେ କେବଳ ଆମେରିକା, ଚୀନ ଓ ଜର୍ମାନୀ । ଆଗାମୀ ଅଢେଇରୁ ୩ ବର୍ଷ ମଧ୍ୟରେ ଭାରତ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବାକୁ ଯାଉଥିବା ନେଇ ଆକଳନ କରିଛି ଆଇଏମଏଫ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ବିକାଶ ମାର୍ଗରେ ନୂଆ ଉଡାଣ ଭରିବାକୁ ଯାଉଛି ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସବୁଜ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ରହିଛି ଫୋକସ । ବର୍ତ୍ତମାନ ବିଶ୍ୱ ରାଜନୈତିକ ଏବଂ ଅର୍ଥନୈତିକ ପରିବେଶ ଭାରତ ସପକ୍ଷରେ ରହିଥିବା କହିଛନ୍ତି ନୀତି ଆୟୋଗି ସିଇଓ ।

ଆଗାମୀ ଦୁଇରୁ ତିନି ବର୍ଷ ଭିତରେ ବିଶ୍ବର ସବୁଠାରୁ ଦ୍ରୁତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ଭାରତ । ୨୦୨୫ରେ ଭାରତର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଓ ୨୦୨୬ରେ ୬. ୩ ପ୍ରତିଶତ ରହିବ ବୋଲି ଆଇଏମଏଫ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପକ୍ଷରେ ଚଳିତବର୍ଷ ବିଶ୍ବ ଅଭିବୃଦ୍ଧି ହାର ୨.୮ ଓ ଆସନ୍ତାବର୍ଷ ୩.୦ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଧ୍ବଂସସ୍ତୁପରେ ପରିଣତ ହୋଇଥିବା ଜାପାନବାସୀଙ୍କ କଠିନ ପରିଶ୍ରମ ଓ ଉଦ୍ୟମ ଦେଶକୁ ପୁନର୍ବାର ଏକ ଶକ୍ତିଶାଳୀ ଅର୍ଥନୀତିରେ ପରିଣତ କରିଥିଲା । ଆଉ ଏବେ ଭାରତବାସୀ ବିକାଶ ପ୍ରକ୍ରିୟାରେ ସାମିଲ ହୋଇ ଦେଶକୁ ଚତୁର୍ଥ ବୃହତମ ଅର୍ଥନୀତିରେ ପରିଣତ କରିବାରେ ସଫଳ ହୋଇଛନ୍ତି । ବଳିଷ୍ଠ ନେତୃତ୍ବ, ଦେଶବାସୀଙ୍କ ଆତ୍ମବିଶ୍ବାସ, ଉଦ୍ୟମ ଜାରି ରହିଲେ ବିକଶିତ ଭାରତ ଗଠନ ଲକ୍ଷ୍ୟ ଆଉ ବେଶୀ ଦୂର ନୁହେଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IMF estimates; India is the world's fourth largest economy | Argus News