Bihar Election / ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

Key Points
ଦଳ ପକ୍ଷରୁ ଅଫଜଲଙ୍କୁ ନିର୍ବାଚନ ଚିହ୍ନ ଏବଂ ଟିକେଟ ପ୍ରଦାନ କରାଯାଇ ତାଙ୍କୁ ଆରଜେଡି ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି। ଦୁଇଟି ପର୍ଯ୍ୟାୟରେ ଏଠି ନିର୍ବାଚନ ଅନୁଷ୍ଠିତ ହେବ। ଏହାରି ଭିତରେ ଏନଡିଏ ନିଜ ସହଯୋଗୀ ଦଳ ସହ ଆସନ ବଣ୍ଟା ବଣ୍ଟି କାମ ସାରିଥିବା ବେଳେ ଇଣ୍ଡି-ମେଣ୍ଟ ଭିତରେ ଏବେ ବି ପ୍ରବଳ ଦ୍ୱନ୍ଦ୍ୱ ରହିଛି । ନେତାଙ୍କ ମଧ୍ୟରେ ଅଙ୍କ ଛିଣ୍ଡୁନି କି ସହମତି ଆସୁନି । ଏହି କାରଣରୁ ମହାଗଠବନ୍ଧନ ଭିତରେ ଥିବା ବିଭିନ୍ନ ଦଳ ଏବେ ଅନେକ ଆସନରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏମିତି ଏକ କାରଣ ପାଇଁ ତେଜସ୍ୱୀ ଯାଦବ ଏବେ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ତେଜସ୍ୱୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଚ୍ୟାଲେଞ୍ଜିଂ ହେବ।
ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍ରେ ଯୁବତୀଙ୍କୁ ଏକା ପାଇ...
ଅଫଜଲ ଅଲି ଖାନଙ୍କୁ ପ୍ରାର୍ଥୀ କରିଛି RJD
ଏହି ପୁରା ଘଟଣା ଦରଭଙ୍ଗା ଜିଲ୍ଲାର ଗୌରା ବାଉରାମ ଆସନ ସହିତ ଜଡ଼ିତ। ତେଜସ୍ୱୀ ଯାଦବ ନିଜ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବେ। କାରଣ ଇଣ୍ଡି-ମେଣ୍ଟ ସହ ଆସନ ଭାଗ ବଣ୍ଟା ପୂର୍ବରୁ, ଆରଜେଡି ପକ୍ଷରୁ ଗୌରା ବାଉରାମରୁ ଅଫଜଲ ଅଲି ଖାନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇ ସାରିଥିଲା। ତେଣୁ ସେ ବହୁ ପୂର୍ବରୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିଲେ । ଏବେ ଆଉ ପଛଘୁଞ୍ଚା ଦେବାକୁ ଚାହୁଁ ନାହାନ୍ତି ଅଫଜଲ । ଦଳ ପକ୍ଷରୁ ଅଫଜଲଙ୍କୁ ନିର୍ବାଚନ ଚିହ୍ନ ଏବଂ ଟିକେଟ ପ୍ରଦାନ କରାଯାଇ ତାଙ୍କୁ ଆରଜେଡି ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ସିଟ୍ ଭାଗ ବଣ୍ଟା ବେଳେ VIP ପାଖକୁ ଗଲା ଗୌରା ବାଉରାମ ଆସନ । ଏପଟେ ଅଫଜଲ ଅଲି ଖାନଙ୍କୁ RJD ଟିକେଟ ଦେଇସାରିଥିଲେ ମଧ୍ୟ ଭିଆଇପି ସହ ସିଟ୍ ଭାଗବଣ୍ଟା ନେଇ ଅନ୍ୟ ଦିଗ ବାହାରିଥିଲା । ଏହି ଆସନ ଭିଆଇପି ଅଧୀନରେ ରହିବ ବୋଲି ଦୁଇ ଦଳ ଆଲୋଚନା କରି ସ୍ଥିର କରିଥିଲେ । ଖାଲି ସେତିକି ନୁହେଁ ଏହା ମଧ୍ୟ ସ୍ଥିର ହେଲା, ମହାଗଠବନ୍ଧନ ବା ଇଣ୍ଡିମେଣ୍ଟର ସମସ୍ତ ସହଯୋଗୀ ଦଳ ଏହି ଆସନରେ ଭିଆଇପି ପ୍ରାର୍ଥୀ ସନ୍ତୋଷ ସାହାନୀଙ୍କୁ ସମର୍ଥନ କରିବେ ।
ଏହି ସମୟରେ ଅଫଜଲ ଅଲି ଖାନଙ୍କୁ ଆରଜେଡି ଚିହ୍ନ ଫେରାଇବାକୁ ଏବଂ ନିର୍ବାଚନରୁ ଓହରି ଯିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମନା କରିଦେଇଥିଲେ। ସେ ଆରଜେଡି ପ୍ରାର୍ଥୀ ଭାବରେ ତାଙ୍କର ନାମାଙ୍କନ ଦାଖଲ ମଧ୍ୟ କରିଥିଲେ।
ଅଫଜଲଙ୍କ ବିରୋଧରେ ପ୍ରଚାର କରିବେ ତେଜସ୍ୱୀ
ଆରଜେଡି ନେତୃତ୍ୱ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଥିଲେ ଯେ ଦଳ ଅଫଜଲ ଅଲି ଖାନଙ୍କ ପ୍ରାର୍ଥୀତ୍ୱକୁ ତାଙ୍କ ଦଳ ସମର୍ଥନ କରୁ ନାହିଁ । ହେଲେ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଅଫଜଲଙ୍କ ପ୍ରାର୍ଥୀତ୍ୱ କାଏମ ରହିବ । ତାଙ୍କୁ କୌଣସି ମତେ ଆଉ ଏହି ରେସ୍ରୁ ବାଦ୍ ଦିଆଯାଇପାରିବ ନାହିଁ । କାରଣ ସେ ଅରିଜିନାଲ ଡକ୍ୟୁମେଣ୍ଟ ସହ ନାମାଙ୍କନ ଦାଖଲ କରି ସାରିଛନ୍ତି ।
ତେଣୁ ଏବେ ଆରଜେଡିର ଲଣ୍ଠନ ଚିହ୍ନ ଇଭିଏମରେ ଅଫଜଲ ଅଲି ଖାନଙ୍କ ନାମ ପାଖରେ ରହିବ । କିନ୍ତୁ ତେଜସ୍ୱୀ ଯାଦବ ନିର୍ବାଚନ ରାଲିରେ ଏହି ଚିହ୍ନ ସହିତ ଆରଜେଡି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବେ। ତେଜସ୍ୱୀଙ୍କ ବ୍ୟତୀତ ମହାଗଠବନ୍ଧନର ଅନ୍ୟ ନେତାମାନେ ମଧ୍ୟ ସନ୍ତୋଷ ସାହାଣୀଙ୍କୁ ସମର୍ଥନ କରିବେ।
📱 Get Argus News App
✨Related Topics
Explore more stories